ଗୁରୁବାର ରେ ଏହି ପାଞ୍ଚଟି କାର୍ଯ୍ୟ ଭୁଲ ରେ ବି କରନ୍ତୁ ନାହିଁ ,ନଚେତ ମା ଲକ୍ଷ୍ମୀ ଙ୍କ କ୍ରୋଧର ଶିକାର ହେବେ

ଆମ ଓଡ଼ିଆ ମାନେ ସାଧାରଣତଃ ଠାକୁର ଙ୍କୁ ଅଧିକ ବିଶ୍ୱାସ କରିଥାନ୍ତି ଏବଂ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଦେବା ଦେବୀ ଙ୍କୁ ପ୍ରସନ୍ନ କରିବା ପାଇଁ I ସେହିପରି ଗୁରୁବାର କୁ ମା ଲକ୍ଷ୍ମୀ ଙ୍କ ବାର ହିସାବରେ ମନାଯାଇଥାଏ I ଅନେକ ଗୁଡ଼ିଏ କାମ ଗୁରୁବାର ଦିନ ନ କରିବା ପାଇଁ ଗୁରୁଜନମାନେ କହିବାର ଆମେମାନେ ଶୁଣିଛେ। ସେମାନଙ୍କ କହିବା ଅନୁଯାୟୀ ଜୀବନରେ ଏହାର ନକାରାତ୍ମକ ପ୍ରଭାବ ପଡ଼େ ଓ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଏଭଳି କିଛି କୁହାଯାଇଛି। ଏଥିରେ କୁହାଯାଇଛି ଯେ ଏମିତି କିଛି କାମ ଅଛି ଯେଉଁଗୁଡ଼ିକୁ ଗୁରୁବାର ଦିନ କରିବା ଉଚିତ ନୁହେଁ।ଭୁଲ୍‌ରେ ନିମ୍ନ ଲିଖିତ କାର୍ଯ୍ୟଗୁଡ଼ିକୁ ଗୁରୁବାର ଦିନ କରନ୍ତୁ ନାହିଁ।୧. ବାପା, ଗୁରୁ ଓ ସାଧୁସନ୍ଥ ହେଉଛନ୍ତି ବୃହସ୍ପତିଙ୍କ ପ୍ରତିନିଧି। କେବେବି ଏମାନଙ୍କୁ ଅପମାନିତ କରନ୍ତୁ ନାହିଁ।୨. ଘରେ ଖେଚୁଡ଼ି ବନାନ୍ତୁ ନାହିଁ କି ଖାଆନ୍ତୁ ନାହିଁ।୩. ନଖ କାଟନ୍ତୁ ନାହିଁ।

୪. ମହିଳାମାନେ ମୁଣ୍ଡ ଧୁଅନ୍ତୁ ନାହିଁ। କୁହାଯାଏ ଏଭଳି କଲେ ଧନ କମେ। ୫. ପୋଷାକ ଓ ଅନ୍ୟ କପଡ଼ା ସଫା କରନ୍ତୁ ନାହିଁ। 6) ଗୁରୁବାରେ ଆମିଷ ,ଦହି ,ଲାଉ ଖାଆନ୍ତୁ ନାହିଁ I 7) ପରିବାରରେ କଳହ କରନ୍ତୁ ନାହିଁ 8) ଛୋଟ ପିଲାମାନଙ୍କୁ ଗାଳି ଗୁଲଜ କରନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *