ଏହି ଛଅ ଟି ରାଶି ପାଇଁ ଆଜିର ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭ I ନିହାତି ଭାବରେ ଥରେ ଗ୍ରହଣ ଦର୍ଶନ କରନ୍ତୁ I

ଆଜି ହେଉଛି ଏହି ଶତାବ୍ଦୀ ର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ I ରାତି ପ୍ରାୟ ୧୧ ଟା ୫୪ ରୁ ଗ୍ରାସ ଆରମ୍ଭ ହେଉଥିବା ବେଳେ ୩ ଟା ୪୯ ରେ ମୋକ୍ଷଗ୍ରହଣ ହେବ I ତେବେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ୧ ଟା ରୁ ଆରମ୍ଭ ହୋଇ ୨ ଟା ୪୩ ମିନିଟ୍ ପର୍ଯ୍ୟନ୍ତ ପାଖାପାଖି ୧ ଘଣ୍ଟା ୪୩ ମିନିଟ୍ ଧରି ଲାଗିରହିବ ,ଏହା ଖାଲି ଆଖି କୁ ଦୃଶ୍ୟମାନ I ଏହିସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ବର୍ଣ୍ଣ ଭାବରେ ଦୃଶ୍ୟମାନ ହେବେ I ତେବେ ଆଜି ପୂର୍ଣ୍ଣିମା ପଡୁଥିବାରୁ ଚନ୍ଦ୍ରଗ୍ରହଣ କୁ କେତୁଗ୍ରସ୍ତ ହେବ I

ଯେଉଁଥିପାଇଁ ଏହି ଗ୍ରହଣ ପାଇଁ ଦିବା ୨ଟା ୫୪ ରୁ ଅର୍ଣ୍ଣଭୋଜନ ,ପାକତ୍ୟାଗ ଓ ଦେବନୀତି ନିଷେଧ ଅଟେ I ତେବେ ୩ ଟା ୪୯ପରେ ସ୍ନାନ ସାରି ଠାକୁର ପୂଜା ,ରୋଷେଇ ଏବଂ ଅର୍ଣ୍ଣ ଭୋଜନ କରିପାରିବେ I ତେବେ ଛୋଟ ପିଲା ଏବଂ ବୃଦ୍ଧ ,ବୃଦ୍ଧା ଙ୍କ ପାଇଁ ଏହା ପାଳନୀଯ ନୁହେଁ I ତେବେ ଶାସ୍ତ୍ର ଅନୁଯାଇ ଚନ୍ଦ୍ରଗ୍ରହଣ ସମୟରେ ଏହା କିଛି ରାଶି ପାଇଁ ଶୁଭ ଫଳ ଦେଇଥାଏ ତ ଆଉ କିଛି ରାଶି ପାଇଁ ଅଶୁଭ ଦେଇଥାଏ I ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ଚନ୍ଦ୍ରଗ୍ରହଣ ଟି କନ୍ୟା ,ବିଛା ,ଧନୁ ,ସିଂହ ,ତୁଳା ଏବଂ ମୀନ ରାଶି ପାଇଁ ଶୁଭ ଅଟେ I ଏହି ରାଶିର ବ୍ୟକ୍ତି ମାନେ ଚନ୍ଦ୍ରଗ୍ରହଣ ଦର୍ଶନ କରିବା ଦ୍ୱାରା ଶୁଭ ଫଳ ମିଳିବ I ତେବେ ଅନ୍ୟ ରାଷିପାଇଁ ସେତେଟା ଶୁଭଙ୍କର ନୁହେଁ ଏହି ଚନ୍ଦ୍ରଗ୍ରହଣ I ଚନ୍ଦ୍ର ଗ୍ରହଣ ସମୟରେ ଗାୟତ୍ରୀ ମନ୍ତ୍ର ଉଞ୍ଚାରଣ କରିବା ଦ୍ୱାରା ସମସ୍ତ ଅଶୁଭ ବିନାଶ ହେଇଥାଏ ଏବଂ ଶୁଭ ମିଳିଥାଏ I

Leave a Reply

Your email address will not be published. Required fields are marked *