ଏସବୁ ପ୍ରକ୍ରିୟା ର କେଭେଁବି ବେଗ ରୋକନ୍ତୁ ନାହିଁ ,ନଚେତ ଭୟଙ୍କର ରୋଗ ମାଡିଆସିବ

ବେଳେବେଳେ ଏମିତି ହୁଏ ଆମକୁ ଜୋରସେ ପରିସ୍ରା କିମ୍ବା ଝାଡା ଦେଖାଇଲେ ମଧ୍ୟ ଆମେ ରୋକିଦେଇଥାଉ ଏବଂ ପରେ ପରିସ୍ରା କରିଥାଉ I କେବଳ ଝାଡା କିମ୍ବା ପରିସ୍ରା ନୁହେଁ ହାଇ ,ଛିଙ୍କ ,କାନ୍ଦ ,ବାୟୁ ,ହସ ଭୋକ ଏବଂ ଶୋଷ କୁ ମଧ୍ୟ ଆମେ ବେଳେ ବେଳେ ରୋକିଥାଉ I କିନ୍ତୁ କଣ ଜାଣିଛନ୍ତି ଏହାର ବେଗ ରୋକିବା ଆମ ପାଇଁ କେତେ କ୍ଷତି ହେଇଥାଏ I କାହିଁକିନା ଏସବୁ ପ୍ରାକୃତିକ ଉପାୟ ରେ ହେଇଥାଏ ଏହାକୁ ରୋକିବା ମାନେ ଆମେ ଜାଣିଶୁଣି ଅସୁବିଧା କୁ ଡାକିକି ଆଣିବା ସହିତ ସମାନ I ତେବେ ଚାଲନ୍ତୁ ଜାଣିବା ଏହାକୁ ରୋକିବା ଦ୍ୱାରା କଣ ସବୁ କ୍ଷତି ହେଇଥାଏ I

1) ପରିସ୍ରା ରୋକିବା ଦ୍ୱାରା ଏହାର ପ୍ରଭାବ ମୂତ୍ରନଳୀ ଉପରେ ପଡିଥାଏ I ଫଳରେ ପରିସ୍ରା ଜଳାପୋଡ଼ା କରିଥାଏ I

2)ସମ୍ଭୋଗ ସମୟରେ ବୀର୍ଯ୍ୟ ରୋକିବା ଦ୍ୱରା

,ପରିସ୍ରା ସମୟରେ ଜଳାପୋଡ଼ା ସହିତ ଏହା ଶୁକ୍ର ଉପରେ ପ୍ରଭାବ ପଡିଥାଏ Iଏବଂ ଯୌନାଙ୍ଗ କୁ କଷ୍ଟ ହେଇଥାଏ I ଅଣ୍ଡକୋଷ ବୃଦ୍ଧି ହେଇଥାଏ I ଏମିତିକି ନଂପୁସକ ମଧ୍ୟ ହେଇଯାଇପାରେ ବ୍ୟକ୍ତି I

3) ଝାଡା ରୋକିବା ଦ୍ୱାରା ,ପେଟ ,ତଳିପେଟ ବ୍ୟଥା ହେଇଥାଏ ଯାହାକି ମଳକଂଟକ ପରି ରୋଗକୁ ଡାକିକି ଆଣିଥାଏ I

4)ବାୟୁ ରୋକିବା ଦ୍ୱାରା ପେଟଜନିତ ଯାବତୀୟ ରୋଗ ହେଇଥାଏ I

5) ଭୋକ ଲାଗୁଥିବା ସମୟରେ ନଖାଇକି ଏହାକୁ ରୋକିବା ଦ୍ୱାରା ଗ୍ୟାଷ୍ଟିକ ,ପେଟଜନିତ ରୋଗ ହେଇଥାଏ I

6) ଆଖିର ଲୁହ କୁ ରୋକିବା ଦ୍ୱାରା ମୁଣ୍ଡ ବ୍ୟଥା ହେଇଥାଏ I ତେଣୁ ଏସବୁ ପ୍ରାକୃତିକ ଉପାୟ ରେ ହେଉଥିବା ପ୍ରକ୍ରିୟା କୁ କେଭେଁବି ରୋକନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *