ବଳିଦାନ ଏକ ପ୍ରେମିକର :ଏଇ ବୋଧେ ପ୍ରେମ

ପ୍ରେମ କେତେବେଳେ କାହାକୁ ହେଇଯାଏ କେହି ଜାଣିନଥାନ୍ତି I ନାଁ ସେ କେବେ ଜାତି ଦେଖେ ନାଁ ଧର୍ମ ନାଁ ଧନୀ ନାଁ ଗରିବ I ଏକ ଐଶ୍ୱରୀୟ ଆକର୍ଷଣ ରେ ବାନ୍ଧି ହେଇ ଦୁଇଟି ହୃଦୟର ମିଳନ ର ଅପୂର୍ବ ସଂଯୋଗ ଏକ ଭିର୍ଣ୍ଣ ସୁତା ଖିଅରେ ଯୋଡି ହେଇଯାଇଥାଏ ନା ତାର ଅଢେଇ ଅକ୍ଷର ପ୍ରେମ I କେବେ ମିଳନ ,କେବେ ବିଚ୍ଛେଦ ତ କେବେ ପାଲଟିଯାଏ ସାଉଁଟା ସ୍ମୃତି I ଠିକ ଏମିତି ଏକ ସୁତା ଖିଅରେ ଯୋଡି ହେଇଯାଇଥିଲେ ସାଗର ଆଉ ଗଙ୍ଗା I ବୟସ ର କିଶୋରାବସ୍ଥା ରେ କଲେଜ ରେ ଅଧ୍ୟୟନରତ ସାଗର ଏବଂ ସ୍ୱପ୍ନା ପ୍ରଥମ ଦେଖାରେ ହଜେଇ ଦେଇଥିଲେ ନିଜ ଉପରୁ ନିୟନ୍ତ୍ରଣ I ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ ଅତି ନିବିଡ ଭାବରେ I ଜଣେ ଜଣଙ୍କୁ ନିମିଷକ ପାଇଁ ନଦେଖିଲେ ପାଗଳପ୍ରାୟ I ବହୁତ ଭଲ ପାଉଥିଲେ ଦୁହେଁ ଦୁହିଁଙ୍କୁ I

 ଏତେବଡ ଦୁନିଆରେ ସାଗର ର କିନ୍ତୁ ନିଜର କେହିନଥିଲେ I କେଉଁ ଏକ ଅନାଥାଶ୍ରମ ରେ ବଢି ପାଠ ପଢିଥିଲା I ନିଜର କହିଲେ କେବଳ ସେ ସ୍ୱପ୍ନା କୁ ହିଁ ଭାବେ I ସତେ ଯେପରି ଶାମୁକା ଭିତରୁ ମୋତି ଟିଏ କେବଳ ସାଗର ପାଇଁ ବିଧାତା ଗଢ଼ିଥିଲା ଯିଏ କି ସ୍ୱପ୍ନା ଭାବରେ ତା ପାଇଁ ଜନ୍ମ ନେଇଥିଲା I ସ୍ୱପ୍ନା କିନ୍ତୁ ବେଶ ଭଲ ଘରର ଝିଅ ଥିଲା I ପରିସ୍ଥିତି କିନ୍ତୁ କେତେବେଳେ କାହାକୁ କୋଉ ମୋଡରେ ଠିଆ କରେଇବ ତାହା କେବଳ ସେହିଁ ଜାଣିଛି I ଏମିତି ଏକ ପରିସ୍ଥିତି ପହଁଚିଲା ସାଗର ଏବଂ ସ୍ୱପ୍ନା ର ପ୍ରେମ କାହାଣୀରେ I ସ୍ୱପ୍ନା ର ବାହାଘର ଠିକ ହେଇଯାଇଥିଲା ଏକ ଧନୀଘର ର ପୁଅ ସହିତ I ସବୁଦିନ ପାଇଁ ତାକୁ ଭୁଲିଯିବାକୁ ଅନୁରୋଧ କରୁଥିଲା ସାଗର କୁ I  ଜଳକା ଙ୍କ ଭଳି ବଲବଲ କରି ଚାହିଁଥାଏ ସେ ସ୍ୱପ୍ନାର ମୁଁହକୁ ,କେମିତି ଏକଥା କହିପାରୁଛି ସ୍ୱପ୍ନା ,ତାକୁ କଣ ଏ ଜୀବନରେ ଭୁଲିପାରିବ ସେ I ସ୍ୱପ୍ନା ବିନା କଣ ସାଗର ସମ୍ଭବ I ଅନୁନୟ ହେଇ ସାଗର କହୁଥାଏ ସ୍ୱପ୍ନା ତୁମ ବିନା ମୁଁ ମୁହୂର୍ତ୍ତ ଟିଏ ବି ବଞ୍ଚିପାରିବିନି I ତୁମେ ମତେ ଛାଡ଼ିଯାଅନି I  ମୋ ପାଖରେ ଧନ ନଥାଇ ପାରେ କିନ୍ତୁ କେଭେଁବି ତୁମକୁ ଦୁଃଖରେ ରଖିବିନି I ବିରକ୍ତ ହେଇଉଠିଲା ସ୍ୱପ୍ନା ,ବୁଝାଇବାକୁ ଚେଷ୍ଟା କରୁଥିଲା ସାଗରକୁ ,ପ୍ରେମ କୁ ନେଇ ଜୀବନ ଜି ହୁଏନି ସାଗର ,ପ୍ରେମ ଆଉ ବାସ୍ତବତା ଭିତରେ ବହୁତ ଫରକ I କିଶୋରାଵସ୍ଥା ରେ ବେଳେ ବେଳେ ଏମିତି ଭୁଲ ହେଇଯାଏ କିନ୍ତୁ ତା ମାନେ ନୁହେଁ ଯେ ସେଇ ଭୁଲ କୁ ନେଇ ସାରାଜୀବନ କଷ୍ଟ ଭୋଗିବାକୁ ପଡିବ I ମୁଁ ତମକୁ ଭୁଲିଯାଇଛି ,ତୁମେ ବି ମତେ ଭୁଲିବାକୁ ଚେଷ୍ଟା କର I ବାହାଘର କାର୍ଡ ଟି ସାଗର ହାତରେ ଧରାଇ ଦେଇ ଏକ ମୁଁହା ହେଇ ଚାଲି ଯାଉଥିଲା ସ୍ୱପ୍ନା I ଆଖିରୁ ଧାର ଧାର ଲୁହ ଗଡିଯାଉଥାଏ ସାଗର ର I  ହୃଦୟ ଦେଇ ଭଲ ପାଉଥିଲା ,ଆଜି କିନ୍ତୁ ସେ ହୃଦୟ କ୍ଷତ ବୀକ୍ଷତ ହେବାକୁ ଲାଗିଛି I ମନେ ମନେ ସାଗର ଭାବୁଥିଲା ସତେ କଣ ସବୁ ପ୍ରେମ ସତ ହୁଏନି ?? ସାଗର ପାଇଁ କଣ ସ୍ୱପ୍ନା ସ୍ବପ୍ନ ପାଲଟିଯିବ ?? ତା ପ୍ରେମରେ ତ ଭେଜାଲ ନଥିଲା ତେବେ କାହିଁକି ବାଲିଘର ପରି ଢେଉ ଆସି ତା ସ୍ବପ୍ନ କୁ ତାସ ର ଘର ପରି ଧୂଳିସାତ କରିଦେଲା I ହଠାତ କାହାର ଏକ ଚିତ୍କାର ରେ ପ୍ରକୂସ୍ଥିତ ହେଲା ସାଗର I ଆଖି ସାମ୍ନାରେ ସ୍ୱପ୍ନାର ରକ୍ତ ଜୁଡୁବୁଡୁ ଶରୀର I ରାସ୍ତା ପାର ହେଉଥିବା ବେଳେ କେଉଁ ଏକ ଅଜଣା ଗାଡି ଧକା ଦେଇ ଚାଲିଯାଇଥିଲା I  ନିଜକୁ ସମ୍ଭାଳି ପାରୁନଥାଏ ସାଗର ସ୍ୱପ୍ନା ର ଏଭଳି ଅବସ୍ଥା ଦେଖି I ସଂଗେ ସଂଗେ ଅଚେତ ସ୍ୱପ୍ନା କୁ ହସ୍ପିଟାଲ କୁ ନେଇଗଲା ସାଗର I କିନ୍ତୁ ଗାଡି ଧକ୍କା ରେ ସ୍ୱପ୍ନା ର ହୃଦଯନ୍ତ୍ର ଟି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥିଲା Iଡାକ୍ତର ବି ମନା କରିଦେଇଥିଲେ ସ୍ୱପ୍ନା କୁ ବଂଚେଇବା ସମ୍ଭବ ନୁହେଁ ,କେହି ଯଦି ନିଜର ହୃଦଯନ୍ତ୍ର ଦାନ କରନ୍ତି ନିଜ ଜୀବନ ବିନିମୟରେ ତେବେ ସେ ବଞ୍ଚିଯିବେ I ନିଜର ଅତି ଆପଣାର ସ୍ୱପ୍ନା କୁ କଣ ସାଗର ସହଜରେ ହଜେଇପାରିବ ଏ ଦୁନିଆ ରୁ I ନିଜେ ଚାଲିଯାଇଥିଲା ଓଟି ଭିତରକୁ I

କିଛି ଘଣ୍ଟା ଭିତରେ ସ୍ୱପ୍ନା ର ଚେତା ଫେରିଲା ପରେ ସେ ପଚାରୁଥିଲା ତା ମା କୁ ,ଏତେବଡ ଦୁର୍ଘଟଣା ରୁ ସେ କିପରି ବଞ୍ଚିଲା ,?? ମା ସ୍ୱପ୍ନା ହାତକୁ ବଢ଼ାଇଦେଇଥିଲେ ଏକ ଚିଠି I ଚିଠି ଟି ଖୋଲି ପଢି ବାକୁ ଲାଗିଲା ସ୍ୱପ୍ନା I ଲେଖାଥିଲା :ପ୍ରିୟ ସ୍ୱପ୍ନା ,ତମେ ସିନା ଏ ଗରିବ ପ୍ରେମିକ ଟାକୁ ପାଦରେ ଆଡେଇ ଦେଇ ଚାଲିଗଲ,କିନ୍ତୁ ତୁମ ଛାତି ଭିତରେ ଲାଗିଥିବା ମୋର ଏ ଯେଉଁ ହୃଦୟ ଧକ ଧକ କରୁଛି ତାକୁ କେମିତି ଦୁରେଇ ପାରିବ ??  ଏବେ ମୁଁ ଆଉ ତୁମଠୁ ଦୂର ନୁହେଁ ତୁମ ଛାତି ଭିତରେ ରହିଛି ,ତମେ ଚାହିଁଲେ ବି ମତେ ଦୁରେଇ ପାରିବନି I ଏ ସାଗର କେବଳ ସ୍ୱପ୍ନାର I ଚିଠି ଟି ପଢିଲା ପରେ ଅମାନିଆ ଲୁହସବୁ ଧାର ଧାର ହେଇ ସ୍ୱପ୍ନା ର ଚିବୁକ ଦେଇ ତଳକୁ ଖସିପଡୁଥାନ୍ତି I ନିଜ ଉପରେ ଧିକାର ଲାଗୁଥାଏ ସ୍ୱପ୍ନା କୁ Iଆଜି ସେ ବୁଝିପାରିଛି ଦୁନିଆରେ ଟଙ୍କା ପଇସା ଦେଇ ସବୁ କିଣିହୁଏ କିନ୍ତୁ ଭଲପାଇବା କେବେ ନୁହେଁ I ପ୍ରେମକୁ କଣ କେହି କିଣିପାରେ ?? ପ୍ରେମ ପରା ଶାଶ୍ୱତ ଚିରନ୍ତନ I ପ୍ରେମ କେବେବି ମରେନି ପ୍ରେମ ଅମର I ପାଗଳୀଙ୍କ ପରି ବିଳାପ କରୁଥାଏ ସ୍ୱପ୍ନା ,ମତେ କ୍ଷମା କରିଦିଅ ସାଗର I ଏ ସ୍ୱପ୍ନା କେବଳ ସାଗର ର I  ମୋର ବୁଝିବାରେ ବହୁତ ବିଳମ୍ବ ହେଇଗଲା I ତମେ ଏମିତି ଅଧାରୁ କେମିତି ମତେ ଛାଡି ଚାଲିଯାଇପାରିଲ ସାଗର !! ମୋ ଛାତିରେ ତମର ଏ ସତେଜ ହୃଦୟ ର ସ୍ପନ୍ଦନ ମତେ ଅଣନିଶ୍ଵାସି କରିପକାଉଛି ,ଯେଉଁ ହୃଦୟକୁ ଭାଙ୍ଗିଦେଇଥିଲି ସେହି ହୃଦୟ ଆଜି ମୋ ଛାତିରେ ଧକ ଧକ କରୁଛି I ତମେ ମୋର ବହୁତ ମନେପଡ଼ୁଛ .ଆଇ ଲଭ୍ ୟୁ ସାଗର .ଆଇ ଲଭ୍ ୟୁ ସାଗର …ଏ ପ୍ରଳାପ କିନ୍ତୁ ମେଡିକାଲ ର ଝରକା ଦେଇ ରଙ୍ଗାୟିତ ପବନରେ ଭାସିଯାଉଥିଲା………….

Leave a Reply

Your email address will not be published. Required fields are marked *