ଲାଞ୍ଚ ନ ଦେବାରୁ ଡାକ୍ତର ଚିରିଦେଲେ ଫିଟନେସ ସାର୍ଟିଫିକେଟ: ସୋସିଆଲ ମିଡ଼ିଆ ରେ ଭିଡିଓ ଭାଇରାଲ

ଯଦି ଆପଣ ନିୟମିତ ସୋସିଆଲ ମିଡ଼ିଆ ସହ ରହୁଛନ୍ତି ତାହେଲେ ହୁଏତ ଆପଣ ବି ଦେଖିଥିବେ ଏହି ଭିଡିଓ। ଯେଉଁଥିରେ କି ଡାକ୍ତର ବାବୁ ଜଣକ ଏକ ବ୍ୟକ୍ତି ଙ୍କ ର ଫିଟନେସ ସାର୍ଟିଫିକେଟ ଚିରି ନେଇ ଡଷ୍ଟ୍ ବିନ ରେ ପକାଇଦେଲେ।

ତେବେ ଘଟଣା ଟି ହେଉଛି ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ର। ମିଳିଥିବା ତଥ୍ୟ ଅନୁସାରେ ଗତ ଗୁରୁବାର ଦିନ ରେଙ୍ଗାଲି ଗ୍ରାମ ର ୩ ଜଣ ଛାତ୍ର ଫିଟନେସ ସାର୍ଟିଫିକେଟ ପାଇଁ ଡାକ୍ତରଖାନା କୁ ଆସିଥିଲେ।

କିନ୍ତୁ ସେହି ସମୟରେ ଡାକ୍ତରଖାନା ରେ ଥିବା ଡାକ୍ତର ତାଙ୍କୁ ଜଣକ ପିଛା ୫୦୦ ଟଙ୍କା ମାଗିଥିଲେ। ଅର୍ଥାତ୍ ୩ ଜଣ ଙ୍କ ପାଇଁ ୧୫୦୦ ଟଙ୍କା ଦେଲେ ସେ ଫିଟନେସ ସାର୍ଟିଫିକେଟ ଦେବେ ବୋଲି କହିଥିଲେ।

କିନ୍ତୁ ଛାତ୍ର ମାନେ ଏହି ଟଙ୍କା ଦେବାକୁ ମନା କରିବାରୁ ଡାକ୍ତର ଜଣକ ସେହି ସାର୍ଟିଫିକେଟ କୁ ଚିରି ନେଇ ଡଷ୍ଟ୍ ବିନ ରେ ପକାଇଦେଇଥିଲେ। କିନ୍ତୁ ସେହି ସମୟରେ ଜଣେ ଛାତ୍ର ଏହା ର ଭିଡିଓ କରିନେଇଥିଲେ। ଯାହାକି ବର୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।

ଏହି ଘଟଣା ପ୍ରଚାରିତ ହେବା ପରେ ବିଭିନ୍ନ ମହଲା ରେ ଏହାକୁ ନିନ୍ଦା କରାଯିବ ସହ ଡାକ୍ତର ଙ୍କୁ ବହିସ୍କାର ପାଇଁ ଦାବି ମଧ୍ୟ ହୋଇଛି।

ଏହା ପରେ ଟିଟିଲାଗଡ଼ ର ଛାତ୍ର କମିଟି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଛି।

ତେବେ ଟିଟିଲାଗଡ଼ ର ବିଧାୟିକା ଟିକୁନି ସାହୁ ମଧ୍ୟ ଏ ନେଇ ବଲାଙ୍ଗୀର ସି ଡ଼ି ଏମ୍ ଓ ଙ୍କୁ ଟୁଇରରେ ପଚାରି ବୁଝି ଛନ୍ତି ଯେ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆ ଯିବ।

Leave a Reply

Your email address will not be published. Required fields are marked *