ଜାଣନ୍ତୁ ଅତ୍ୟଧିକ ସ୍ମାର୍ଟ ଫୋନ ବ୍ୟବହାର ଦ୍ୱାରା କଣ କଣ ସବୁ କ୍ଷତି ହେଇଥାଏ

ଯୁଗ ବଦଳିବା ସହିତ ଆଜିର ସମାଜ ମଧ୍ୟ ବଦଳିଗଲାଣି ,ଧୀରେ ଧୀରେ ଆଧୁନିକ ସମାଜ ର ସ୍ମାର୍ଟ ସାମଗ୍ରୀ ଆମ ଯୁବପିଢ଼ି କୁ କବଳିତ କରିସାରିଲେଣି I ସେଥିମଧ୍ୟରୁ ମୋବାଇଲ ପ୍ରମୁଖ I ବିନା ମୋବାଇଲ ରେ ଗୋଟେ ଦିନ ବିତେଇବା ସତେ ଯେପରି ଆଜି ର ସମୟରେ ସମସ୍ତଙ୍କ ପାଇଁ କଷ୍ଟକର ହେଇପଡ଼ିଚି I ଅବଶ୍ୟ ଏହା ଦ୍ୱାରା ଅନେକ ଉପକାର ମିଳୁଛି ,ଏବେ କେବଳ ମୋବାଇଲ କଥାବାର୍ତା ପାଇଁ ନୁହେଁ ଆମ ଦୈନଦିନ ଜୀବନରେ ଏକ ଅଂଶ ହେଇଯାଇଛି I ତେବେ ମୋବାଇଲ ର ଅତ୍ୟଧିକ ବ୍ୟବହାର ଦ୍ୱାରା ଆମ ଶରୀର ଉପରେ ଗଭୀର ଖରାପ ପ୍ରଭାବ ପଡିଥାଏ ଚାଲନ୍ତୁ ଜାଣିବା ମୋବାଇଲ ର ଅତ୍ୟଧିକ ବ୍ୟବହାର ଦ୍ୱାରା ଆମର କଣ ସବୁ କ୍ଷତି ହେଇଥାଏ I

1) ସ୍ମାର୍ଟ ଫୋନ ରୁ ଅତି ସୂକ୍ଷ୍ମ ବିଛୁରିତ ତରଙ୍ଗ ସୃଷ୍ଟି ହେଇଥାଏ ଯାହାର କି ପ୍ରଭାବ ସିଧାସଳଖ ଆମ ମତିଷ୍କ ଉପରେ ପଡିଥାଏ Iଏପରିକି ମତିଷ୍କ କର୍କଟ ମଧ୍ୟ ହେଇଥାଏ I 2)ଶ୍ରବଣେନ୍ଦ୍ରିୟ ସ୍ନାୟୁ ଦୁର୍ବଳ ହେଇଯାଇଥାଏ Iଖୁବ ଶୀଘ୍ର ବଧିରତା ଗ୍ରାସ କରିଥାଏ I 3) ଅତି ସୂକ୍ଷ୍ମ ବିଛୁରିତ ତରଙ୍ଗ ଦ୍ୱାରା ଆମ ଡି ,ଏନ .ଏ ପ୍ରଭାବିତ ହେଇଥାଏ I

4) ନିଦ୍ରାହୀନତା ପରି ରୋଗ ହେଇଥାଏ ,ଯାହାଫଳରେ ରାତିରେ ନିଦ ଲାଗିନଥାଏ I 5) ଆଗ ଛାତି ପାକେଟ ରେ ରଖିବା ଦ୍ୱାରା ହୃଦଯନ୍ତ୍ର ଏବଂ ଶ୍ୱାସକ୍ରିୟା ଉପରେ ପ୍ରଭାବ ପଡିଥାଏ I ତେଣୁ ମୋବାଇଲ ବ୍ୟବହାର ଯଦି କରୁଛନ୍ତି ଭଲ କଥା କିନ୍ତୁ ଅତ୍ୟଧିକ ବ୍ୟବହାର କରନ୍ତୁ ନାହିଁ କଥାରେ ଅଛି ଅତି ରୁ ଇତି I

Leave a Reply

Your email address will not be published. Required fields are marked *