ଫେଡ଼କୋ ଦ୍ୱାରା ପ୍ରଭାବିତ ହେଲେ ବିଦେଶୀ ଇଲେକ୍ଟ୍ରିସିଟି କମ୍ପାନୀ ଓଡ଼ିଶା ରୁ ଶିଖିଲେ ବିଦ୍ୟୁତ କ୍ଷତି କମାଇବାର ସହଜ ଉପାୟ I

ରାଜ୍ୟରେ ବିଦ୍ୟୁତ ବ୍ୟବସ୍ତା ଭୁଶୁଡିପଡିଥିବା ବେଳେ ସରକାର ଏବଂ ଶକ୍ତି ବିଭାଗ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛନ୍ତି I ଯେଉଁଥିପାଇଁ ପ୍ରତିଦିନ କିଛି ନା କିଛି ବିଦ୍ୟୁତ ଜନିତ ଦୁର୍ଘଟଣା ଘଟୁଛି I ସରକାର ଙ୍କ ଅପାରଗତା ପାଇଁ 2012 ରେ ଫ୍ରାଞ୍ଚାଇଜ ଫେଡ଼କୋ ,ଏଂଜେନ ଏବଂ ଏସୟୁପିଏଲ /ଆରୟୁପିଏଲ କୁ ସେସୁ ର 14 ଟି ଡିଭିଜନ ଟେକିଦିଆଯାଇଥିଲା I ୟା ମଧ୍ୟରେ ନିର୍ଧାରିତ କାର୍ଯ୍ୟାମୀଆଦ ସମାପ୍ତ ପରେ ପୁନର୍ବାର  ସେପ୍ଟେମ୍ବର ଯାଏଁ ଚୁକ୍ତିର ନବୀକରଣ କରାଯାଇଛି I ତେବେ ଫ୍ରାଞ୍ଚାଇଜ ମାନଙ୍କର 5ବର୍ଷର କାର୍ଯ୍ୟଦକ୍ଷତା ର ତର୍ଜମା ରୁ ଜଣାପଡିଛି ଯେ ବିଗତ 5ବର୍ଷ ମଧ୍ୟରେ ଏଂଜେନ 10%, ଏସୟୁପିଏଲ /ଆରୟୁପିଏଲ 0.5% ଏବଂ ଫେଡ଼କୋ 20.15 ଏଟିସି କ୍ଷତି କମାଇଛି I ନିର୍ଧାରିତ ଲକ୍ଷଠାରୁ ଅଧିକ କ୍ଷତି କମାଇବା ସାରା ଭାରତ ବର୍ଷରେ ଏବେ ଫେଡ଼କୋ କୁ ଚର୍ଚିତ କରିଛି I ଇଲେକ୍ଟ୍ରିସିଟି ବିଭାଗରେ ନୂଆକରି ପାଦ ଦେଉ ଦେଉ ଏମିତି ଏକ ସଫଳତା ସାଉଁଟିଛି ଫେଡ଼କୋ ଯେ ଖାଲି ଭାରତ ନୁହେଁ ସୁଦୂର ନାଇଜେରିଆ ରୁ ଛୁଟି ଆସିଛନ୍ତି ଫେଡ଼କୋ ଠାରୁ ତାଲିମ ନେବା ପାଇଁ I

ନାଇଜେରିଆ ଇଲେକ୍ଟ୍ରିସିଟି କମ୍ପାନୀ ରୁ ଗତକାଲି ଏକ ବିଶେଷଜ୍ଞ ଦଳ ଓଡିଶା ଆସିଥିଲେ ଏବଂ ଫେଡ଼କୋ ର ପୁରୀ ଅଧୀନ ସାକ୍ଷୀଗୋପାଳ ରେ ଶାଖାପରିଚାଳକ ଅମୀୟ କୁମାର ବେହୁରା ଙ୍କ ତତ୍ୱାବଧାନ ରେ ଗାଁ ଗାଁ ବୁଲି ସାଉଁଟିଥିଲେ ସଫଳତାର ଜଟିଳ ଅଙ୍କରୁ ସହଜ ଉପାୟ I

ଏଥିରେ ଫେଡ଼କୋ ତରଫରୁ ଅମୀୟ କୁମାର ବେହୁରା ,ବିଶ୍ୱଜିତ ପରିଜା ,ସମେତ ଏକ ସ୍ୱତନ୍ତ୍ର ଟିମ୍ ସାମିଲ ଥିଲେ I ନାଇଜେରିଆ ଇଲେକ୍ଟ୍ରିସିଟି କମ୍ପାନୀ ର ଏପରି ଗସ୍ଥରେ ଓଡିଶା Exclusive ତରଫରୁ ଶାଖା ପରିଚାଳକ ଅମୀୟ କୁମାର ବେହୁରା ଙ୍କ ପ୍ରତିକ୍ରିୟା ନେବାରେ ଶ୍ରୀ ବେହୁରା ସୂଚନା ଦେଇଛନ୍ତି ଯେ ଭାରତ ବର୍ଷରେ ପାୱାର ସେକ୍ଟର ରେ ଫେଡ଼କୋ ନିଜର ,ଉର୍ଣ୍ଣତ ଜ୍ଞାନ କୌଶଳ ,ଉପଭୋକ୍ତା ଙ୍କୁ ଉର୍ଣ୍ଣତ ସେବା ,ନୂତନ ଟେକ୍ନୋଲୋଜି ର ପ୍ରୟୋଗ ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛି ଯେଉଁଥିପାଇଁ ବିଦେଶୀ କମ୍ପାନୀ ମାନେ ଫେଡ଼କୋ କୁ ଅନୁକରଣ କରିବା ପାଇଁ ପସନ୍ଦ କରିଛନ୍ତି I ବିଦେଶୀ କମ୍ପାନୀ ଙ୍କର ଓଡିଶା ଗସ୍ତ ନିହାତି ଭାବରେ ଆମକୁ ଆଗକୁ ବିଦ୍ୟୁତ କ୍ଷେତ୍ରରେ କିଛି ଅଧିକ କରିବାକୁ ପ୍ରେରଣା ଦେବ I ଏହା ଫେଡ଼କୋ ନୁହେଁ ଓଡିଶା ପାଇଁ ଏକ ଗର୍ବର ବିଷୟ Iଭୁଶୁଡିପଡିଥିବା ବିଦ୍ୟୁତବିଭାଗରେଅତି ସ୍ୱଳ୍ପ ସମୟରେ ସାମାନ୍ୟ ଅଶାର କିରଣ ଫେଡ଼କୋ ଦେଖାଇପାରିଛି I

Leave a Reply

Your email address will not be published. Required fields are marked *