କେଉଁ ଦିଗ କୁ ମୁଣ୍ଡ ଦେଇ ଶୋଇବା ଉଚିତ ନୁହେ

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ କିଛି ନିୟମର ପାଳନ କରିବା ନିହାତି କରିବା ଦରକାର।ଯାହା ଦ୍ବାରା ଟେନ ସନ୍ ଆଉ ବେମାରୀରୁ ବଞ୍ଚିପାରିବା।

ତା ସହିତ ବି ଭବିଷ୍ୟତ ହାନିରୁ ମଧ୍ୟ ବଞ୍ଚିପାରିବା।କଣ ଆପଣ ଜାଣିଛନ୍ତି ଆପଣଙ୍କ ଶୋଇବାର ଦିଗ ଆଉ ବେଡ୍ ର ଦିଗ ଆପଣଙ୍କ ଠୁ ମା ଲକ୍ଷ୍ମୀ ଆଉ ମା ସରସ୍ବତୀଙ୍କ ଠୁ ଅଲଗା କରିପାରିବ।ବହିକୁ ମୁଣ୍ଡ ତଳେ ରଖିବା ଦ୍ବାରା କିମ୍ବା ମୁହଁ ଉପରେ ରଖି ଶୋଇବା ଦ୍ଵାରା ବିଦ୍ୟାର ଦେବୀ ମା ସରସ୍ବତୀଙ୍କ ଅପମାନ ହୋଇଥାଏ।କେତେଜଣ ପଢ଼ିବା ସମୟରେ ବହି ଖାତାକୁ ପାଖରେ ରଖି ସେମିତି ଶୋଇ ପଡ଼ନ୍ତି।କିନ୍ତୁ ବାସ୍ତୁ ଅନୁସାରେ ବହି ଖାତାକୁ ଉଚିତ୍ ସ୍ଥାନରେ ରଖି ସୁଅନ୍ତୁ।ନଚେତ୍ ଏହାର ଖରାପ୍ ପ୍ରଭାବ ଆପଣଙ୍କ ଧନ ଆଉ ଶରୀର ଉପରେ ପଡ଼ିପାରେ।ପ୍ରବେଶ ଦ୍ଵାର ଆଡ଼କୁ ଗୋଡ଼ କରି ଶୋଇବା ଭଲ ନୁହେଁ।

ଏମିତିରେ ମା ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ।ଯଦି କେହି ଅଧିକ ସମୟ ବେମାର୍ ଅଛି ତେବେ ତାକୁ ଦକ୍ଷିଣ ପଶ୍ଚିମ କୋଣରେ ଶୁଆଇବା ଭଲ। ଇସାନ୍ କୋଣରେ ଶୀତଳ ଜଳ ରଖିବା ଦ୍ବାରା ରୋଗୀ ବହୁତ୍ ଜଲଦି ସୁସ୍ଥ ହୋଇଥାଏ।ବେଡ୍ ର ମଝିରେ ବିଜୁଳିର ଚାଲୁଥିବା କୌଣସି ବି ଉପକରଣ ରଖନ୍ତୁ ନାହିଁ।

ଏଥି ଦ୍ବାରା ପେଟରେ ସମସ୍ୟା ଆସିଥାଏ।ମୁଣ୍ଡ ପୂର୍ବ ଆଉ ଗୋଡ଼ ପଶ୍ଚିମ କୁ କରି ଶୋଇବା ଭଲ। ଏଥିଦ୍ୱାରା ଭଲ ନିଦ ହେବା ସହ ଆୟୁ ବି ବଢ଼ିଥାଏ।ଯଦି ଘରେ ସେହି ଭଳି ସୁବିଧା ନାହିଁ ତେବେ ମୁଣ୍ଡ ଦକ୍ଷିଣକୁ ଆଉ ପାଦ ଉତ୍ତରକୁ କରି ସୋଇପାରିବେ।

 

ଉତ୍ତରକୁ ମୁଣ୍ଡ କରି ଶୁଆନ୍ତୁ ନାହିଁ କାରଣ ଉତ୍ତର ଦିଗ ମୃତ୍ୟୁର ଦିଗ ଅଟେ।ଆପଣ ଉତ୍ତର ଦିଗକୁ ମୁହଁ କରି ପାଠ ପଢିପାରିବେ,ଲେଖା ଲେଖି କରିପାରିବେ ଆଉ ଅଭ୍ୟାସ କରିପାରିବେ।ଯାହା ଦ୍ବାରା ଆପଣଙ୍କୁ ଭଲ ଫଳ ମିଳି ପାରିବ।ପାଣିକୁ ମୁଣ୍ଡ ପାଖରେ ରଖି ଶୁଅନ୍ତି ନାହିଁ କାରଣ ଏଥି ଦ୍ବାରା ଶରୀର, ମନ ଆଉ ଧନ ଉପରେ ଖରାପ୍ ପ୍ରଭାବ ପକେଇଥାଏ।

ବହିକୁ ଯଦି ମୁଣ୍ଡ ତଳେ ରଖି ସୋଇଛନ୍ତି ତାହେଲେ କ୍ୟାରିୟର ରେ କେବେବି ମନ ପସନ୍ଦ ଚାକିରି ମିଳେନାହିଁ। ପର୍ସ କୁ ମୁଣ୍ଡ ତଳେ ରଖି ଶୋଇବା ଦ୍ବାରା ଖର୍ଚ୍ଚ ବଢିଯାଏ।ବେଡ୍ କୁ କେବେବି କାନ୍ଥରେ ଲଗେଇ ରଖନ୍ତୁ ନାହିଁ।ଏଥି ଦ୍ବାରା ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ।

Leave a Reply

Your email address will not be published. Required fields are marked *