ଏଠାରେ ପଥର ଆପେ ଆପେ ଚାଲେ

ଆମ ପ୍ରକୃତିରେ ବହୁତ୍ ଘଟଣା ଘଟିଥାଏ।ଯେପରି କି ବର୍ଷା ହେବା,ଦିନରାତି ହେବା,ଋତୁ ପରିବର୍ତ୍ତନ ହେବା ଇତ୍ୟାଦି।ଆମେ ଏହା ଘଟିବା ପଛର କିଛି କାରଣ ଜାଣି ଥାଉ।କିନ୍ତୁ ପ୍ରକୃତି ବହୁତ୍ ବିଶାଳ ଯାହାକି ଆମ ଚିନ୍ତା ଠାରୁ ମଧ୍ୟ ଆହୁରି ବଡ଼।ଆମ ପ୍ରକୃତି ରେ ଆଜି ବି ଏମିତି କିଛି ଘଟଣା ଘଟୁଛି ଯାହାକି ଆମ ପାଇଁ ରହସ୍ୟମୟ।ଏହି ଘଟଣା ଗୁଡ଼ିକ ଏତେ ଅଭୂତ୍ତ୍ ଯାହା ଆମକୁ ଚିନ୍ତାରେ ପକେଇ ଦିଏ।
ୟୁନାଇଟେଡ଼ ଷ୍ଟେଟ ଅଫ୍ ଆମେରିକାର ଦୁଇଟି ରାଜ୍ୟ କର୍ଲିଫ୍ରନିଆ ଆଉ ନେୱାଲାର ଏକ ବର୍ଡର ରେ ଡେଥ୍ ଭ୍ୟାଲି ନାମକ ଏକ ନ୍ୟାସନାଲ ପାର୍କ ଅଛି।ଉତ୍ତର ଆମେରିକାର ଏହା ସବୁଠୁ ଶୁଖିଲା ସ୍ଥାନ।ଏହି ଠାରେ ଦୁନିଆର ଏକ ଅଦ୍ଭୁତ ପ୍ରାକୃତିକ ଘଟଣା ହୁଏ।

ଏହା ଏକ ଶୁଖିଲା ପୋଖରୀ ଯେଉଁଠାରେ ପ୍ରତି ବର୍ଷ ଶୁଖିଲା ରହିଥାଏ।ଏହି ଜାଗା ପୁରା ସମତଳ ଏବଂ ଏହି ଜାଗାରେ ମଣିଷ ଏବଂ ପଶୁଙ୍କ ବିନା ହସ୍ତକ୍ଷେପ ରେ ପଥର ଚାଲିଥାଏ।ଏହି ପଥରକୁ କେହି ଚାଲିଥିବାର ଦେଖି ନାହାନ୍ତି।କିନ୍ତୁ ଏହି ପଥର ର ପଛରେ ଥିବା ଘୋଷାରି ହେବାର ଦାଗ ଏହା ଚାଲିଥିବାର ପ୍ରମାଣ ଦିଏ।ପଥର ଟି ଆପେ ଆପେ କେମିତି ଚଳୁଛି ଏହି ପ୍ରଶ୍ନଟି ସମସ୍ତଙ୍କ ମନରେ ଘୁରି ବୁଲୁଛି।୨୦୧୫ ମସିହାରେ କିଛି ବୈଜ୍ଞାନିକ କିଛି ପଥର ଉପରେ ଜିପିସ୍ ଟ୍ୟାଗ୍ ଲଗେଇଲେ ଏବଂ ଏହି ଘଟଣା ଉପରେ ଗବେଷଣା କଲେ।ଏବଂ ସେମାନେ ପାଇଲେ ଯେ ବର୍ଷା ପରେ ଥଣ୍ଡା ସମୟରେ ଏହି ସ୍ଥାନରେ ବରଫର ପତଳା ଆସ୍ତରଣ ଜମି ଯାଇଥାଏ।ଏବଂ ଏହି ବରଫ ଯେତେବେଳେ ତରଳି ଥାଏ ଏଠାରେ ଖସରା ହୋଇଯାଇଥାଏ ଏବଂ ଏଠାରେ ଜୋର୍ ପବନ ପଥରକୁ ଏହି ଖସରାରେ ଆଗକୁ ଠେଲି ନେଇଥାଏ।କିନ୍ତୁ ବଡ଼ ବଡ଼ ପଥର କିପରି ଚାଲିଥାଏ ଏ ବିଷୟରେ କିଛି ଜଣା ପଡି ନାହିଁ।

Leave a Reply

Your email address will not be published. Required fields are marked *