ଧନ ଲୋ ତୋ ପାଇଁ ଜୀବନ ଦେଇଦେବି” କହି ପ୍ରେମିକା ସାମ୍ନାରେ ଭିଡିଓକଲ୍‌ ରେ ପ୍ରେମିକ ଙ୍କ ‘ଲାଇଭ୍‌ ସୁଇସାଇଡ୍‌

କୁହାଯାଏ ପ୍ରେମ ଅନ୍ଧ ,ଥରେ ପ୍ରେମରେ ପଡିଲେ ମଣିଷ ଭଲ ଖରାପ ବିଚାର କରିବାର ଶକ୍ତି ହରାଇ ବସେ I ଏମିତିକି ପ୍ରେମ ରେ ପାଗଳ ହେଇ ଜୀବନ ବି ଦେଇଦିଏ I ଏମିତି ଏକ ଘଟଣା ସାମ୍ନା କୁ ଆସିଛି ଜଗତସିଂହପୁର ଜିଲ୍ଲାରୁ I ଯୁବକ ଙ୍କ ନାମ ସିଦ୍ଧାର୍ଥ କୁମାର ମାଝୀ ,ଘର ପାରାଦୀପର ମଧୁବନ କଲୋନି I ଯୁବକ ଜଣଙ୍କ ସାହାରା ଇଣ୍ଡିଆ କମ୍ପାନିର ଏଜେଣ୍ଟ ଭାବେ କାମ କରନ୍ତି I ଜଗତସିଂହପୁର ର ଜଣେ ଝିଅଙ୍କ ପ୍ରେମରେ ପଡିଯାଇଥିଲେ ସିଦ୍ଧାର୍ଥ ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ହଜିଯାଇଥିଲେ I

ତେବେ ଗତକାଲି କୌଣସି କାରଣରୁ ଦୁହିଁଙ୍କ ଭିତରେ ଝଗଡା ହେଇଥିଲା ଏବଂ ଏଥିରେ ପ୍ରେମିକା ଜଣଙ୍କ ପ୍ରେମିକ ଉପରେ ରାଗିଥିଲେ I ପ୍ରେମିକ ଜଣଙ୍କ ଯୁବତୀଙ୍କୁ ଭିଡିଓ କଲିଂ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବଚସା ବଢିଥିଲା ,ଏଥିରେ ବ୍ୟଥିତ ହେଇ ପ୍ରେମିକ ଜଣଙ୍କ ପ୍ରେମିକା କୁ କହିଥିଲା କି ଠିକ ଅଛି ସବୁଦିନ ପାଇଁ ମୁଁ ଦୁନିଆ ଛାଡି ଚାଲିଯାଉଛି ତେବେ ଯାଇଁ ତୁ ବୁଝିପାରିବୁ ଏବଂ ପାଖରେ ଥିବା ବେଡ଼ସିଟ ରେ ଫ୍ୟାନ ରେ ନିଜ ପ୍ରେମିକା ସାମ୍ନାରେ ‘ଆତ୍ମହତ୍ୟା କରିଥିଲା I

ପ୍ରେମିକା ଜଣଙ୍କ ସିଦ୍ଧାର୍ଥ ଙ୍କର ଜଣେ ନିକଟ ବନ୍ଧୁ ଙ୍କୁ ଏ ବିଷୟରେ କହିବାରୁ ବନ୍ଧୁ ଜଣଙ୍କ ସିଦ୍ଧାର୍ଥ ଙ୍କ ଘରେ ପହଁଚି ଦେଖିବାକୁ ପାଇଥିଲେ କି ସତରେ ସେ ଆତ୍ମହତ୍ୟା କରିଦେଇଛନ୍ତି I ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *