ଶକ୍ତି ମନ୍ତ୍ରୀଙ୍କୁ ବିରୋଧ କରି କଳା ପତାକା ଦେଖାଇଲେ ବିଜେପି ମହିଳା କର୍ମୀ

ରାଜ୍ୟରେ ବର୍ଷା ଦିନେ ଘନ ଘନ ବିଦ୍ୟୁତ କାଟ କୁ ନାହିଁନଥିବା ସମସ୍ୟା ,ସମସ୍ୟାରେ କୌଣସି ସୁଧାର ଆସୁନି Iବିଦ୍ୟୁତ ବିଭାଗରେ ଆବଶ୍ୟକ କର୍ମଚାରୀ ଅଭାବର ସମାଧାନ କରାଯାଉନାହିଁ , ଶକ୍ତି ମନ୍ତ୍ରୀଙ୍କ ପ୍ରତିଶୃତି କେବଳ ପାଣିର ଗାର ପାଲଟିଛି I ଯାହାକୁ ନେଇ ସାରା ଓଡ଼ିଶାରେ ବିଦ୍ୟୁତ ବିଭାଗ ପ୍ରତି ବିରୋଧ ରହିଥିବା ବେଳେ ଆଜି ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଅନୁଗୋଳ ଆସିଥିବା ବେଳେ,କିଛି ମହିଳା ତାଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ କିଛି ମହିଳା I ତେବେ ଏନେଇ ମହିଳାଙ୍କୁ ପୋଲିସ ଅଟକ ରଖିଛି I ଏବଂ ସେମାନେ ବିଜେପି କର୍ମୀ ବୋଲି ସୂଚନା ମିଳିଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂହ ପାଲଟା ବିଜେପି ଉପରେ ଦୋଷ ଲଦିଛନ୍ତି ଏବଂ ବିଜେପି ର ପ୍ରଧାନମନ୍ତ୍ରୀ ନିଜ ପ୍ରତିଶୃତି ଭୁଲିଯାଇଛନ୍ତି ବୋଲି କହିଛନ୍ତି I ସୂଚନା ଥାଉ କି କିଛିଦିନ ତଳେ ବିଦ୍ୟୁତ କାଟ ପାଇଁ ଜଙ୍ଗଲବିଭାଗ ଦାୟୀ କହି ଚର୍ଚ୍ଚାରେ ଥିଲେ ଶକ୍ତିମନ୍ତ୍ରି I

Leave a Reply

Your email address will not be published. Required fields are marked *