ଅସଦା ଚରଣ କରୁଥିବା ରୋଡ଼ ରୋମିଓକୁ ଚପଲରେ ସେକିଲେ କଲେଜ ଛାତ୍ରୀ

ସୋସିଆଲ ମିଡିଆରେ ଗତକାଲି ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ କି ଏକ କଲେଜ ଛାତ୍ରୀ ଜଣେ ଯୁବକଙ୍କୁ ଚପଲରେ ସେକିଦେଉଛନ୍ତି I ତେବେ ଘଟଣାର ଖୋଳତାଡ କରିବା ପରେ ଜଣାପଡିଲା ଯେ ଘଟଣାଟି ବ୍ରହ୍ମପୁର ଅନ୍ତର୍ଗତ ସାଇ କମ୍ପ୍ଲେକ୍ସ ପାର୍ଶ୍ୱ ଗାନ୍ଧୀନଗର ର I ମିଳିଥିବା ଖବର ଅନୁଯାଇ ଜଣେ କଲେଜ ଛାତ୍ରୀଙ୍କୁ ଜଣେ ରୋଡ ରୋମିଓ ବାରମ୍ବାର ହଇରାଣ ହରକତ କରୁଥିଲେ I ଛାତ୍ରୀ ଜଣଙ୍କ ଯେତେ ବୁଝାଇଲେ ମଧ୍ୟ ଯୁବକ ଜଣଙ୍କ ତାଙ୍କୁ ନିୟମିତ କଲେଜ ବାଟରେ କମେଣ୍ଟସ କରୁଥିଲେ ,ଗତକାଲି ଛାତ୍ରୀ ଜଣଙ୍କ କଲେଜ ଯିବା ବାଟରେ ଯୁବକ ଜଣଙ୍କ ତାଙ୍କୁ ଅଟକାଇ ହଇରାଣ କରିଥିଲେ ଏଥିରେ ରାଗିଯାଇ ଛାତ୍ରୀ ଜଣଙ୍କ ଚପଲ ଖୋଲି ନିସ୍ତୁକ ସେକି ଦେଇଥିଲେ ରୋଡ ରୋମିଓ କୁ I

ସଂଗେ ସଂଗେ ଗହଳି ଜମିଯାଇଥିଲା ସେହି ଜାଗାରେ ଏବଂ ଯୁବତୀଙ୍କର ଏହି ଘଟଣା ରେକର୍ଡ ହେଇଯାଇଥିଲା ମୋବାଇଲରେ I ପରେ ଏହା ଭାଇରଲ ହେଇଥିଲା ଏବଂ ଏହି ଘଟଣାକୁ ସମସ୍ତେ ପ୍ରସଂଶା କରିଛନ୍ତି I

Leave a Reply

Your email address will not be published. Required fields are marked *