କଂଗ୍ରେସ ହାତ ଧରିଲେ ଲୋକପ୍ରିୟ ସାମ୍ବାଦିକ ସତ୍ୟପ୍ରକାଶ ନାୟକ,ଭଦ୍ରକ ରୁ ଲଢ଼ିବେ

ନିଜର ନିର୍ଭିକ ସମ୍ବାଦ ପରିବେଷଣ ପାଇଁ କେବଳ ଯୁବକ ମାନଙ୍କ ନୁହେଁ ସବୁ ବର୍ଗର ଲୋକମାନଙ୍କ ହୃଦୟକୁ ଅତି ସହଜରେ ସେ ଛୁଇଁ ପାରିଥିଲେ I ଜ଼ି କଳିଙ୍ଗର ସତ୍ୟର ସାମ୍ନା ତାଙ୍କୁ ଦେଇଥିଲା ଏକ ନୂଆ ପରିଚୟ I ତେବେ ମହୁ ବାଦ ବିବାଦ ପରେ ଶେଷରେ ସତ୍ୟ ପ୍ରକାଶ ଜି କଳିଙ୍ଗ ର ହାତ ଛାଡିଥିଲେ ଏବଂ ଈଟିଭି ଓଡ଼ିଆ /ସମୟ ରେ ଯୋଗ ଦେଇଥିଲେI ପରେ ସେଥିରୁ ମଧ୍ୟ ଇସ୍ତଫା ଦେଇଥିଲେ ଏବଂ ଅନ୍ୟ କୌଣସି ଚାନେଲ ରେ ଯୋଗ ଦେଇନଥିଲେ I ବହୁଦିନ ଧରି ଚୁପ ରହିଥିଲେ ସତ୍ୟପ୍ରକାଶ I

ତେବେ ବହୁଦିନର ନୀରବତା କୁ ଭଙ୍ଗ କରି ଶେଷରେ ଫେସବୁକ ରେ ନିଜର ଶୁଭେଛୁ ମାନଙ୍କ ସହିତ ଯୋଡି ହେଇଥିଲେ ସତ୍ୟପାଠ ନାମକ ଏକ ପ୍ରୋଗ୍ରାମ ଦ୍ୱାରା I ଦର୍ଶକ ମାନଙ୍କ ଭଲପାଇବା ମଧ୍ୟ ୟା ଭିତରେ ମିଳିସାରିଛି ସତ୍ୟପାଠ କୁ I ତେବେ କିଛି ଦିନ ଧରି ଲଗାତାର ସତ୍ୟ ପ୍ରକାଶ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚା ଚାଲିଥିଲା ,ଶେଷରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ସତ୍ୟ କଂଗ୍ରେସ ରେ ଯୋଗଦେବା ପାଇଁ ଗତ 6 ତାରିଖରେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ I ଆଜି ରାଜ୍ୟ କଂଗ୍ରେସ ର ବରିଷ୍ଠ ନେତାଙ୍କ ଉପସ୍ତିତିରେ ସତ୍ୟ ପ୍ରକାଶ କଂଗ୍ରେସ ରେ ଯୋଗ ଦେଇଛନ୍ତି I ବର୍ତମାନ ପାଇଁ ତାଙ୍କୁ ରାଜ୍ୟ କଂଗ୍ରେସର ମିଡିଆ ସେଲର/ମୁଖପାତ୍ର  ମୁଖ୍ୟ ଭାବେ ଅବସ୍ଥାପିତ କରାଯିବା ସହିତ ଭଦ୍ରକ ନିର୍ବାଚନ ମଣ୍ଡଳୀ ଦିଆଯିବ ବୋଲି କଂଗ୍ରେସ ସୂଚନା  ମିଳିଛି Iକଂଗ୍ରେସ ମୁଖିଆ ନିରଞ୍ଜନ ପଟନାୟକ ସତ୍ୟଙ୍କୁ ରାମମମନ୍ଦିର ରୁ ଏକ ବିଶାଳ ରାଲିରେ ସତ୍ୟଙ୍କୁ ସ୍ୱାଗତ କରିଥିଲେ ବର୍ତମାନ ସ୍ଥିତିରେ କଂଗ୍ରେସ ର ଅବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ଥିବାବେଳେ ଜଣେ ଆଗଧାଡିର ସାମ୍ବାଦିକ ଙ୍କ ଏହି ନିଷ୍ପତି ସମସ୍ତଙ୍କୁ ଚକିତ କରିଦେଇଛି I

Leave a Reply

Your email address will not be published. Required fields are marked *