ବିଶାଳ ସଂସାର ରେ ମଣିଷର ସ୍ତିତି କେତେ ନଗନ୍ୟ ତଥାପି ଏ କାମନା ବାସନା କାହିଁକି ??

(ଉପସ୍ଥାପନା ;ଜ୍ଞାନରଞ୍ଜନ ପଣ୍ଡା ) ଛାତ ଉପରେ ବସି ରାତି ର ଅନ୍ଧାର ରେ ଆକଶ ର ବିଶାଳତା କୁ ଦେଖୁଥିଲି ,ଆକାଶରେ ଝଲସୁ ଥିବା ଟିକି ଟିକି ତାରା ମାନେ ଅତି ଛୋଟ ଛୋଟ ଦିଶୁଥିଲେ ବି ସେମାନେ ବାସ୍ତବରେ ବହୁତ ବିଶାଳ ।ଏହି ସୀମାହିନ ଆକାଶ ରେ କେତେ ଜେ ବିରାଟ ବିରାଟ ଗ୍ରହ ଏବଂ ତାରା ପୁଂଜ ଅଛନ୍ତି ତାହା କେବଳ ସେହି ବିଶ୍ବ ନିୟନ୍ତା କୁଂ ଜଣା ।ଏତେ ବଡ ବିଶାଳ ବିଶ୍ବ ତୁଳନାରେ ମୋର ଅବସ୍ତିତି କେତେ ଯେ ନଗନ୍ୟ ତା ସହଜରେ ଅନୁମେୟ ।

ଏହି ଅନନ୍ତ ଆକାଶ ଓ ଅଗଣିତ ତାରା କୁଂ ଦେଖି ମନ ଭିତରେ ଅନେକ ପ୍ରଶ୍ନ ଉଂକି ମାରେ ।ମୋର ଏ ଦୁନିଅା କୁ ଆସିବା ପୁର୍ବରୁ ଏ ସବୁ ଥିଲା ଏବଂ ମୋ ପରେ ବି ଏ ସବୁ ଥିବ ।

ମୋର ଉପସ୍ଥିତି ଓ ଅନୁପସ୍ଥିତ ରେ କିଛି ଯାଏ ଆସେ ନାହିଁ । ତା ପରେ ବି ମୋ ମନ ରେ କେତେ ପ୍ରକାର କାମନା ଏବଂ ଭାବନା । ଭାବନା ର ଅନ୍ତ ନାହିଁ ।ଏଠାକୁ ମୁଁ ଏକୁଟିଆ ଆସିଛି……ଦିନେ ପୁଣି ଚାଲିଯିବି….ଆଉ ଏହାହିଁ ବିଧାତା କଂ ନିୟମ ।

ସେହି ପରମ ପିତା କଂ ସୃଷ୍ଟି ରେ ସବୁକିଛି ଶ୍ରୃଖଂଳିତ ଭାବରେ ଚାଲିଥାଏ ।ସକାଳ ଆସେ….ସଂଦ୍ଧ୍ୟା ବି ହୁଏ..
ଋୁତୁ ଚକ୍ର ଏକ ବେଗ ରେ ଚାଲେ…. ପ୍ରୃଥିବି ତା କକ୍ଷ ଚାରିପଟେ ଘୁରିବୁଲେ । ଏ ସବୁ ରେ ମୋର ଭୁମିକା କିଛି ନାହିଂଁ ।ଏ ସବୁ ନିରବରେ ଘଟି ଚାଲିଛି ।ବାସ୍ତବରେ କି ବିଚିତ୍ର ଏ ସୃଷ୍ଟି ।ଏ ସୃଷ୍ଟି କ୍ରମ ରେ ମଣିଷ ହିଂଁ ଏକମାତ୍ର ଜିୀବ ଯାହା ଭିତରେ କି ଅପୁ୍ରବ ସଂଭାବନା ଏବଂ ସୃଷ୍ଟି କୁ ଉପୋଭଗ କରିବାର କ୍ଷମତା ରହିଛି । କେବଳ ମଣିଷ ହିଂଁ ଇଶ୍ବର କଂ ସତ୍ତା ଉପଲବ୍ଧୀ କାରିପାରିବ ।ସେଥି ପାଇଁ ଆଦିଗୁରୁ ଶଂକରାଚାୟ୍ୟ ଲେଖିଛନ୍ତି “ଜନ୍ତୁନାଂ ନର ଜନ୍ମ ର୍ଦୁଲଭଃ”।

ଏ ଦୁର୍ଲଭ ଜିବନ ପାଇ ବି ମଣିଷ ସେହି ପରମ ପିତା କଂ ସାନ୍ନିଧ୍ଯ ହାସଲ କାରିବା ପରିବର୍ତେ ସାମୟୀକ ଅାନନ୍ଦ ରେ ନିଜକୁ ନିୟୋଜିତ କରିଥାଏ । “ସଂସାର ସିଂଦ୍ଧୁ ରୁପେଣ, ମୀନ ରୁପେଣ ମାନବାଃ
ଜଂଜାଳ ଜାଲ ରୁପେଣ ,କାଳ ରୁପେଣଂ ଧିବରା ”

ଏ ସଂସାର ହେଉଛି ସାଗର … ଯେଉଂଁଠାରେ ଜୀବ ମାନେ ମୀନ ପରି ଭାସି ବୁଲନ୍ତି। ରାଗ , ଦ୍ବେଷ, ଇର୍ସା ,ହସ,କାନ୍ଦ ଏବଂ ପରିବାର ,ସମାଜ ରେ ଘଟୁଥିବା ଘଟଣା ସବୁ ଜାଲ ଭଳି ଆମକୁ ଛନ୍ଦି ରଖି ଧିବର ରୁପକ କାଳ ହାତରେ ରହିଥାଏ। କେତେବେଳେ ଯେ ଏହି କାଳ ର କରାଳ ଗର୍ବ ରେ ହଜିଜାଉ ତାହା ବି ଜାଣି ହୁଏନା। ସେଥିପାଇଂ ଆଦିଗୁରୁ ଲେଖିଛନ୍ତି…….

ମା କୁରୁ ଧନଜନ ୟୌବନ ଗର୍ବଂ
ହରତି ନିମେଷାତ-କାଳଂଃସର୍ବମ୍

ହେ ଦିବ୍ୟାତ୍ମା ଧନ ,’ଜନ ଓ ଯୋବନ କୁ ନେଇ କଦାପି ଗର୍ବ କରନି ….କାହିଂଁକି ନା ଗୋଟିଏ କ୍ଷଣ ରେ ହିଂଁ ସମୟ ତାକୁ ହରଣ କରିନିଏ । ଏଠାରେ ସବୁକିଛି ପରିବର୍ତଶୀଳ କିନ୍ତୁ କେବଳ ଭଗବାନ ହିଂଁ ସତ୍ୟ ।ସେ ହିଂଁ ଏକ ମାତ୍ର ସ୍ଥିର ସତ୍ତା ଯାହା କଂ ଉପସ୍ତିତି ସବୁ କିଛି ଚାଳିତ ହୁଏ ।ସତ୍ୟଂ ଜ୍ଞାନଂ ଅନନ୍ତଂ ବ୍ରହ୍ମଂ । ସବୁ ଶବ୍ଦ ନିରବତା ରୁ ଆରଂଭ ପୁଣି ନିରବତା ରେ ହିଂଁ ଶେଷ ।ନିରବତା ର ସଂଜ୍ଞା ଆମେ ଯାହା ବି କହିବା ତାହା ମିଥ୍ୟା ହେବ । ନିରବତା ହିଂଁ ନିରବତା ର ସଂଜ୍ଞା । ଆମେ ଯାହା କହିବା ତାହା ଏକ ଶବ୍ଦ ହେବ। ଠିକ ସେହିପରି ଇଶ୍ବର ଯିଏକି ସର୍ବ ବ୍ୟାପି , ଅନନ୍ତ ,ଅସିମ ,ନିରାକାର ତାକୁଂ କେଉଂଁ ନାମରେ ଡାକିବି ଓ କେଉଂଁ ରୁପ ଦେବି । ଇଶୋପନିଷଦ କୁହନ୍ତି……….ଓଂଁ “ଇଶାବାସ୍ୟଂ ଇଦ୍ମସର୍ବମ ୟତ୍କିଚିତ ଜଗତ୍ୟାଂ ଜଗତ ।
ତ୍ୟେନ ତ୍ୟକ୍ତେନ ଭୁଜୀଥା ମା ଗ୍ରୃଧଂଃ କସ୍ୟସ୍ବିଧନମ” ଏହି ଜାଗତରେ ଥିବା ସବୁକିଛି ହିଂଁ ଇଶ୍ବର କଂ ସାମ୍ରାଜ୍ଯ …..ଧନ ର ଆଶା ପରିତ୍ୟାଗ କରି ସୁଖମୟ ଜୀବନ ଯାପନ କରିବା ଉଚିତ । ସେ ଇଶ୍ବର କଂ ର ମୁ ବି ଅଂଶ । ସେ ମାହାସିନ୍ଦୁ ହେଲେ ମୁ ଏକ ତଟିନୀ ଧାରା।ଏ ଧାରା ଟି ଗତି କରେ କେବଳ ସେହି ଅନନ୍ତ ମହାସିନ୍ଦୁ ରେ ମିଶିବା ପାଇଂଁ ।ଏହି ଧାରାଟି ପ୍ରବାହିତ ହେଲାବେଳେ ଅନେକ ବାଧା ବିଘ୍ନ ଦେଇ ଆଗକୁ ଆଗକୁ ଚାଲିଥାଏ ।

ଗୀତ ଟି ଏ ମନେପଡେ…..ପିଲାଟି ଦିନରୁ ଗୀତ ଟି ଶୁଣିଛି… “”ମହାସିନ୍ଧୁ ତୁମେ ଅନ ନ୍ତ ଅସୀମ
ମୁ ଯେ ତଟୀନୀ ର ଧାରା…….”” ଏ ଗୀତ ଟି ଶୁଣିଲେ ମନ ଭିତରେ ଏକ ଅଦ୍ଭୁତ ଶିହରଣ ଖେଳିଯାଏ ।କିଛି କ୍ଷଣ ପାଇଂ ଦିବ୍ୟ ଅନୁଭବ ରେ ବୁଡିଯାଏ । ଏହି ଅନୁଭବ ଭିତରେ ନିଜେ କେତେବେଳେ ହଜିଯାଏ ତା ଜାଣି ହୁଏ ନା ।ବୋଧହୁଏ ଏହାହିଁ ଇଶ୍ବର ଅନୁଭବ ।ଯେଉଁ ଠାରେ କୋଣସି ଦୁଃଖ ର ଲେଶମାତ୍ର ନ ଥାଏ ।…..
ଜ୍ଞାନ ରଞନ ପଣ୍ଡା, ଗ୍ରାମ-ବାଲିଶୁକ୍ରୀ,ପୋ:-କିଶୋରନଗର,ଜିଲା:-କଟକ,ପିନ:-୭୫୪୧୩୧,ଦୁରଭାଷା:୯୮୬୧୬୭୩୧୮୬,ଓଡିଶା

Leave a Reply

Your email address will not be published. Required fields are marked *