ମୁହଁରେ କପଡା ବାନ୍ଧି ଗାଡି ଚଳାଇଲେ ଗିରଫ ହେବେ ସେ ପୁରୁଷ କିମ୍ବା ମହିଳା ହୁଅନ୍ତୁ I ଗାଡି ବି ଜବତ ହେବ

ରାସ୍ତାରେ ଗଲାବେଳେ ସାଧାରଣତଃ ଆପଣ ଦେଖିଥିବେ ଅନେକ ଝିଅ ବା ପୁଅ ମୁଁହରେ କପଡା ବାନ୍ଧି
ଗାଡି ଚଳାଇଥାନ୍ତି I ଯାହାଫଳରେ ତାଙ୍କୁ ଚିହିଁବାରେ ଅସୁବିଧା ହେଇଥାଏ I କିନ୍ତୁ ଏହା ଦ୍ୱାରା ଅନେକ ଆତଙ୍କବାଦୀ ବା ଖଳ ପ୍ରକୃତିର ଲୋକ ମଧ୍ୟ ମୁଁହରେ କପଡା ବାନ୍ଧି ନିଜ ପରିଚୟ ଲୁଚାଇ ସେମାନଙ୍କର କାମ ଅତି ସହଜରେ କରିଦେଉଛନ୍ତି I ଯାହାକୁ ଅଟକାଇବା ଏବେ ପୋଲିସ ର ଆୟତ୍ତ ବାହାରେ I ଏବଂ କିଛି ଚୋର ବା ସନ୍ଦିଗ୍ଧ ମାନେ ମଧ୍ୟ ମୁଁହରେ କପଡା ବାନ୍ଧି ରାଜରାସ୍ତାରେ ଚୋରି ,ରାହାଜାନି ଲୁଣ୍ଠନ କରିବାରେ ସଫଳ ହେଉଛନ୍ତି କିନ୍ତୁ ମୁଁହରେ କପଡା ଥିବା ହେତୁ ତାଙ୍କ ପରିଚୟ ସହଜରେ ଧରାପଡ଼ିନଥାଏ I

କିନ୍ତୁ ଏହି ସମସ୍ୟା ର ସମାଧାନ ପାଇଁ ଏବେ ହରିୟାଣାର ଜଳନ୍ଧରରେ ନୂଆ ନିୟମ କରାଯାଇଛି I ଏବଂ ପ୍ରଶାସନ ମଧ୍ୟ ଏହି ନିୟମକୁ ଯଥାଶୀଘ୍ର କାର୍ଯ୍ୟକରିବାକୁ ନିର୍ଦେଶ ଦେଇଛନ୍ତି I ନୂଆ ନିୟମ ଅନୁଯାଇ ଗାଡି ଚଳାଇବା ସମୟରେ କେହି ବି ମୁଁହରେ କପଡା ବାନ୍ଧି ପାରିବେ ନାହିଁ I

ଯଦି କୌଣସି ପୁଅ ବା ଝିଅ ମୁଁହରେ କପଡା ବାନ୍ଧି ଗାଡି ଚଳାନ୍ତି ତେବେ ତାଙ୍କୁ ଟ୍ରାଫିକ ପୋଲିସ ସେହି ସ୍ଥାନରୁ ଅଟକ ରଖିବା ସହିତ ଗାଡିକୁ ମଧ୍ୟ ଜବତ କରିବ I

ତାଙ୍କ ବିରୁଦ୍ଧରେ ଟ୍ରାଫିକ ପୋଲିସ ରେ ମାମଲା ରୁଜୁକରାଯାଇ ଆଇନ ଅନୁଯାଇ ଦଣ୍ଡବିଧାନ କରାଯିବ I ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ତେବେ ଓଡ଼ିଶାରେ କେବେ ଏହା ଲାଗୁ କରାଯାଉଛି ତାହା ଦେଖିବାର କଥା I

4 Comments on “ମୁହଁରେ କପଡା ବାନ୍ଧି ଗାଡି ଚଳାଇଲେ ଗିରଫ ହେବେ ସେ ପୁରୁଷ କିମ୍ବା ମହିଳା ହୁଅନ୍ତୁ I ଗାଡି ବି ଜବତ ହେବ”

  1. କପଡ଼ା ଭିତରର ଲଫଡାଟି ହଟୁଥିବା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲି କାରଣ ବିଳମ୍ବରେ ହେଲେବି ସରକାରଙ୍କ ନିଦ ଭାଙ୍ଗିଛି। ଫେସନ ନାମରେ ଦ୍ୱାହି ଦେଇ ଅଘଟଣ ସବୁ ଲୁଚାଇବା ପାଇଁ ପ୍ରତିଯୋଗିତା ର ଉତ୍ତମ ଭିତ୍ତି ପଡି ଯାଇଥିଲା।

  2. Wah ! Kapda bandhiki gadi chaleibeni tah kan chatara mananku muha dekheiki invite kariki gadi chaleibe ? Mana icha time pass paen rules !

  3. ତାହେଲେ ହେଲମେଟ୍ ପିନ୍ଧିବା ବି ବନ୍ଦ କର ।ନ ହେଲେ ଆତଙ୍କବାଦୀ ବା ଚୋର ମାନେ ହେଲମେଟ୍ ପିନ୍ଧି ତାଙ୍କ କାମ କରିବେ ?

Leave a Reply

Your email address will not be published. Required fields are marked *