ମନ୍ଦିର ଆସିଥିଲେ ଶିବ ଲିଙ୍ଗରେ କ୍ଷୀର ଢାଳିବାକୁ ପୂଜାରୀ ବାଧ୍ୟ କଲେ ନିଜ ଲିଙ୍ଗରେ ଢାଳିବାକୁ

ଶ୍ରାବଣ ମାସରେ ଶିବ ଲିଙ୍ଗରେ କ୍ଷୀର ଢ଼ାଳିବା ଦ୍ୱାରା ସମସ୍ତ ପାପମୋଚନ ହେଇଥାଏ I ବିଶ୍ୱାସ ରହିଛି ଯେ ସ୍ୱୟଂ ଶିବ ପ୍ରସନ୍ନ ହେଇଥାନ୍ତି ଏବଂ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି I ସେଥିପାଇଁ ଭକ୍ତ ଟିଏ କାହିଁ କେତେ ଦୂରରୁ ହାତରେ ବାହୁଙ୍ଗି ଧରି ଖାଲି ପାଦରେ ଚାଲି ଚାଲି ମନ୍ଦିର ରେ ପହଞ୍ଚି ଶିବ ଲିଙ୍ଗ ଉପରେ ଜଳାଭିଷେକ କରିଥାଏ I ସେହିପରି ଜଣେ ମହିଳା ଶିବ ଲିଙ୍ଗ ରେ କ୍ଷୀର ଢାଳିବାକୁ ନଏଡା ଗୌତମବୁଦ୍ଧନଗର ରେ ଥିବା ଶିବ ମନ୍ଦିର କୁ ଯାଇଥିଲେ I ତେବେ ସେଠାରେ ଥିବା ମନ୍ଦିର ପୂଜାରୀ ତାଙ୍କୁ ନିଜ ଗୁପ୍ତାଙ୍ଗରେ କ୍ଷୀର ଢାଳିବାକୁ ବାଧ୍ୟ କରିଥିଲେ ଏଥିରେ ମହିଳା ଜଣଙ୍କ ରାଜି ନହେବାରୁ ପୂଜକ ତାଙ୍କୁ ପାଖରେ ଥିବା ନିଜ କୋଠରୀ କୁ ଟେକିନେଇଥିଲେ ଏବଂ କୋଠରୀ ବନ୍ଦ କରି ଧମକାଇ ଧର୍ଷଣ କରିଥିଲେ I

ପୂଜକ ଙ୍କ ନାମ ସ୍ବାମୀ କହ୍ନେୟା ନନ୍ଦ I ଏନେଇ ପୂଜକ ଙ୍କ ନାମରେ ନିକଟସ୍ତ ଥାନାରେ ପୀଡିତା ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିଛନ୍ତି I ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ପୂଜକ ଘଟଣା ସ୍ଥଳରୁ ଫେରାର ହେଇଯାଇଛି I

Leave a Reply

Your email address will not be published. Required fields are marked *