ଜନ୍ମ ବାର  ରୁ ଜାଣନ୍ତୁ ଆପଣଙ୍କ ସ୍ଵଭାଵ ଏବଂ ପ୍ରକୃତି

ଜନ୍ମ ବାର ମନୁଷ୍ୟ ଜୀବନରେ ବହୁତ ପ୍ରଭାବ , ଏହା ମନୁଷ୍ୟ ଜୀବନକୁ ପ୍ରଭାବିତ କରିଥାଏ I ଆଜି ଆସନ୍ତୁ ଜାଣିବା  କେଉଁ ବାରରେ ଜନ୍ମ ହେଲେ ସ୍ଵଭାଵ କିପରି ରହିଥାଏ I 1) ଶନିବାର : ଯେଉଁମାନଙ୍କର ଜନ୍ମ ଶନିବାର ହେଇଥାଏ  ସେମାନଙ୍କ ଉପରେ ଶନିଦେବ ଙ୍କ ପ୍ରଭାବ ଯଥେଷ୍ଟ ଥାଏ  I ଏମାନେ ଅନ୍ୟମାନଙ୍କୁ ଦେଇଥିବା କଥା ଓ ଜବାବ କେବେଭି ଭାଙ୍ଗନ୍ତି ନାହିଁ ଏମାନେ ବହୁତ ହସଖୁସି ଏବଂ ମେଳାପୀ ଲୋକ ହେଇଥାନ୍ତି I


2) ରବିବାର : ରବିବାର କୁ ସୂର୍ଯ୍ୟ ଦେବ ଙ୍କ ବାର ବୋଲି ଧରାଯାଏ ଏହି ଦିନ ଜନ୍ମ ହେଇଥିବା ବ୍ୟକ୍ତି  ତେଜସ୍ୱି , ଭାଗ୍ୟଶାଲୀ ,ଏବଂ ଦୀର୍ଘାୟୁ ହେଇଥାନ୍ତି I ଏମାନେ ଶାନ୍ତ ସ୍ଵଭାଵ ର , ଅନ୍ୟର ସୁଖ ଦୁଃଖ ରେ ଏମାନେ ମୁଣ୍ଡ ପୁରାଇନଥାନ୍ତି I ବହୁତ ଜଲ୍ଦି ଏମାନେ ରାଗିଯାଆନ୍ତି I ଭଗବାନ ଙ୍କ ଉପରେ ଏମାନଙ୍କର ଯଥେଷ୍ଟ ଭରଷା ଏବଂ ଆସ୍ଥା ଥାଏ I ଅନ୍ୟମାନଙ୍କୁ ସାହାଯ୍ୟ କରିଥାନ୍ତି


3) ସୋମବାର :  ସୋମବାର କୁ ଶିବ ଙ୍କର ବାର ବୋଲି ଧରାଯାଏ I ଯେଉଁମାନଙ୍କର ଏହି ବାରରେ ଜନ୍ମ ହେଇଥାଏ  ଏମାନେ ହସଖୁସି ଏବଂ ଚଂଚଳ ସ୍ଵଭାଵ ର I ଏମାନଙ୍କର ସ୍ମରଣ ଶକ୍ତି ବହୁତ ଭଲ ଥାଏ କିନ୍ତୁ ବାରମ୍ବାର ଏମାନଙ୍କର ବିଚାରଧାରା ବଦଳୁଥାଏ I
4) ମଙ୍ଗଳବାର :  ମଙ୍ଗଳବାର  କୁ  ମା ମଙ୍ଗଳା ଙ୍କର  ବାର ବୋଲି ଧରାଯାଏ I ଯେଉଁମାନଙ୍କର ଏହି ବାରରେ ଜନ୍ମ ହେଇଥାଏ  ସେମାନେ ସ୍ଵଭାଵ ରେ କଠୋର , ନିଜ କଥାରେ ଅଟଳ ରହିବା ଏବଂ ଜିଦଖୋର ଅଟନ୍ତି I ଏମାନେ ସଚୋଟ ଏବଂ ପରାପକାରୀ I 
5) ବୁଧବାର  :  ଯେଉଁମାନଙ୍କର ଏହି ବାରରେ ଜନ୍ମ ହେଇଥାଏ ସେମାନେ ମତିଷ୍କ ରୁ ତେଜସ୍ୱୀ ଏବଂ ବୁଦ୍ଧିବାନ ହେଇଥାନ୍ତି  I ଧର୍ମକର୍ମରେ ଅଧିକ ବିଶ୍ୱାସ କରିଥାନ୍ତି I ଏମାନେ ପରୋପକାରୀ ଏବଂ ହୃଦୟରୁ ନିର୍ମଳ ହେଇଥାନ୍ତି I
6) ଗୁରୁବାର : କୁହାଯାଏ ମା ଲକ୍ଷ୍ମୀ ଙ୍କର ପ୍ରଭାବ ଏହି ବାରରେ ଜନ୍ମ ହେଇଥିବା ବ୍ୟକ୍ତି ମାନଙ୍କ ଉପରେ ପଡିଥାଏ I ଧର୍ମ ,ପ୍ରତି ଏମାନେ ଅଧିକ ଅସ୍ଥା ପ୍ରକଟ କରିଥାନ୍ତି I ଏମାନେ ଅନ୍ୟର ମନ ଅତି ସହଜରେ ଜିତିପାରନ୍ତି I ସମସ୍ତଙ୍କର ପ୍ରିୟ ହେଇପାରନ୍ତି I    ସ୍ଵଭାଵ ରେ ଏମାନେ ସଚୋଟ ଏବଂ ଅନ୍ୟମାନଙ୍କୁ ସନମାନ କରିଥାନ୍ତି I 
7) ଶୁକ୍ରବାର :-ଏମାନେ ସହନଶୀଳ  ଏବଂ ଭାବବିହ୍ୱଳ ହେଇଥାନ୍ତି I ଏମାନେ ସ୍ୱଭାବରେ ଦାନୀ ଏବଂ ଅନ୍ୟର ଭଲ ଚିନ୍ତା କରିଥାନ୍ତି I ଏମାନେ ନିଜ ମନକଥା କାହାକୁ କୁହନ୍ତି ନାହିଁ I ନିଜ ପ୍ରସଂଶା ଶୁଣିବାକୁ ଏମାନଙ୍କୁ ଭଲ ଲାଗେ I

Leave a Reply

Your email address will not be published. Required fields are marked *