ମଣିଷ ସାଜିଲା ପଶୁ ନିଶା ଅବସ୍ଥାରେ ଜିଅନ୍ତା କୁକୁଡ଼ା କୁ ଝୁଣି ଖାଇଗଲା ଯୁବକ

କୁହାଯାଏ ମଣିଷ ନିଶାକବଳରେ ଥରେ ପଡିଲେ ନିଜର ହିତାହିତ ଜ୍ଞାନ ଭୁଲିଯାଏ ,କଣ କରେ ନିଜେ ଜାଣିପାରେନାହିଁ I ମଣିଷ ନିଜର ମଣିଷତ୍ୱ ଭୁଲିଯାଇ ଅମଣିଷ ପାଲଟିଯାଏ I ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର କେସମୁଦ୍ରମ ଅଂଚଳରେ। କିଛି ଯୁବକ ବଣଭୋଜି କରିବା ପାଇଁ ସମସ୍ତ ସାମଗ୍ରୀ ନେଇ ବଣ କୁ ଯାଇଥିଲେ ,ସାଥିରେ ଜୀବିତ କୁକୁଡ଼ା ମଧ୍ୟ ନେଇଥିଲେ ରୋଷେଇ କରିବାକୁ ,କିନ୍ତୁ ଅତ୍ୟଧିକ ନିଶା ସେବନ କରିବା ଦଦ୍ୱାରା କିଛି ବ୍ୟକ୍ତି ସୋଇପଡିଥିବା ବେଳେ କିଛି ଜଣ ଏଣେତେଣେ ବୁଲିବାକୁ ଲାଗିଲେ I ଭୋକ ଜୋରରେ ଲାଗିବାରୁ ଜଣେ ଯୁବକ ନିଶା ଅବସ୍ଥାରେ ହିତାହିତ ଜ୍ଞାନ ଭୁଲିଯାଇ ପାଖରେ ଥିବା ଜୀବିତ କୁକୁଡ଼ା କୁ ଜିଅନ୍ତା ପର ଓଟାରି ଦୁଇଫାଳ କରିଦେଇଥିଲା I

ଏବଂ ରକ୍ତ ଜୁଡୁବୁଡୁ କୁକୁଡ଼ା କୁ ଚୋବାଇ ଖାଇଦେଇଥିଲା I କିନ୍ତୁ କେହିଜଣେ ଏହାକୁ ରେକର୍ଡ କରି ସୋସିଆଲ ମିଡିଆରେ ଛାଡିବା ପରେ ଏହା ଭାଇରଲ ହେବାକୁ ଲାଗିଛି I ଏବଂ ପୋଲିସ ଏହା ବିରୁଦ୍ଧରେ ଏତଲା ଦେଇ ସମ୍ପୃକ୍ତ ଯୁବକ ଙ୍କୁ ଖୋଜିବାରେ ଲାଗିଛି I

Leave a Reply

Your email address will not be published. Required fields are marked *