ଆପଣକଂ ମୋବାଇଲ ଫୋନ ରେ ବି ଆସିଯାଇଛି କି UIDAI ନାମକ ଏକ Contact? ଜାଣନ୍ତୁ କେଉଁଠୁ ଆସିଲା

ବର୍ତ୍ତମାନ ପ୍ରାୟ ସମସ୍ତଙ୍କ ମୋବାଇଲ ଫୋନ୍ ରେ ଆପେ ଆପେ ଯୋଡ଼ି ହୋଇ ଯାଇଛି ଏକ ନୂଆ contact।

ଯଦି ଆପଣ ବି ଏହି ବିଷୟରେ ଜାଣି ନାହାନ୍ତି ତାହେଲେ ବର୍ତ୍ତମାନ ହିଁ ଚେକ୍ କରନ୍ତୁ ନିଜର ଫୋନ୍ ବୁକ୍।

ଆପଣଙ୍କ ଫୋନ୍ ରେ ହୁଏତ ସେଭ୍ ଥିବା ଏହି ନମ୍ୱର୍ UIDAI ନାମରେ।

ଏବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କି ଏହି ନମ୍ୱର୍ କେଉଁଠୁ ଆସିଲା। ଆପଣ ତ ସେଭ୍ କରିନଥିଲେ ତେବେ ଏହା ଆସିଲା କୁଆଡୁ।

ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

UIDAI ନାମ ଇଣ୍ଟରନେଟ୍ ରେ ଆଧାର ସହ ଜଡ଼ିତ। ଏହା ହେଉଛି ଆଧାର ଡାଉନଲୋଡ କରିବାର ୱେବ୍ ସାଇଟ୍ ର ନାମ। ତେବେ ଏହା ଆପଣଙ୍କ ଫୋନ୍ କୁ କାଇଁ ଆସିଲା ଓ କେମିତି ଆସିଲା।

ଏ ନେଇ ଭାରତ ର ଆଧାର ସଂସ୍ଥା ମଧ୍ୟ ନିଜ ମନ୍ତବ୍ୟ ଦେଇ ସାରିଛି ଯେ ସେମାନେ କୌଣସି ଏ ନେଇ ନମ୍ୱର୍ କୁ ଲୋକ ମାନଙ୍କ ଫୋନ୍ କୁ ପୁସ୍ କରି ନାହାନ୍ତି।

ଦେଖିବାକୁ ଗଲେ ଯେଉଁ ନମ୍ୱର୍ ସେଭ୍ ହୋଇଛି ଆପଣକଂ ଫୋନ ରେ ତାହା ମଧ୍ୟ ଆଧାର ର ସଠିକ୍ ହେଲ୍ପ ଲାଇନ ନମ୍ୱର୍ ନୁହେ।

ତେବେ ପ୍ରଥମେ ଅନୁମାନ କରାଯାଉଥିଲା ଯେ ହୁଏତ ଏହା ଗୁଗୁଲ୍ କନ୍ତାକ୍ଟ୍ ମାଧ୍ୟମ ରେ ସୁରକ୍ଷା ଦୃଷ୍ଟି ରୁ ଲୋକ ମାନଙ୍କ ଫୋନ୍ କୁ ପୁସ କରାଯାଇଛି କିନ୍ତୁ ପରେ ଦେଖା ଯାଇଥିଲା କି ଆଇ ଫୋନ ବ୍ୟବହାର କାରୀ ମାନଙ୍କ ଫୋନ ରେ ମଧ୍ୟ ଏହି ନମ୍ୱର୍ ଆସି ଯାଇଛି।

ବର୍ତ୍ତମାନ ସୁଦ୍ଧା ଏହାର ସଠିକ୍ କାରଣ ଜଣା ଯାଇନାହିଁ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଦ୍ବାରା କୌଣସି ବିପତ୍ତି ମଧ୍ୟ ନାହିଁ କିନ୍ତୁ ବହୁତ୍ ଲୋକ ଏହି ନମ୍ୱର୍ କୁ ଦିଲିଟ୍ କରିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *