ଜାଣନ୍ତୁ କିପରି ମୋଟାପଣରୁ ପତଳା ହେବେ ,କରନ୍ତୁ ଏହି ଗୋଟିଏ ଘରୋଇ ଉପଚାର

ଏହି ଗୋଟିଏ ଉପଚାର କରିବା ଦ୍ୱାରା ପେଟ ର ଚର୍ବି ମୂଳରୁ ଶେଷ ହେଇଥାଏ I
ଆଜିର ବ୍ୟସ୍ତବହୁଳ ଦୁନିଆରେ ମଣିଷ ପାଖରେ ସମୟ ନଥାଏ ଘରେ ଖାଇବାକୁ ,ବାହାରେ ଅତି ଅଳ୍ପ ସମୟରେ ଚଟାପଟି ଖାଦ୍ୟ ଯେମିତିକି ଫାଷ୍ଟଫୁଡ଼ ପରି ଖାଦ୍ୟ ଖାଇଥାନ୍ତି ଫଳରେ ଅଧିକ ପରିମାଣର କାଲୋରି ଶରୀରରେ ସଞ୍ଚିତ ହେଇ ଖୁବ ଶୀଘ୍ର ମଣିଷ ମୋଟାପଣର ଶିକାର ହେଇଥାଏ I ଏବଂ ନିଜକୁ ଫିଟ କରିବାକୁ ବହୁତ ପ୍ରକାର ଡାଏଟ କିମ୍ବା ଔଷଧ ସେବନ କରିଥାନ୍ତି I କିନ୍ତୁ ଏହି ଔଷଧ ସେବନ ଦ୍ୱରା ସେମାନଙ୍କ ଶରୀର ରେ ଅନେକ ପ୍ରକାର ସାଇଡ ଇଫେକ୍ଟ ପଡିଥାଏ I ତେବେ ଆଜି ଚାଲନ୍ତୁ ଜାଣିବା କିପରି ଘରୋଇ ଉପାୟରେ ଆପଣ ମୋଟାପଣରୁ ମୁକ୍ତି ପାଇ ଏକଦମ ଫିଟ ପାଇପାରିବେ I

ଘରୋଇ ଉପଚାର :-ଆପଣ ସକାଳ ଜଳଖିଆ ଖାଇବା ର ଏକଘଣ୍ଟା ପୂର୍ବରୁ ଖଲିପେଟରେ ଏକ ଗ୍ଲାସ ଉଷୁମ ପାଣିରେ ,ଏକ ଚାମଚ ମହୁ ,ଏକ ଚାମଚ ହଳଦୀ ,ଦୁଇ ଚାମଚ ଲେମ୍ବୁ କୁ ଭଲ ଭାବରେ ମିଶ୍ରଣ କରି ସେବନ କରନ୍ତୁ I ଏବଂ ଏକ ଘଣ୍ଟା ପରେ ଖାଦ୍ୟ ଖାଆନ୍ତୁ I ଏପରି ନିୟମିତ କରିବା ଦ୍ୱାରା ଏକ ମାସ ମଧ୍ୟରେ ଆପଣ ନିଜେ ଏହାର ଉପକାରିତା ଅନୁଭବ କରିପାରିବେ I

1)ଏହାଛଡା ଆପଣ ଯଥା ସାଧ୍ୟ ବାହାର ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ I 2)ସକାଳ ଜଳଖିଆ ନିହାତି ଭାବରେ କରନ୍ତୁ ,ଅନେକ ଏହାକୁ ଗୁରୁତ୍ୱ ଦେଇନଥାନ୍ତି 3) ରାତ୍ରି ଭୋଜନ ହାଲକା ଭାବରେ କରନ୍ତୁ ,ଅଧିକ ଖାଇବା ଦ୍ୱାରା ଶୋଇବା ସମୟରେ ଏହା ଅସୁବିଧା ହେଇଥାଏ I

4)ନିୟମିତ ଖାଦ୍ୟରେ ସାଲାଡ଼ ,ପିଆଜ ରସୁଣ ,ଅଦା କୁ ସାମିଲ କରନ୍ତୁ I 5)ସକାଳୁ ଆଳସ୍ୟ ତ୍ୟାଗ କରି ହାଲକା ଯୋଗ କିମ୍ବା ପପ୍ରାତଃ ଭ୍ରମଣ ନିହାତି ଭାବରେ କରନ୍ତୁ I ଅଫିସ ରେ କାମ କରୁଥିଲେ ଅଧିକ ସମୟ ଗୋଟେ ଜାଗାରେ ବସି ନରହି ଅଳ୍ପ ବ୍ୟବଧାନରେ ଚଲାବୁଲା କରନ୍ତୁ I

One Comment on “ଜାଣନ୍ତୁ କିପରି ମୋଟାପଣରୁ ପତଳା ହେବେ ,କରନ୍ତୁ ଏହି ଗୋଟିଏ ଘରୋଇ ଉପଚାର”

Leave a Reply

Your email address will not be published. Required fields are marked *