ପୂଜା କରିବା ପୂର୍ବରୁ ଏହି ୪ଟି ନିୟମ ନିହାତୀ ଜାଣି ରଖିବା ଆବଶ୍ୟକ ନ ହେଲେ କିଛି ଲାଭ ମିଳିବନି

ଆଜି ଆମେ ଜାଣିବା ପୂଜା କରିବା ପୂର୍ବରୁ ଏହି ଚାରୋଟି ନିୟମ।ଆପଣ ମାନେ ପୂଜା କରୁଛନ୍ତି କିନ୍ତୁ ଫଳ ମିଳୁନାହିଁ।ଜାଣନ୍ତୁ କଣ ସବୁ ଭୁଲ୍ କରୁଛନ୍ତି।ଦୁନିଆରେ ଦୁଇ ପ୍ରକାର ଲୋକ ଥାନ୍ତି।ପ୍ରଥମ ଯିଏ ଭଗଵାନ ଙ୍କୁ ମାନିଥାନ୍ତି ଆଉ ଦ୍ଵିତୀୟ ଯିଏ ଭଗଵାନ ଙ୍କୁ ମାନି ନ ଥାନ୍ତି।ଯିଏ ଭଗଵାନ ମାନି ନ ଥାନ୍ତି ତାଙ୍କୁ ନାସ୍ତିକ କୁହାଯାଏ।ଶାସ୍ତ୍ରରେ ଅଛି ସଚ୍ଛା ମନରେ ଯେଉଁମାନେ ଭଗଵାନ ଙ୍କୁ ପୂଜା କରନ୍ତି ସେମାନଙ୍କ କଥା ଭଗଵାନ ନିଶ୍ଚୟ ଶୁଣି ଥାନ୍ତି।ତେବେ ଅଧିକାଂଶ ଲୋକ ପୂଜା କରିବା ପୂର୍ବରୁ ଏମିତି କିଛି ଭୁଲ୍ କରନ୍ତି ଯେଉଁଥିରେ ବହୁତ୍ ଅନିଷ୍ଟ ହୋଇଥାଏ ।ଫଳ ସ୍ୱରୂପ ଘରେ ସର୍ବଦା ସମସ୍ୟା ଲାଗି ରହିଥାଏ।ତେବେ ଏବେ ଆସନ୍ତୁ ଜାଣିବା କେଉଁ ସବୁ କାରଣ ପାଇଁ ପୂଜାରେ ବିଘ୍ନ ଘଟିଥାଏ।

୧.ମନରେ କିଛି ପାଇବାର ଆଶା ହେଉ ବା ଲାଳସା ହେଉ ଭଗଵାନ ଙ୍କୁ ପୂଜା କରନ୍ତୁ ନାହିଁ।ସ୍ୱାର୍ଥରେ କରାଯାଉଥିବା ପୂଜା ର କୌଣସି ଲାଭ ନାହିଁ।
୨.ଭଗଵାନ ଙ୍କୁ ପୂଜା କରିବା ସମୟରେ ମନୁଷ୍ୟର ମନ ଆଉ ଆଚରଣ ଶୁଦ୍ଧ ହେବା ଜରୁରୀ।
୩.ବିନା ଜ୍ଞାନ ଓ ବୁଦ୍ଧିରେ ପୂଜା କରାଯାଇଥିବା ପୂଜା ମନୁଷ୍ୟ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ।ଏଥିପାଇଁ ଭୁଲ୍ ପ୍ରକ୍ରିୟାରେ କରାଯାଉଥିବା ଯଜ୍ଞ ଅଶୁଭ ଫଳ ଦେଇଥାଏ।

ଏହି ବିଷୟରେ କିଛି ଜ୍ଞାନ ନ ଥିଲେ ଆପଣ କୌଣସି ପଣ୍ଡିତ ଙ୍କ ପରାମର୍ଶ ନେଇ ପାରିବେ। ୪.ବାଧ୍ୟ ରେ ପୂଜା କରନ୍ତୁ ନାହିଁ।ଏପରି ପୂଜାରେ କୌଣସି ଫଳ ମିଳି ନ ଥାଏ।କେବଳ ଶୁଦ୍ଧ ମନରେ ହିଁ ପୂଜା କରିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *