ଭୁଲ୍ ରେ ବି ଏହି ସବୁ ଖାଦ୍ୟ ଏକାଠି ମିଶ୍ରଣ କରି ଖାଆନ୍ତୁ ନାହିଁ :ମାଡି ଆସିବ ଅନେକ ରୋଗ

ଖାଦ୍ୟ ହିଁ ଜୀବନ I ଜୀବନ ପାଇଁ ଖାଦ୍ୟ ହେଉ କିମ୍ବା ଖାଦ୍ୟ ପାଇଁ ଜୀବନ ଦୁହେଁ ଦୁହିଁଙ୍କ ପାଇଁ ପରିପୂରକ I ବେଳେବେଳେ ଆମେ ଖାଦ୍ୟ ଲୋଭରେ ବହୁତ ଖାଦ୍ୟ ଖାଇଦେଇଥାଉ କିନ୍ତୁ ଏହା ପରେ ଆମ ପାଇଁ ନାନା ସମସ୍ୟା ଆଣିଥାଏ I ତେବେ ଆମେ ଖାଦ୍ୟ ଖାଇବା ସମୟରେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇବା କଥା ନୁହେଁ ,ନଚେତ ଏହା ବିଷ ରେ ପରିଣତ ହେଇଯାଇଥାଏ ଏବଂ ଏହାଯୋଗୁଁ ଅନେକ ରୋଗ ବା ପେଟ ଜନିତ ସମସ୍ୟା ହେଇଥାଏ I

1) ଆମିଷ ଗୋରଶ ଅର୍ଥାତ ମାଛ ମାଂସ ସହିତ କ୍ଷୀର ଦହି ଖାଆନ୍ତୁ ନାହିଁ ନଚେତ ଏହା ବାନ୍ତି ,ପେଟବ୍ୟଥା ଏବଂ ଝାଡା ହେଇଥାଏ I

2) ଶାଗ ଶାଗୁଆତି : ମାଛ ସହିତ ଶାଗ,ମହୁ ,ଆଖୁରସ ଏକ ସଙ୍ଗରେ ଖାଇବା ଉଚିତ ନୁହେଁ,ଏହାଦ୍ୱାରା ତ୍ୱଚା ଜନିତ ରୋଗ ହେଇଥାଏ I

3) ସମାନ ପରିମାଣରେ ଘିଅ ଏବଂ ମହୁ ଏକାଠି ଖାଆନ୍ତୁ ନାହିଁ ,ରସୁଣ ସହିତ ମହୁ ଖାଆନ୍ତୁ ନାହିଁ I

4) ପିଜୁଳି କାକୁଡି ଏକ ସଙ୍ଗରେ ଖାଆନ୍ତୁ ନାହିଁ ,ଏବଂ ଏହା ପରେ ପାଣି ପିଅନ୍ତୁ ନାହିଁ ,ଖିର ପିଇବା ପରେ ମଧ୍ୟ ପାଣି ପିଅନ୍ତୁ ନାହିଁ ନଚେତ ଏହା ଝାଡା କରାଇଥାଏ I

5) ମାଛ ,ଅଣ୍ଡା ,ଚିକେନ ଏକ ସଙ୍ଗରେ ଖାଇବା ଦ୍ୱାରା ଅର୍ଶ ହେଇଥାଏ I

6) କଂସା ପାତ୍ରରେ ଘିଅ ରଖି ଖାଆନ୍ତୁ ନାହିଁ ଏହାଦ୍ୱାରା ଘିଅ ବିଷାକ୍ତ ହେଇଥାଏ I

7) ଏହା ବ୍ୟତୀତ ଚା ସହିତ ଦହି ,ବାଦାମ ,ଘିଅ ,କ୍ଷୀର ସହିତ ଥଣ୍ଡା ପାଣି ,କ୍ଷୀର ସହିତ ଗୁଡ କିମ୍ବା ବେଲ ଖାଇବା ନିଷେଧ ଅଟେ ଏହା ଶରୀର ପାଇଁ କ୍ଷତିକାରକ I

Leave a Reply

Your email address will not be published. Required fields are marked *