ଆଜି ଜଗନ୍ନାଥ ଙ୍କ ବାହୁଡା ଯାତ୍ରା ରେ ଚୁପଚାପ କରନ୍ତୁ ଏହି ଗୋଟାଏ କାମ ସମସ୍ତ ମନସ୍କାମନା ହେବ ପୂର୍ଣ୍ଣ

ଆଜି ପବିତ୍ର ବାହୁଡା ଯାତ୍ରା I ପ୍ରଭୁ ଜଗନ୍ନାଥ ପତିତ ମାନଙ୍କୁ ଉଦ୍ଧାର କରିବାକୁ ନିଜେ ରତ୍ନସିଂହାସନ ରୁ ଓଲ୍ହାଇ ଆସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି I ଯାହାକୁ ରଥଯାତ୍ରା କୁହାଯାଏ I ମାଉସୀ ମା ମନ୍ଦିର ରେ କିଛିଦିନ ରହିବା ପରେ ଆଜି ପ୍ରଭୁ ନିଜ ଧାମ କୁ ଫେରୁଛନ୍ତି ଭାଇ ଭଉଣୀ ଙ୍କ ସହିତ I ରଥଯାତ୍ରା ରୁ ବାହୁଡା ଯାତ୍ରା କୁ ଅତି ଶୁଭ ଦିନ ଭାବେ ମନାଯାଏ I ଶାସ୍ତ୍ର ଅନୁଯାଇ ଯେହେତୁ ସ୍ୱୟଂ ଜଗନ୍ନାଥ ବାହାରକୁ ବାହାରିଥାନ୍ତି ,ଲକ୍ଷ ଲକ୍ଷ ଭକ୍ତ ଙ୍କ ହରିବୋଲ ହୁଳହୁଳି ଶବ୍ଧ ରେ ଗଗନ ପବନ ପ୍ରକମ୍ପିତ ହେଇଉଠିଥାଏ , ଏହି ସମୟରେ ସମସ୍ତ ନକାରାତ୍ମକ ଶକ୍ତିର ବିଲୋପ ଘଟିଥାଏ I ଭଣ୍ଡ ତାନ୍ତ୍ରିକ ବା କଳା ଯାଦୁ ଶକ୍ତି ର ବିନାଶ ଘଟିଥାଏ I

ଏହି ସମୟରେ କୌଣସି ନକାରାତ୍ମକ ଶକ୍ତି କାର୍ଯ୍ୟ କରିନଥାଏ I ବାହୁଡା ଯାତ୍ରାକୁ ଅତ୍ୟନ୍ତ ଶୁଭଦିନ ଭାବେ ମନାଯାଏ I ଯଦି ଆପଣଙ୍କ ଘର କିମ୍ବା ପରିବାର ର ସଦସ୍ୟ କାହା ଉପରେ ନକାରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ ,କିମ୍ବା ଅନେକ ପ୍ରଚେଷ୍ଟା ପରେ ମଧ୍ୟ ଅସଫଳତା ଲାଗିରହୁଥାଏ ତେବେ ଭକ୍ତି ର ସହିତ ଜଗନାଥ ଙ୍କୁ ପ୍ରାଥନା କରିବା ସହିତ ନିମ୍ନରେ ଲେଖାଥିବା ଦୁଇଟି ଉପାୟ ଅବଲମ୍ବନ କରନ୍ତୁ I

ନିଜର ଜନ୍ମତିଥି କୁ ଶୋଇବା ପୂର୍ବରୁ 21 ବାର ଜପ କରନ୍ତୁ I ମନେକରାଯାଉ ଆପଣଙ୍କ ଜନ୍ମ ଶୁକ୍ଳ ଦଶମୀ ରେ ହେଇଛି ତେବେ ଭକ୍ତିର ସହିତ ଜଗନ୍ନାଥ ଙ୍କୁ ଆରାଧନା କରି 21 ଥର ଶୁକ୍ଳ ଦଶମୀ ଜପ କରନ୍ତୁ I

ଆମେ ଆମ ଅଜାଣତରେ ଛୋଟ ବଡ ଅନେକ ପାପ କରିଥାଉ I ଏହି ପାପର ମୋକ୍ଷ ପାଇଁ ଆଜି ନିହାତି ଭାବରେ ଗୋଟିଏ କାମ କରନ୍ତୁ I ଆପଣଙ୍କର ଜନ୍ମ ନକ୍ଷତ୍ର କୁ 21 ଥର ନିହାତି ଭାବରେ ଭକ୍ତିର ସହିତ ଜପ କରନ୍ତୁ I

Leave a Reply

Your email address will not be published. Required fields are marked *