ଭୁଲ୍ ରେ ବି କାହାର ଏହି ୬ଟି ଜିନିଷ ବ୍ୟବହାର କରନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ଏନର୍ଜୀ ଅର୍ଥାତ୍ ଉର୍ଜା ର ବହୁତ୍ ଅଧିକ ମହତ୍ଵ ରହିଥାଏ।ପ୍ରତ୍ୟେକ ମନୁଷ୍ୟର ନିଜର ଏକ ସ୍ବତନ୍ତ୍ର ଊର୍ଜା ରହିଥାଏ।ଯାହା ଆମ ଆଖ ପାଖରେ ଥିବା ଜିନିଷ ବା ଆମ ଦ୍ବାରା ବ୍ୟବହାର ହେଉଥିବା ଜିନିଷ ଉପରେ ପ୍ରଭାବ ପକେଇଥାଏ।ଏପରି ସ୍ଥଳେ ଅନ୍ୟ କାହାର ଜିନିଷ ବ୍ୟବହାର କରିବା ଆମ ପାଇଁ ଦୁର୍ଭାଗ୍ୟ ବା ଆର୍ଥିକ ସମସ୍ୟାର କାରଣ ବି ହୋଇଥାଏ।ଆଜି ଆମେ ଜାଣିବା ଅନ୍ୟ ମାନଙ୍କର ଏପରି ୬ ଟି ଜିନିଷ ଯାହାକୁ ଆମେ ଭୁଲରେ ବି ବ୍ୟବହାର କରିବା ଉଚିତ୍ ନୁହେଁ।

୧.ପେନ୍ –

ବେଳେବେଳେ ଆମେ ଆମର କାମ ପାଇଁ ଅନ୍ୟର ପେନ୍ ଉଧାର ନେଇଥାଉ।କିନ୍ତୁ କାମ ସରିବା ପରେ ସେହି ଜିନିଷକୁ ଫେରାଇ ବା ଭୁଲି ଜାଇଥାଉ।କିନ୍ତୁ ଏହି ସାଧାରଣ କଥାଟି ଆମ ପାଇଁ ଆର୍ଥିକ ସମସ୍ୟା ବା ଅପମାନ ର କାରଣ ହୋଇପାରେ।ଏଥିପାଇଁ ଭୁଲରେ ବି ଅନ୍ୟ କାହାର ପେନ୍ ନିଜ ପାଖରେ ରଖନ୍ତୁ ନାହିଁ।ଯଦି କେବେ କାହାଠାରୁ ପେନ୍ ମାଗିକି ଆଣିଛନ୍ତି ତେବେ କାମ ସରିବା ପରେ ତାକୁ ଫେରାଇ ଦିଅନ୍ତୁ।

୨.ବେଡ୍ ବା ଶଯ୍ୟା –

କୌଣସି ଅନ୍ୟ ବ୍ୟକ୍ତିର ବେଡ଼ରେ ଶୋଇବା ବି ବାସ୍ତୁ ଦୋଷ ବିଚାର କରାଯାଏ।ଏପରି କରିବା ଦ୍ବାରା କିଛି ସମସ୍ୟା ଦେଇ ଗତିକରିବାକୁ ପଡେ।ସେମାନଙ୍କ ଭିତରେ କଳହ ସୃଷ୍ଟି ହୋଇପାରେ।ଓ କାହାକୁ କାହାକୁ ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ।

୩.ଘଣ୍ଟା –

ହାତ ଘଣ୍ଟା ବି ମନୁଷ୍ୟ ଉପରେ ଭଲ ଆଉ ଖରାପ୍ ପ୍ରଭାବ ପକାଇ ଥାଏ।

ଅନ୍ୟର ଘଣ୍ଟା ପିନ୍ଧିବା ଦ୍ବାରା ମନୁଷ୍ୟକୁ କାର୍ଯ୍ୟରେ ଅସଫଳତା ମିଳିଥାଏ।

୪.ବସ୍ତ୍ର –

ଅନ୍ୟ କାହାର ବସ୍ତ୍ର ମାଗିବା ବା ପ୍ରୟୋଗ କରିବା ବି ଆପଣଙ୍କ ପାଇଁ ସମସ୍ୟା ହୋଇପାରେ।ଏଥିପାଇଁ ଅନ୍ୟ କାହାର ବସ୍ତ୍ର ମାଗିବା ଠାରୁ ସର୍ବଦା ଦୂରରେ ରୁହନ୍ତୁ।

୫.ଧନ –

କୌଣସି ଅନ୍ୟ ବ୍ୟକ୍ତିର ଧନ ଉପରେ ଦୃଷ୍ଟି ପକେଇବା ବା ଉଧାର ନେଇ ନ ଫେରାଇବା ବି ମନୁଷ୍ୟ ପାଇଁ ସମସ୍ୟା ଓ ଦୁର୍ଭାଗ୍ୟର କାରଣ ହୋଇପାରେ।ଏଥିପାଇଁ କାହାର ଧନ ଉପରେ ଖରାପ୍ ଦୃଷ୍ଟି ରଖନ୍ତୁ ନାହିଁ।

୬.ରୁମାଲ୍ –

କୌଣସି ଅନ୍ୟ ବ୍ୟକ୍ତିର ରୁମାଲ୍ ବ୍ୟବହାର କରିବା ଝଗଡ଼ା ଆଉ ଚିନ୍ତାର କାରଣ ହୋଇଥାଏ।

ତା ଛଡା ଏପରି ଲୋକଙ୍କୁ ମଧ୍ୟ ଧନ ଜନିତ ସମସ୍ୟା ଦେଇ ଗତି କରିବାକୁ ପଡେ।

Leave a Reply

Your email address will not be published. Required fields are marked *