ବର୍ଷା ଦିନରେ ହେଉଥିବା ଦଣ୍ଡିସ ବା କାମଳ ରୋଗକୁ ଏହି ଉପାୟରେ ସମ୍ପୂର୍ଣ୍ଣ ଭଲ କରନ୍ତୁ

ବର୍ଷା ଦିନରେ ସାଧାରଣତଃ ଆମକୁ ଅନେକ ରୋଗ ହେଇଥାଏ ସେଥି ମଧ୍ୟରୁ ପତଳାଝାଡ଼ା ,ଦଣ୍ଡିସ,ମ୍ୟାଲେରିଆ ,ହଇଜା ,ଏବଂ ଟାଇଫଇଡ ପ୍ରମୁଖ I ଏହିଦିନରେ ପାକସ୍ଥଳୀ ରେ ପାଚନ କ୍ରିୟା ଅତି ଦୁର୍ବଳ ହେଇଥାଏ I ଆମ ଶରୀର ର ରୋଗପ୍ରତିଷେଧକ ଶକ୍ତି ହ୍ରାସ ଘଟିଥାଏ ଯାହାଫଳରେ ଏହି ସବୁ ରୋଗ ଅତି ସହଜରେ ଆମକୁ ହେଇଥାଏ I ତେବେ ସାମାନ୍ୟ ସଚେତନ ରହିଲେ ଏହିପରି ରୋଗକୁ ମୂଳରୁ ବିନାଶ କରାଯାଇପାରିବ I ବର୍ଷା ଦିନିଆ ରୋଗ ମଧ୍ୟରୁ କାମଳ ଅନ୍ୟତମ I I


ଦଣ୍ଡିସ ବା କାମଳ : ଏହା ସାଧାରଣତଃ ବର୍ଷାଦିନରେ ହେଇଥାଏ ,ଦୂଷିତ ଜଳ ସେବନ ଏହାର ଏକ କାରଣ ମଧ୍ୟ I ଏହା ହେପାଟାଇସ -A ଭୁତାଣୁ ଦ୍ୱାରା ବ୍ୟାପିଥାଏ I ଲକ୍ଷଣ :ଚର୍ମ ଏବଂ ଆଖି ହଳଦିଆ ପଡ଼ିଯାଏ ,ପରିସ୍ରା ମଧ୍ୟ ଗାଢ଼ ହଳଦିଆ ହେଇଥାଏ I ବାନ୍ତି ଲାଗିଥାଏ ,ମୁଣ୍ଡ ବିନ୍ଧା ହେବା ସହିତ ଯକୃତରେ ଯନ୍ତ୍ରଣା ହେଇଥାଏ I ନିରାକରଣ :ହେପାଟାଇସ -A ଟୀକା ନେବା ଦ୍ୱାରା ଏହା ନିୟନ୍ତ୍ରଣ ହେଇଥାଏ I ଏହି ସମୟ ମଧ୍ୟରେ ବାସି ଖାଦ୍ୟ ,ଅଧିକ ତେଲ ମସଲା ଖାଦ୍ୟ ଖାଆନ୍ତୁ ନାହିଁ I ସାଧାରଣତଃ ଭୋକ ଲାଗିନଥାଏ କିନ୍ତୁ ବାରମ୍ବାର ଅଳ୍ପ ଅଳ୍ପ କରି ଖାଦ୍ୟ ଖାଇବା ଉଚିତ I ଓଆରଏସ ପିଇବା ଉଚିତ ,କାରଣ ଶରୀର ରୁ ଜଳୀୟ ଅଂଶ କମିଯାଇଥାଏ I ଯେତେବେଳେ ବାନ୍ତି ଲାଗିବ ସେହିସମୟରେ ପାଣି ପିଅନ୍ତୁ I ଆଖୁରସ ,ପଇଡ ପାଣି ବହୁ ପରିମାଣରେ ପିଅନ୍ତୁ ବେଶୀ ସମୟ ଯାଏଁ ଖରାରେ ବୁଲାବୁଲି କରିବେ ନାହିଁ I ଏହି ସମୟ ମଧ୍ୟରେ କୌଣସି ବ୍ୟାୟାମ କିମ୍ବା ଯୋଗ କରିବା ଅନୁଚିତ I I

Leave a Reply

Your email address will not be published. Required fields are marked *