ବୈଜ୍ଞାନିକ ମାନେ ମଧ୍ୟ ମାନିଲେ ମହାଭାରତ କୁ

ଇତିହାସ ରେ ଏନକ ସଭ୍ୟତା ଜନ୍ମ ନେଇଛି ଓ ଲୋପ ମଧ୍ୟ ପାଇଯାଇଛି। କିନ୍ତୁ ଅନେକ ସଭ୍ୟତା ନିଜର କିଛି ଚିହ୍ନ ମଧ୍ୟ ଛାଡ଼ି ଦେଇ ଯାଇଛି।

ମହାଭାରତ ବିଷୟରେ ତ ସମସ୍ତେ ଜାଣନ୍ତି। କିନ୍ତୁ ଅନେକ ଲୋକ ମହାଭାରତ କୁ କାଳ୍ପନିକ ବୋଲି ମଧ୍ୟ ମାନିଥାନ୍ତି।

କିନ୍ତୁ ବର୍ତ୍ତମାନ ମିଳିଥିବା କିଛି ତଥ୍ୟ ଏହା ପ୍ରମାଣ କରାଉଛି କି ମହାଭାରତ କୌଣସି କାଳ୍ପନିକ ଗ୍ରନ୍ଥ ନଥିଲା। ଏହା ଥିଲା ଭାରତ ର ଇତିହାସ।

ବର୍ତ୍ତମାନ ଦିଲ୍ଲୀ ଠାରୁ ୬୦ କିମି ଦୂର ରେ ବାଗପାତ୍ ଥରେ ଏକ ପୁରୁଣା ସଭ୍ୟତା ର ସନ୍ଧାନ ମିଳିଛି ଯାହାକୁ ଭାରତୀୟ ଅର୍କୁଲୋଗିଷ୍ଟ୍ ମାନେ ଠାବ କରିଛନ୍ତି। ଏଠାରେ କିଛି ତମ୍ବା ରେ ତିଆରି ଜିନିଷ ମିଳିବା ସହ ୧୨୬ ଟି ସମାଧି ମଧ୍ୟ ମିଳିଛି। ଯାହା ପାଖା ପାଖି ୫୦୦୦ ବର୍ଷ ର ପୁରୁଣା। ଏଠାରେ ତମ୍ବା ଓ ଅନେକ ପୁରୁଣା ଜିନିଷ ମଧ୍ୟ ମିଳିଛି।

ଏଠାରୁ କିଛି ପୁରୁଣା ରଥ ର ମଧ୍ୟ ସନ୍ଧାନ ମିଳିଛି। ଯାହାକି ଈଂରେଜ୍ ମାନଙ୍କ ପ୍ରଦତ୍ତ ଇତିହାସ କୁ ଭୁଲ ପ୍ରମାଣ କରୁଛି।ଏହା ଆହୁରି ମଧ୍ୟ ପ୍ରମାଣ କରୁଛି ଯେ ଆର୍ଯ୍ୟ ମାନେ କୌଣସି ବାହାରୁ ଆସିନଥିଲେ ବରଂ ଆମର ପୂର୍ବ ପୁରୁଷ ମାନଙ୍କୁ ହିଁ ଆର୍ଯ୍ୟ ବୋଲି କୁହା ଯାଉଥିଲା।

ଆଉ ଏହି ସଭ୍ୟତା ମହେଞ୍ଜୋଦର ଓ ହର୍ପପା ସଭ୍ୟତା ଠୁ ବହୁତ୍ ପୁରୁଣା। ସେପଟେ ମହାଭାରତ ଅନୁସାରେ ମହାଭାରତ ମଧ୍ୟ ପ୍ରାୟ ଆଜକୁ ୫୦୦୦ ବର୍ଷ ପୂର୍ବେ ହୋଇଥିଲା।

ବଗପାତ୍ ରେ ମିଳିଥିବା ଅବଶେଷ ରୁ କାର୍ବନ ଡେଟିଂରେ ଯାନ ପଡ଼ିଛି କି ଏହି ସବୁ ଜିନିଷ ପ୍ରାୟ ୫୦୦୦ ବର୍ଷ ପୁରୁଣା ଓ ସେହି ଅଞ୍ଚଳ ର ବର୍ଣ୍ଣନା ମଧ୍ୟ ମହାଭାରତ ଦେ କରାଯାଇଛି। ତେଣୁ ଏହି ସବୁ ଅବଶେଷ ମହାଭାରତ ର ବୋଲି ଏକ ପ୍ରକାର ଥୟ ହୋଇସାରିଛି।

ଏହା ସହ ସହ ଏଠାରୁ କିଛି ଅଦ୍ଭୁତ ଆକାର ର ଜୀବ ମାନଙ୍କ ର ମଧ୍ୟ କିଛି ଅବଶେଷ ଦେଖିବାକୁ ମିଳିଛି। ଯାହାର ବର୍ତ୍ତମାନ ରେ କୌଣସି ସତ୍ୱା ନାହିଁ। ତେଣୁ ହୁଏତ ଏହା କୌଣସି ମାୟାବୀ ଯିବ ହୋଇପାରେ କିମ୍ବା କୌଣସି ଲୋପ ପାଇଯାଇଥିବା ପ୍ରଜାତି।

Leave a Reply

Your email address will not be published. Required fields are marked *