ଆଜି ଶ୍ରାବଣ ମାସର ଶେଷ ସୋମବାର , ଶିବ ଙ୍କ ପାଖରେ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ ସମସ୍ତ ମନସ୍କାମନା ହେବ ପୂର୍ଣ୍ଣ I

ମାସ ଭିତରେ ସବୁଠାରୁ ପବିତ୍ର ମାସ ଭାବରେ ଶ୍ରାବଣ ମାସକୁ ମନାଯାଏ I ବିଶ୍ୱାସ ଅଛିଯେ ଏହି ମାସରେ ସ୍ୱୟଂ ଶିବ ପ୍ରସନ୍ନ ହେଇଥାନ୍ତି I ସେଥିପାଇଁ ତ ଧାରା ଶ୍ରାବଣ କୁ ଖାତିର ନକରି ଭକ୍ତ ଟିଏ ଶହ ଶହ କିଲୋମିଟର ଖାଲିପାଦରେ ଚାଲି ପାଣିନେଇ ଭଗବାନ ଙ୍କ ମୁଣ୍ଡରେ ଜଳାଭିଷେକ କରିଥାଏ I ତେବେ ଶାସ୍ତ୍ର ଅନୁଯାଇ ପ୍ରଭୁ ଶିବ ଙ୍କର କିଛି ପ୍ରିୟ ଜିନିଷ ରହିଛି ଯାହାଦ୍ୱାରା କି ଶିବ ଅତ୍ୟନ୍ତ ପ୍ରସନ୍ନ ହେଇଥାନ୍ତି I ତନ୍ମଧ୍ୟରୁ ବେଲପତ୍ର ,ଗଇଛ ଫୁଲ ,ଏବଂ ଅରଖ ସହିତ କେତକୀ ଏବଂ ଦୂରଦୁରା ଫୁଲ I ଅରଖ ଫୁଲ ପ୍ରତି ପ୍ରଭୁ ଶିବ ଙ୍କର ଅହେତୁକ ଦୁର୍ବଳତା ରହିଥିବା ମନାଯାଏ I

ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର,ଅତି ଭକ୍ତିର ସହିତ ସକାଳୁ ସ୍ନାନ ସାରି ଶିବ ମନ୍ଦିର ରେ ପ୍ରଭୁ ଶିବ ଙ୍କ ଉପରେ କଞ୍ଚା କ୍ଷୀର ରେ ଅଭିଷେକ କରିବା ସହିତ ଓଁ ନମଃ ଶିବାୟ ମନ୍ତ୍ର କୁ 108 ଥର ଜପିବା ଦ୍ୱାରା ସମସ୍ତ ଦୁଃଖ ବିନାଶ ହେବା ସହିତ ପ୍ରଭୁ ପ୍ରସନ୍ନ ହେଇଥାନ୍ତି I ଏହାସହିତ ପ୍ରଭୁଙ୍କର ପ୍ରିୟ ଅରଖ ଫୁଲର

ଏକ ମାଳା କରି ପ୍ରଭୁଙ୍କୁ ଅର୍ପଣ କଲେ ଆପଣଙ୍କର ସମସ୍ତ ଦୁଃଖ ନାଶ ହେଇଥାଏ I ପ୍ରଭୁ ଶିବ ଆପଣଙ୍କ ଉପରେ ପ୍ରୀତ ହେଇଥାନ୍ତି ଏବଂ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ Iଦୁର୍ଦୁରା ହେଉଛି ଶିବଙ୍କର ପ୍ରିୟ ଫୁଲ ମଧ୍ୟରୁ ଅନ୍ୟତମ I

କଳା ଦୁର୍ଦୁରା କିମ୍ବା ଧଳା ଦୁର୍ଦୁରା ଫୁଲ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ I ପ୍ରଭୁଙ୍କର ଏକ ପ୍ରିୟ ଫୁଲ କେତକୀ ହେଇଥିବା ବେଳେ ଏହା ସାଧାରଣତଃ ସହଜରେ ମିଳିନଥାଏ I ଯଦି ଆପଣଙ୍କ ଆଖପାଖରେ ଏହି ଫୁଲ ମିଳୁଥାଏ ତେବେ ଶିବଙ୍କ ଉପରେ ନିହାତି ଭାବରେ ଏହାକୁ ଚଢାନ୍ତୁ I

Leave a Reply

Your email address will not be published. Required fields are marked *