ଶରୀର ରୁ କାହିଁକି ବାହାରିଥାଏ ଝାଳ??ଝାଳ ବୋହିବା ପଛର ବିଜ୍ଞାନ ଜାଣିଲେ ଆଶ୍ଚର୍ୟ ହେବେ

ଆପଣ କେବେ ଭାବିଚନ୍ତି କି ଆମ ଶରୀରରୁ ଝାଳ କାହିଁକି ବାହାରେ?ଅଧିକ ଗରମ୍ ହେଲେ କିମ୍ବା ଅଧିକ କଠିନ ପରିଶ୍ରମ କଲେ କାହିଁକି ଅଧିକ ଝାଳ ବାହାରିଥାଏ।ଏବଂ ଝାଳରୁ ଦୁର୍ଗନ୍ଧ କାହିଁକି ଆସିଥାଏ। ପ୍ରଥମେ ଆମେ ଜାଣିବା ଝାଳ କାହିଁକି ବାହାରିଥାଏ।ଆମେ ସାଧାରଣ ଭାଷାରେ ଜାଣିବା ଏହା ଏକ ଥର୍ମାଲ ରେଗୁଲାସନ୍ ପ୍ରୋସେସ।ଆପଣ ଭାବୁଥିବେ ଏହା କଣ? ଆସନ୍ତୁ ଜାଣିବା ଥର୍ମାଲ ର ଅର୍ଥ ହେଉଛି ଶରୀରର ତାପମାତ୍ରା ଆଉ ରେଗୁଲସନ ର ଅର୍ଥ ହେଉଛି ବାଲାନ୍ସ ଯାହାକୁ ମେଣ୍ଟେ ନ କରିବା ଆବଶ୍ୟକ।ପୁରା ଭାଷାରେ କହିବାକୁ ଗଲେ ଶରୀରର ତାପମାତ୍ରା ନିୟନ୍ତ୍ରଣ ହେବା ପ୍ରକ୍ରିୟା ଦ୍ଵାରା ଝାଳ ବାହାରିଥାଏ।

ଯେବେ ଆମ ଶରୀରର ତାପମାତ୍ରା ବଢ଼ିବାକୁ ଲାଗେ ତେବେ ଆମ ଶରୀରରୁ ଝାଳ ବୋହିବାକୁ ଲାଗେ।ଯାହା ଦ୍ଵାରା କି ଶରୀର କୁ ଥଣ୍ଡା କରି ପୁଣି ସାଧାରଣ ତାପମାତ୍ରାକୁ ନିଆଯାଇପାରିବ।ଯାହାଦ୍ଵାରା ଶରୀରକୁ କୌଣସି ଅସୁବିଧା ମଧ୍ୟ ପଡିବ ନାହିଁ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରତିଦିନ ଆମ ଶରୀରରୁ ୧ ଲିଟର ଜଳ ଝାଳ ମାଧ୍ୟମରେ ବାହାରିଥାଏ।

କିନ୍ତୁ ଏହା ଆମ ଚର୍ମ ଉପରକୁ ଆସିବା ପରେ ଏହା ଶୁଖି ଯାଇ ପବନରେ ଉଡି ଯାଇଥାଏ।ଏବେ ଚାଲନ୍ତୁ ଜାଣିବା ଝାଳ ରୁ ଦୁର୍ଗନ୍ଧ କାହିଁକି ଆସିଥାଏ। ଝାଳର କୌଣସି ପ୍ରକାର ଗନ୍ଧ ହିଁ ନ ଥାଏ। ତ ପୁଣି ଝାଳ ରୁ ଦୁର୍ଗନ୍ଧ କାହିଁକି ଆସିଥାଏ।ଆମ ଶରୀରର କିଛି ଅଂଶ ଯେପରି ଗୋଡ଼,କାଖ,ବେକ ଏବଂ ଅନ୍ୟ କିଛି ଅଂଶରୁ ଝାଳ ବହିଲେ ହିଁ ଦୁର୍ଗନ୍ଧ ହୋଇଥାଏ।ଏହାର କାରଣ ହେଉଛି ଏହି ସବୁ ସ୍ଥାନରୁ ପ୍ରୋଟିନ୍, କାରବୋହାଇଡ୍ରେଡ୍ ଅଧିକ ପରିମାଣରେ ରହିଥାଏ।

ଆପଣ ମାନେ ଜାଣିଛନ୍ତି ଆମ ଶରୀରରେ ବହୁତ୍ ଗୁଡ଼ିଏ ବ୍ୟାକ୍ଟେରିଆ ରହିଥାନ୍ତି।ଏହି ବ୍ୟାକ୍ଟେରିଆ କାରବୋହାଇଡ୍ରେଡ୍ ଏବଂ ପ୍ରୋଟିନ୍ କୁ ଖାଇ ଦେଇଥାନ୍ତି।ଯାହା ଦ୍ଵାରା ଅଧିକ ଦୁର୍ଗନ୍ଧ ହୋଇଥାଏ।

One Comment on “ଶରୀର ରୁ କାହିଁକି ବାହାରିଥାଏ ଝାଳ??ଝାଳ ବୋହିବା ପଛର ବିଜ୍ଞାନ ଜାଣିଲେ ଆଶ୍ଚର୍ୟ ହେବେ”

Leave a Reply

Your email address will not be published. Required fields are marked *