କାହିଁକି ଓକିଲ ମାନେ ପିନ୍ଧନ୍ତି କଳା କୋଟ

ଓକିଲମାନେ କଳା ରଙ୍ଗର କୋଟ୍ ପିନ୍ଧିଥାନ୍ତି। କୋର୍ଟ୍ ପରିସରରେ ହେଉ କିମ୍ବା ଓକିଲାତି କରିବା ସମୟରେ ଓକିଲ ମାନେ ଏହି କଳା କୋଟ୍ ପିନ୍ଧିଥାନ୍ତି।କିନ୍ତୁ ଓକିଲ ମାନେ କାହିଁକି କଳା କୋଟ୍ ପିନ୍ଧି ଥାନ୍ତି ହୁଏତ ବହୁତ୍ ଜଣଙ୍କୁ ଅଜଣା ଥିବ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ
ଓକିଲ ମାନଙ୍କର ଏହି ପୋଷାକ ଆଜିର ନୁହେଁ ବରଂ ବହୁତ୍ ପୁରୁଣା।କେବେ ଭାବିଚନ୍ତିକି ଓକିଲ ମାନେ କାହିଁକି ଏହି କଳା

କୋଟ୍ ପିନ୍ଧି ଥାନ୍ତି।ଓକିଲାତି ର ଆରମ୍ଭ ୧୩୨୭ରେ ହୋଇଥିଲା।୧୬୩୭ ରେ ପ୍ରସ୍ତାବ ଆସିଥିଲା କି ଓକିଲ ମାନଙ୍କୁ ଜନତାଙ୍କ ଅନୁସାରେ ଡ୍ରେସ ପିନ୍ଧିବା ଦରକାର।କିନ୍ତୁ ଏହି ନିୟମରେ ପରିବର୍ତ୍ତନ ଆସିଥିଲା ୧୬୯୪ ରେ।ବ୍ରିଟିଶ୍ ରାଣୀ ମେରୀ ଙ୍କ ବସନ୍ତ ରୋଗରେ ଦେହାନ୍ତ ହେବା ପରେ ରାଜା ବିଲିଅନ୍ ସ ସମସ୍ତ ବିଚାରପତି ଏବଂ ଏବଂ ଓକିଲ ମାନଙ୍କୁ ଶୋକ ସଭାରେ କଳା ରଙ୍ଗର ଗାଉନ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ।

ଓକିଲ ମାନେ ଏହି ଆଦେଶକୁ ପାଳନ କରିଥିଲେ।କିନ୍ତୁ ରାଜା ଏହି ଆଦେଶକୁ ଆଉ ଫେରାଇ ନ ଥିଲେ।ଯେଉଁଥିପାଇଁ ସେବେଠାରୁ ଏହି ପ୍ରଥା ଚଳି ଆସୁଛି।ଏବଂ ପରେ ଏହାକୁ ଆଇନର ରୂପ ଦିଆଗଲା।ଅଧିନିୟମ ୧୯୬୧ ଅନୁସାରେ ଅଦାଲତକୁ ଧଳା ଟାଏ ସହିତ କଳା କୋଟ୍ ପିନ୍ଧି ଆସିବାକୁ ବାଧ୍ୟତା ମୂଳକ କରାଗଲା।

ଏହା ବ୍ୟତୀତ ଅନ୍ୟ କାରଣ ଗୁଡ଼ିକ ହେଲା କୋର୍ଟରେ କଳା ରଙ୍ଗର ଗାଉନ ପିନ୍ଧିବା ଦ୍ବାରା ଅନୁଶାସନ ଆସିଥାଏ।ଏବଂ ନ୍ୟାୟ ପ୍ରତି ବିଶ୍ୱାସ ଦୃଢୀଭୂତ ହୋଇଥାଏ।କଳା ରଙ୍ଗକୁ ଶକ୍ତି,ଅଧିକାର ଏବଂ ଆତ୍ମବିଶ୍ବାସ ର ପ୍ରତୀକ ଭାବରେ କୁହାଯାଏ।ଏବଂ ଅନ୍ୟ ଏକ କାରଣ ହେଉଛି କଳା ରଙ୍ଗ ଦୃଷ୍ଟି ହିନତର ପ୍ରତୀକ।ତେଣୁ ଏହାକୁ ପିନ୍ଧି କୌଣସି ଓକିଲ ପକ୍ଷ ପାତିତା କରି ନ ଥାଆନ୍ତି।

Leave a Reply

Your email address will not be published. Required fields are marked *