ଶ୍ୱାସ ରୋଗ ର ନିବାରଣ ପାଇଁ କରନ୍ତୁ ଏହି ସବୁ ଉପାୟ

ଆପଣଙ୍କର ଶ୍ୱାସ ରୋଗଟି ପୁରୁଣା ହୋଇଥାଉ ବା ନୂଆ ଯଦି ଆପଣ ମାନେ ଏହି ସବୁ ଉପାୟ ପ୍ରୟୋଗ କରନ୍ତି ତେବେ ଆପଣ ମାନେ ନିଶ୍ଚିତ ରୂପେ ଶ୍ୱାସ ରୋଗରୁ ରକ୍ଷା ପାଇପାରିବେ।

ତେବେ ଆପଣ ମାନେ ସର୍ବଦା ମନକୁ ପ୍ରସନ୍ନ ରଖିବେ।ଦୁଶ୍ଚିନ୍ତା କୁ ତ୍ୟାଗ କରିବେ।

ଦେହରେ ଥଣ୍ଡା ଲାଗିବାକୁ ଦେବେ ନାହିଁ।ନରମ ଓ ଉଷୁମ ପୋଷାକ ପରିଧାନ କରିବେ। ତ୍ରିଫଳା ପାଣି ପିଆନ୍ତୁ । ଏକା ଦଶି ରେ ଉପବାସ କରନ୍ତୁ।

ଯଦି ସମ୍ପୂର୍ଣ୍ଣ ଉପବାସ କରନ୍ତୁ ତେବେ ଗୋଟେ ବକ୍ତ ଫଳ ଓ କ୍ଷୀର ଖାଇ ରୁହନ୍ତୁ।ଲଘୁ ବ୍ୟାୟାମ,ପ୍ରାପ୍ତ ଭ୍ରମଣ,ସୂର୍ଯ୍ୟ ସ୍ନାନ ଓ ଦୀର୍ଘ ଶ୍ୱାସ ଆଦି କ୍ରିୟା ଅଭ୍ୟାସ କରନ୍ତୁ।

ଖାଦ୍ୟରେ ଶେତ୍ଵସାର ଜାତୀୟ ଖାଦ୍ୟ ଯେପରି ଚିନି,ଥଣ୍ଡା ପାନୀୟ,କଞ୍ଚା ଖାଦ୍ୟ,ଡାଲି ,କଖାରୁ,ପାଚିଲା କଦଳୀ,ଚିନାବାଦାମ,ତେଲ ବା ଘିଅରେ ଛଣା ଖାଦ୍ୟ ଏ ସବୁ ଖାଦ୍ୟ ତ୍ୟାଗ କରନ୍ତୁ।କାରଣ ଏହି ସବୁ ଖାଦ୍ୟ ଶ୍ୱାସ ରୋଗକୁ ବଢାଇ ଥାଏ।ଶ୍ୱାସ ରୋଗୀ ଙ୍କ ପାଇଁ କ୍ଷୀର ଅତି ଉତ୍ତମ ହୋଇଥାଏ କିନ୍ତୁ କ୍ଷୀରକୁ କେବେ ଥଣ୍ଡା କରି ପିଇବେ ନାହିଁ।ଅଳ୍ପ ଉଷୁମ ଥିବ ପିଇବେ।ସେଉ,ମିଠା କମଳା,ଗହମ ଅଟାର ରୁଟି,ଲହୁଣୀ,ଏ ସବୁ ଶ୍ୱାସ ରୋଗୀର ଶରୀର ପାଇଁ ବହୁତ୍ ଉତ୍ତମ ହୋଇଥାଏ।ଦିନ ବେଳା ଗୋଟେ ଚାମଚ୍ ମହୁ ଖାଇବେ।ଯେ କୌଣସି ଫଳ ବା ମହୁ ସନ୍ଧ୍ୟା ପୂର୍ବରୁ ଖାଇବେ।

ସନ୍ଧ୍ୟା ପରେ ଖାଇବେ ନାହିଁ।ଦିନର ମୁଖ୍ୟ ଭୋଜନ ଅର୍ଥାତ୍ ଦୁଇ ପହର ଭୋଜନ ଟି ଦିନ ଦୁଇଟା ପୂର୍ବରୁ ଶେଷ କରିବେ।ସରଳ ଖାଦ୍ୟ ସୂର୍ୟସ୍ତ ପୂର୍ବରୁ ଶେଷ କରନ୍ତୁ।ରାତି ୭ ଟା ପରେ କିଛି ଖାଇବେ ନାହିଁ।ଖାଇ ସାରିବା ର ଅତି କମରେ ୧୫ ମିନିଟ୍ ପାଇଁ ବଜ୍ରାସନ୍ ରେ ବସନ୍ତୁ।ଏହା ମଧ୍ୟ ଶ୍ୱାସ ରୋଗୀଙ୍କ ପାଇଁ ବହୁତ୍ ଭଲ କାମ କରିଥାଏ।

ଯଦି ଆପଣଙ୍କୁ କୌଣସି ସମୟରେ ରୋଗ ଆକ୍ରମଣ କରିବାର ଆପଣ ଜାଣି ପାରନ୍ତି ତେବେ ସେ ସମୟରେ ଉପବାସ କରନ୍ତୁ ଆଉ ବିଶ୍ରାମ ନିଅନ୍ତୁ।ଗୋଟେ ଆରାମ ଚୌକିରେ ବସି ଦୀର୍ଘ ଶ୍ୱାସ ନିଅନ୍ତୁ।ଧୀରେ ଧୀରେ କରି ନିଃଶ୍ୱାସ ନିଅନ୍ତୁ ଏବଂ ଛାଡ଼ନ୍ତୁ।ଏପରି ଦୀର୍ଘ ଶ୍ୱାସ ଅଭ୍ୟାସ କରନ୍ତୁ। ତା ପରେ ଗୋଟେ ଚା ମ ଚ ବାସଂଗ ରସରେ ମହୁ ମିଶାଇ ପାନ କରନ୍ତୁ।ଏହା ମଧ୍ୟ ଖୁବ୍ ଭଲ କାମ କରିଥାଏ।ରୋଗ ଆକ୍ରମଣ କରିବା ଦେଖାଗଲେ ଅଳ୍ପ ଗରମ୍ ପାଣିକୁ ଚାହା ପରି ଧୀରେ ଧୀରେ କରି ଶୋଷି ପିଅାନ୍ତୁ।

Leave a Reply

Your email address will not be published. Required fields are marked *