ଦୁନିଆ ରେ ସବୁ କିଛି ସମ୍ଭବ ବାସ୍ ଚେଷ୍ଟା କରିବା ଆବଶ୍ୟକ

ଆଜି ଆମେ ଏକ କାହାଣୀ ଜାଣିବା ଯାହାକି ଆମକୁ ବହୁତ୍ ବଡ଼ ଶିକ୍ଷା ଦେବ।ଏକ ସମୁଦ୍ର କୂଳରେ କିଛି ଲୋକ ମାଛ ମାରି ବିକ୍ରି କରୁଥିଲେ।ଏବଂ ତାଙ୍କର ପରିବାର ପୋଷଣ କରୁଥିଲେ କିନ୍ତୁ ଏପରି ଏକ ସମୟ ଆସିଲା ଯେ ସେମାନଙ୍କ ତଟ ପାଖରେ ଭଲ ମାଛ ମିଳିଲା ନାହିଁ ସେମାନେ ବାଧ୍ୟ ହୋଇ ସମୁଦ୍ର ଭିତରକୁ ଯାଇ ମାଛ ମାରିବାକୁ ପଡ଼ିଲା।

କିନ୍ତୁ ଅସୁବିଧା ଏହା ଥିଲା ଯେ ମାଛ ମାରି ମାରକେଟ୍ କୁ ଆଣିବା ପର୍ଯ୍ୟନ୍ତ ବହୁତ୍ ସମୟ ଲାଗିଯାଇଥିଲା ଏବଂ ମାଛ ଗୁଡ଼ିକ ବସି ହୋଇ ଯାଉଥିଲା।ମାଛ ଗୁଡ଼ିକ ବାସି ହୋଇଯିବା କାରଣରୁ ଏହାକୁ ବହୁତ୍ ଲୋକ କିଣି ନ ଥିଲେ।

ସେ ମାଛ ଧରାଳି ମାନେ ବହୁତ୍ ଚିନ୍ତା କଲେ ଏବଂ ବୋଟ୍ ରେ ଟ୍ୟାଙ୍କ ଲଗେଇଦେଲେ।ମାଛ ଧରି ଟ୍ୟାଙ୍କ ରେ ରଖି ଦେଇ ତାହାକୁ ସେମାନେ ବିକ୍ରି କରୁଥିଲେ।ତଥାପି ଅସୁବିଧା ହେଲା କାରଣ ଯେଉଁ ଲୋକ ମାନେ ଥରେ ମାଛ ନେଇ ଯାଉଥିଲେ ଦ୍ଵିତୀୟ ଥର ଆଉ ମାଛ ନେଉ ନ ଥିଲେ କାରଣ ମାଛରେ କୌଣସି ପ୍ରକାର ସ୍ବାଦ ନ ଥିଲା।

ସେ ମାଛ ଧରାଳି ମାନେ ବହୁତ୍ ଚିନ୍ତାରେ ପଡ଼ି ଯାଇଥିଲେ।କରିବେ ତ ଆଉ କଣ।କଥାରେ ଅଛି ଇଚ୍ଛା ଥିଲେ ଉପାୟ ନିଶ୍ଚୟ ମିଳିଥାଏ।ହଠାତ୍ ଜଣେ ଲୋକ କିଛି ଉପାୟ ବାହାର କଲା ଯାହାକି ପୁରା ପୁରି କମାଲ କରିଦେଲା।

ସେମାନେ ଟ୍ୟାଙ୍କରରେ ଏକ ଛୋଟ ସାର୍କ ମାଛ ଛାଡ଼ିଦେଲେ।ସେହି ମାଛଟି ତ କିଛି ମାଛଙ୍କୁ ଖାଇଦେଉଥିଲ କିନ୍ତୁ ଅନ୍ୟ ମାଛ ମାନେ ତାକୁ ଦରି ଆଲେର୍ଟ ରହୁଥିଲେ।ନିଜକୁ ବଞ୍ଚେଇ ଦେବାର ଚେଷ୍ଟା ତାଙ୍କୁ ମାର୍କେଟ ପର୍ଯ୍ୟନ୍ତ ପହଞ୍ଚେଇ ଦେଉଥିଲା।ଫଳରେ ମାଛ ଗୁଡ଼ିକ ମାର୍କେଟରେ ପହଞ୍ଚିବା ପର୍ଯ୍ୟନ୍ତ ଫ୍ରେସ୍ ରହୁଥିଲା।ସେହିପରି ଆମ ସମସ୍ତଙ୍କ ଜୀବନରେ ମଧ୍ୟ ସେହି ସାର୍କ୍ ମାଛର କମି ରହିଛି।ସେହି ଚାଲେଞ୍ଜ ର କମି ରହିଛି।ଆମେ କେବଳ ଜୀବନକୁ ଜିଇଁ ଚାଲିଛନ୍ତି କିଛି ନୂଆ ଚାଲେଞ୍ଜ କୁ ଗ୍ରହଣ କରୁନାହାନ୍ତି।ଯେଉଁଦିନ ଆପଣ ଜୀବନର ସେହି ଚାଲେଞ୍ଜ କୁ ଗ୍ରହଣ କରିବେ ଦେଖିବେ ସବୁକିଛି କମାଲ ହୋଇଯିବ।କାମଟି ସେ ପର୍ଯ୍ୟନ୍ତ ଅସମ୍ଭବ ଲାଗେ ଯେ ପର୍ଯ୍ୟନ୍ତ ତାକୁ କରା ନ ଯାଇଛି।

Leave a Reply

Your email address will not be published. Required fields are marked *