କୋହୀନୁର ହୀରା ର ପ୍ରକୃତ ମାଲିକ ହେଉଛନ୍ତି ପ୍ରଭୁ ଜଗନ୍ନାଥ,ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ଇତିହାସ

ବିଶ୍ୱର ସବୁଠୁ ଦାମୀ ଏବଂ ଚର୍ଚିତ ହୀରା ହେଉଛି କୋହିନୁର I ଯାହାକି ଇଂଲଣ୍ଡ ରେ ଏବେ ଶୋଭାପାଉଛି I ଏହା ହେଉଛି ବିଶ୍ୱର ର ଏପରି ଏକ ହୀରା ଯାହାକୁ ନେଇ ବହୁବାର ଯୁଦ୍ଧ ହେଇଚି I ଏହାର ମାଲିକାନା କୁ ନେଇକି ସବୁବେଳେ ତର୍କ ବିତର୍କ ଲାଗିରହିଛି I ଦେଶର ପାଞ୍ଚଟି ଦେଶ ଯଥା ଭାରତ ,ପାକିସ୍ତାନ ,ଆଫଗାନିସ୍ତାନ .ଇରାନ ଏବଂ ଇଂଲଣ୍ଡ ଏହାକୁ ନିଜ ସମ୍ପତି ବୋଲି ଦାବି କରୁଛନ୍ତି Iପୃଥିବୀର ବୃହତ୍ତମ ହୀରା ମଧ୍ୟରୁ କୋହିନୁର ଅନ୍ୟତମ ଏହା 105.6 କ୍ୟାରେଟ ବିଶିଷ୍ଟ ଏବଂ ଏହାର ଓଜନ 21.12 ଗ୍ରାମ ଅଟେ I

କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହାର ପ୍ରକୃତ ମାଲିକ କିଏ ?ଇତିହାସ ର ଫର୍ଦ୍ଧ ଲେଉଟାଇଲେ ଏହା ବେଶ ଭଲଭାବରେ ଉଲ୍ଲେଖ ରହିଛି ଯେ କୋହିନୁର ହୀରା ର ଅସଲ ମାଲିକ ହେଉଛନ୍ତି ଆମ ପ୍ରଭୁ ଜଗନ୍ନାଥ I ଯଦି ଇତିହାସ କୁ ଦେଖାଯାଏ ତେବେ ଏହା ଆନ୍ଧ୍ରପ୍ରଦେଶ ର କୃଷ୍ଣା ନଦୀକୂଳ କୋଲୁର ଖଣିରୁ ମିଳିଥିଲା I ଏହାକୁ ସେତେବେଳର ମୋଗଲ ଆକ୍ରମଣକାରୀ ବାବର ନିଜ ଅକ୍ତିଆର କୁ ନେଇଯାଇଥିଲେ

Iବାବର ଙ୍କ ଉତ୍ତରାଧିକାରୀ ଔରାଙ୍ଗଜେବ ଙ୍କ ପର୍ଯ୍ୟନ୍ତ ଏହି ହୀରା ଭାରତରେ ରହିଥିଲା ଏବଂ ଔରାଙ୍ଗଜେବ ଙ୍କ ମୃତ୍ୟୁ ପରେ ସେତେବେଳର ଇରାନ ର ଶାସକ ନାଦିର ସାହ ଦିଲ୍ଲୀ ଆକ୍ରମଣ କରି କୋହିନୁର କୁ ଇରାନ ନେଇଯାଇଥିଲେ I

କିନ୍ତୁ ନାଦିର ସାହା ଙ୍କ ବଂଶଧର ଙ୍କ ଦୁର୍ବଳତା ର ଫାଇଦା ନେଇ ଆଫଗାନିସ୍ତାନ ର ଶାସକ ଅହମଦ ଶାହ ଦୂରାନି ନିଜ ଅକ୍ତିଆର କୁ ନେଇଯାଇଥିଲେ I କିନ୍ତୁ ସେତେବେଳେ ପଞ୍ଜାବ କେଶରୀ ରଣଜିତ ସିଂ ଆଫଗାନିସ୍ତାନ ଉପରେ ଯୁଦ୍ଧ କରି କୋହିନୁର କୁ ନିଜ ଅକ୍ତିଆର କୁ ଆଣିବାରେ ସଫଳ ହେଇଥିଲେ I ଭାରତରୁ ବିଦେଶ ଯାଇଥିବା କୋହିନୁର ପୁଣିଥରେ ନିଜ ଦେଶ ଫେରି ଆସିଥିଲା ରଣଜିତ ସିଂ ଙ୍କ ନେତୃତ୍ୱରେ I

ରଣଜିତ ସିଂ ପ୍ରଭୁ ଜଗନ୍ନାଥ ଙ୍କର ଜଣେ ଭକ୍ତ ଥିଲେ ସେଥିପାଇଁ ଏହି ଦୁର୍ମୁଲ୍ୟ ହୀରାକୁ ପ୍ରଭୁ ଜଗନ୍ନାଥ ଙ୍କୁ ଉପହାର ଦେବା ପାଇଁ ସଂକଳ୍ପ କରାଇଥିଲେ I କିନ୍ତୁ ସେତେବେଳେ ଓଡ଼ିଶାରେ ଇଂରେଜ ସାଶନ ଆରମ୍ଭ ହେଇସାରିଥିଲା ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା I ସେଥିପାଇଁ ରଣଜିତ ସିଂ ଏହାକୁ ଜଗନ୍ନାଥ ଙ୍କୁ ଦେଇ ପାରିନଥିଲେ କାହିଁକିନା ସେ ଭଲ ଭାବରେ ଜାଣିଥିଲେ ଯଦି ଏହା ଜଗନ୍ନାଥ ଙ୍କୁ ଦିଆ ହୁଏ ତେବେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହାକୁ ଇଂଲଣ୍ଡ ନେଇଯିବ I ସେଥିପାଇଁ ରଣଜିତ ସିଂ ନିଜ ଦଲିଲ ରେ କୋହିନୁର ହୀରାକୁ ଜଗନ୍ନାଥ ଙ୍କ ନାମରେ କରିଦେଇଥିଲେ ଏବଂ ନିଜ ମୃତ୍ୟୁପରେ ଏହାକୁ ଓଡିଶା ପହଞ୍ଚାଇବାକୁ ନିଜ ଉତ୍ତରାଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ I

କିନ୍ତୁ ତାଙ୍କ ମୃତ୍ୟୁପରେ ଇଂରେଜ ମାନେ ପଞ୍ଜାବ କୁ ଆକ୍ରମଣ କରିଦେଇଥିଲେ ଏବଂ ପଞ୍ଜାବ କୁ ନିଜ ଅଧୀନକୁ ନେଇଯାଇଥିଲା ଏବଂ କୋହିନୁର ହୀରାକୁ ଜଗନ୍ନାଥ ଙ୍କୁ ଦେବା ବଦଳରେ ଇଂଲଣ୍ଡ ର ରାଣୀ ଙ୍କୁ ଉପହାର ଦେଇଥିଲେ I

ସେବେଠାରୁ ଇଂଲଣ୍ଡ ର ରାଣୀ ମାନେ ଏହାକୁ ବ୍ୟବହାର କରିଆସୁଛନ୍ତି I କୋହିନୁର ହୀରାକୁ ଭାରତ ଫେରଇଆଣିବାକୁ ଭାରତ ସରକାର ବହୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହେଇପାରିନାହିଁ I

Leave a Reply

Your email address will not be published. Required fields are marked *