କେମିତି ବାହୁଡ଼ିବେ ଜଗନ୍ନାଥ ? ରଥ ବୁଡ଼ିଗଲାଣି କୃତିମ ବନ୍ୟାରେ I ଅଣ୍ଟାଏ ନର୍ଦ୍ଧମା ପାଣିରେ ପଶି ତଦାରଖ କରୁଛନ୍ତି ପୁରୀ ଜିଲ୍ଲାପାଳ

ଲଘୁଚାପ ଜନିତ ବର୍ଷାରେ ସାରା ଓଡିଶା ଉବୁଟୁବୁ ହେଉଥିବା ବେଳେ ପୁରୀ ସହର ର ବଡ଼ଦାଣ୍ଡରେ 4ଫୁଟ ଉଞ୍ଚରେ ପାଣି I ଆସନ୍ତା କାଲି ମହାପ୍ରଭୁ ଙ୍କର ବାହୁଡା ଯାତ୍ରା ଥିବାବେଳେ ଶରଧାବାଲି ନିକଟସ୍ଥ ତିନି ରଥ 3/4 ଫୁଟ ପାଣିରେ ବୁଡି ରହିଛି I ଭକ୍ତ ମାନେ ଆଶା ଏବଂ ଆଶଙ୍କା ରେ ଘାରି ରହିଛନ୍ତି I ଯଦି ଏପରି ଅବସ୍ଥା ଲାଗିରହେ ତେବେ ଆସନ୍ତା କାଲି ରଥ ଗଡ଼ିବା ବହୁତ କଷ୍ଟ ହେବ I ପୂର୍ବରୁ ବୁଦ୍ଧିଜୀବୀ ମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ଡ୍ରେନେଜ ବ୍ୟବସ୍ତା ର ତଦାରଖ କରିବା ପାଇଁ କିନ୍ତୁ ତାହା ହେଇନଥିଲା I

କିଛିଦିନ ତଳେ ମଧ୍ୟ ଅସରାଏ ବର୍ଷା ରେ ବଡଦାଣ୍ଡ ଉବୁଟୁବୁ ହେଇଥିଲା ,ନର୍ଦ୍ଧମା ପାଣିର ଲହଡି ମାରୁଥିଲା ବଡ଼ଦାଣ୍ଡରେ I ତେବେ ଗତକାଲିର ଲଗାତାର ବର୍ଷାରେ ଗୁଣ୍ଡିଚା ମନ୍ଦିର ରେ ରଥ 3/4 ଫୁଟ ପାଣିରେ ବୁଡିଯାଇଥିବା ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଅଣ୍ଟାଏ ନର୍ଦ୍ଧମା ପାଣିରେ ପଶି ନିଜେ

ଘଟଣାର ତଦାରଖ କରୁଛନ୍ତି ,ଏବଂ ଆସନ୍ତା କାଲି ବାହୁଡା ଯାତ୍ରା ପୂର୍ବରୁ ଅବସ୍ଥାରେ ସୁଧାର ଆଣିବାକୁ ଉଦ୍ୟମ ଜାରିରଖିଛନ୍ତି I

Leave a Reply

Your email address will not be published. Required fields are marked *