କଣ ଆପଣ ଆଖିରେ କଳା ଲଗାଉଛନ୍ତି କି ?ସାବଧାନ ପଛରେ ପସ୍ତାଇବେ

ଆଖିରେ କଜ୍ଵଳ ଲଗାଇବା ଦ୍ୱାରା ହେଇଥାଏ ଏହି ସବୁ କ୍ଷତି
ଶରୀର ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଆଖି I ଆଖି ବିନା ଏ ପୃଥିବୀର ସୁନ୍ଦରତା କୁ ଭଲଭାବରେ ଦେଖିବା ସମ୍ଭବ ହେଇନଥାଏ I ବେଳେବେଳେ କିଛି କଥା ଆଖିର ଇସାରା ରେ ହିଁ ହେଇଥାଏ I ତେବେ ମହିଳା ମାନଙ୍କର ଆଖି ର ଚାହାଣି ରେ ଫସିଯାଇଥାନ୍ତି ପୁରୁଷ ମାନେ I ଆଖିକୁ ସୁନ୍ଦର ଭାବରେ ସଜାଇବାକୁ ଅଧିକାଂଶ କଜ୍ଵଳ ଲଗାଇଥାନ୍ତି ଆଖିରେ I ଏହା ଦ୍ୱାରା ଆଖିର ଆକର୍ଷଣ ବଢିଥାଏ I କିନ୍ତୁ ବାରମ୍ବାର ଆଖିରେ କଜ୍ଵଳ ଲଗାଇବା ଦ୍ୱାରା ଏହା ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ I

କଜ୍ଵଳ ରେ ସାଧାରଣତଃ ରାସାୟନିକ ପଦାର୍ଥ ସୀସା ରହିଥାଏ ,ଯାହାକି ଆଖିର ଝିଲ୍ଲୀ ମଧ୍ୟ ଦେଇ ଭିତର କୁ ଯାଇଥାଏ ଏବଂ ଏହାଦ୍ୱାରା ଆଖିର ଦୃଷ୍ଟିଶକ୍ତି କମିବାକୁ ଲାଗିଥାଏ I ମଝିରେ ମଝିରେ ଆଖି ବିନ୍ଧା ହେଇଥାଏ I ଏଣୁ ଯଦି ଆଖିରେ କଜ୍ଵଳ ବା କଳା ଲଗାଉଛନ୍ତି ତେବେ ସାବଧାନ ହେଇଯାଆନ୍ତୁ ଏହା ଦ୍ୱାରା ଆପଣଙ୍କର ଆଖିରେ ଅନେକ ସମସ୍ୟା ଦେଖାଯାଇପାରେ I

Leave a Reply

Your email address will not be published. Required fields are marked *