ଜିଲାପି ବାବା ଙ୍କ କଳା କାରନାମା I 150ରୁ ଉର୍ଦ୍ଧ ମହିଳାଙ୍କୁ ଧର୍ଷଣ କରି ଅଶ୍ଳୀଳ ସିଡ଼ି ବନାଇଥିଲେ I

 

ବର୍ତମାନ ଟଙ୍କା ରୋଜଗାର କରିବାର ସବୁଠାରୁ ଶସ୍ତା ଏବଂ ସୁନ୍ଦର ବ୍ୟବସାୟ ହେଉଛି ବାବା ବ୍ୟବସାୟ I ଖଣ୍ଡେ ଗେରୁଆ ପିନ୍ଧି ଦେଇ ଚେଲାଚାମୁଣ୍ଡା ଦଳେ ରଖି ଲୋକଙ୍କୁ ଭୁତେଇ ତାଙ୍କୁ ରୋଜଗାର କରିବାର ନୂଆ ତରିକା Iଟଙ୍କା ସାଙ୍ଗକୁ ଝିଅ ମାନଙ୍କୁ ମଧ୍ୟ ଧର୍ଷଣ ବଳାତ୍କାର କରିବା ପରି ସଂଗୀନ ଅପରାଧ I

 

ଓଡ଼ିଶାରେ ସୁର ସାରଥୀ କଳ୍କୀ ଏପରି କେତେ ଭଣ୍ଡ ବାବାଙ୍କ ପର୍ଦାଫାଶ ହେଇଚି I ସେହିପରି ରାଜ୍ୟବାହାରେ ମଧ୍ୟ ଧରାପଡ଼ିଛନ୍ତି I ଯେମିତିକି କିଛିଦିନ ତଳେ ଦାତି ମହାରାଜ ଧରାପଡ଼ିଥିଲେ I ସେହିପରି ଆଉଜଣେ ଭଣ୍ଡ ବାବା ଗତକାଲି ଧରାପଡ଼ିଛନ୍ତି I ଯିଏକି ଜିଲାପି ବାବା ନାମରେ ପରିଚିତ I

ଘଟଣାଟି ହରିୟାଣା ଫତେହାବାଦ ଜିଲ୍ଲା ର I ଭଣ୍ଡ ବାବା ଙ୍କ ପ୍ରକୃତ ନାମ ଅମରପୁରୀ । 14 ବର୍ଷ ତଳେ ଅମରପୁରୀ ଏକ ଜିଲାପି ଦୋକାନ ଦେଇଥିଲେ କିନ୍ତୁ ବଡ ଲୋକ ହେବା ଆଶାରେ ତନ୍ତ୍ରମନ୍ତ୍ର ର ସାହାଯ୍ୟ ନେଇଥିଲେ ଏବଂ ଲୋକମାନେ ତାଙ୍କ କଥାକୁ ବିଶ୍ୱାସ କରିବାକୁ ଲାଗିଲେ I ମହିଳା ଭକ୍ତ ମାନେ ତା ଆଶ୍ରମ ଯିବାପରେ ସେମାନଙ୍କୁ ଆଶ୍ରମ ଭିତରେ ଧର୍ଷଣ କରି ଭିଡିଓ ରେକର୍ଡିଙ୍ଗ କରୁଥିଲା I ଏବଂ ସେହି ଅଶ୍ଳୀଳ ଭିଡିଓ ସବୁ ମହିଳାଙ୍କୁ ଦେଖାଇ ଧମକ ଦେଉଥିଲା I

ଏଥିରୁ ମୋଟାଅଙ୍କର ଅର୍ଥ ମହିଳା ମାନଙ୍କ ଠାରୁ ଆଦାୟ କରିବାରେ ସକ୍ଷମ ହେଉଥିଲା I ଏହିପରି ଭାବରେ ଅନେକ ମହିଳାଙ୍କୁ ଧର୍ଷଣ କରିବା ସହିତ ସେମାନଙ୍କର ଅଶ୍ଳୀଳ ଭିଡିଓ ତିଆରି କରୁଥିଲା I ମହିଳାଙ୍କ ଠାରୁ ଟଙ୍କା ଆଦାୟ ପରେ ସିଡ଼ି ସବୁକୁ ବିଦେଶ କୁ ରପ୍ତାନି କରୁଥିଲା ମୋଟା ଅଙ୍କ ରେ I ଲୋକଲଜ୍ୟା କୁ ଡ଼ରିକି ଏନେଇ କୌଣସି ମହିଳା ପାଟି ଫିଟାଉନଥିଲେ I ତେବେ ପୋଲିସ ପାଖରେ ଖବର ପହଂଚିବା ପରେ ସନ୍ଦେହ ରେ ଠକ ଜିଲାପି ବାବା ର ଆଶ୍ରମ ରେ ଚଢ଼ାଉ କରିବା ସମୟରେ ବହୁ ଆପତ୍ତିଜନକ ଜିନିଷ ସହିତ 150ରୁ ଉର୍ଦ୍ଧ ଅଶ୍ଲୀଳ ଭିଡିଓ ମିଳିଥିଲା I ଏନେଇ ଜିଲାପି ବାବା କହିଛନ୍ତି ଯେ ତାଙ୍କୁ ଫସାଇ ଦିଆଯାଇଛି I

Leave a Reply

Your email address will not be published. Required fields are marked *