ବିଜେଡି ମାଡ଼ରେ ଚେପା ହେଇଯିବ କି ବୈଜୟନ୍ତ ଙ୍କ ଓଟିଭି ? ନିଉଜ ଫିଉଜ ରେ କୁନା ତ୍ରିପାଠୀ ଙ୍କ ବଦଳରେ ହୃଷିକେଶ ଆସୁଛନ୍ତି I

ସିନେମା ଜଗତ ରେ ନିଜର ନିଆରା ଅଭିନୟ ପାଇଁ ଘରେ ଘରେ ଲୋକପ୍ରିୟତା ପାଇଥିବା ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ ଙ୍କୁ ଓଟିଭି ର ନିଆରା ଶୋ ନିଉଜ ଫିଉଜ ବେଶ୍ ସୁନାମ ଆଣିଦେଇଛି I ଆଙ୍କରିଂ ଜଗତରେ ନିଜର ଭିର୍ଣ୍ଣ ଶୈଳୀ ଯୋଗୁଁ ଏକ ନୂଆ ଇତିହାସ ରଚିଥିଲେ କୁନା ତ୍ରିପାଠୀ I ଶାସକ ଦଳ ନେତା ହୁଅନ୍ତୁ କିମ୍ବା ବିରୋଧୀ ଯେଉଁଠି ବି ଭୁଲ ଦେଖୁଥିଲେ ଅତି ଶାଣିତ ଭାବରେ କଟାକ୍ଷ କରୁଥିଲେ କୁନା I ସତେ ଯେପରି କୁନା ତ୍ରିପାଠୀ ଏବଂ ନିଉଜ ଫିଉଜ ଦୁହେଁ ଦୁହିଁଙ୍କ ବିନା ଅଧୁରା I ନିଉଜ ଫିଉଜ ଦ୍ୱାରା ସବୁ ବର୍ଗର ର ଲୋକ ମାନଙ୍କ ମନ ଜିତି ପାରିଥିଲେ I

ତେବେ ବିଜେଡି ଏବଂ ବୈଜୟନ୍ତ ଙ୍କ ରାଜନୈତିକତା ଛକା ପଞ୍ଝା ମଧ୍ୟରେ ବୈଜୟନ୍ତ ଙ୍କ ଟାର୍ଗେଟରେ ପାଣ୍ଡିଆନ ଥିବାବେଳେ ପାଣ୍ଡିଆନ ଙ୍କ ଟାର୍ଗେଟ ରେ ଥିଲା ଓଟିଭି ଏବଂ ବୈଜୟନ୍ତ I କାହିଁକିନା ଓଟିଭି ବିରୁଦ୍ଧରେ ଅଭିଯୋଗ ଆସିଥିଲା କି ବୈଜୟନ୍ତ ଙ୍କ ନିଲମ୍ବନ ଏବଂ ଇସ୍ତଫା ପରେ ସେ ତାଙ୍କର ନିଜର ଚାନେଲ ଓଟିଭି କୁ ବିଜେଡି ବିରୁଧରେ ବ୍ୟବହାର କରିଆସୁଥିଲେ I ଯେଉଁଥିପାଇଁ କଳେବଳେ କୌଶଳେ ଓଟିଭି କୁ ଡାଉନ କରିବାକୁ ପାଣ୍ଡିଆନ ପ୍ରଚେଷ୍ଟା କରୁଥିବା ସମାନ ଅଭିଯୋଗ ଆଣେ ଓଟିଭି ସେ ଓରଟେଲ ର ଚଢ଼ାଉ ହେଉ କିମ୍ବା ଥେରୁବାଲି ଇମ୍ଫା ଧାରଣା ହେଉ I କିନ୍ତୁ ଟିଆର୍ପି ଦୃଷ୍ଟିରୁ ଦର୍ଶକ ଙ୍କର ସବୁଠୁ ପ୍ରଥମ ପସନ୍ଦ ହେଉଛି ଓଟିଭି ଏହା ଆମେ କହୁନୁ ,ଟିଆର୍ପି ରେକର୍ଡ ଅନୁଯାଇ ଅନ୍ୟ ସମସ୍ତ ଗଣମାଧ୍ୟମ ର ଟିଆର୍ପି ର ମିଶ୍ରଣ ଓଟିଭି ଟିଆର୍ପି ଠାରୁ କମ ଅଟେ I ସେଥିମଧ୍ୟରୁ ଓଟିଭି ର ନିଉଜ ଫିଉଜ ଅନ୍ୟତମ ଏହାର ଲୋକପ୍ରିୟତା ଓଟିଭି ର 30% ପାଖାପାଖି I

ସେଥିପାଇଁ ରାଜନୈତିକ ମହଲରେ ଚର୍ଚା ହୁଏଯେ ଓଟିଭି ର ଟିଆର୍ପି କମାଇବାକୁ ନିଉଜ ଫିଉଜ ର ଆଙ୍କର କୁନାତ୍ରିପାଠୀ ଙ୍କୁ 10 ମେ 2018 ରେ ଚଳଚିତ୍ର ବିଭାଗ ର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଥିଲେ I ଏହାକୁ ନେଇ ରାଜନୈତିକ ମହଲ ରେ ଚର୍ଚା ଚାଲିଥିଲା ଯେ ବିଜେଡି ଏବଂ ବୈଜୟନ୍ତ ଙ୍କ ଝଗଡ଼ାରେ ଓଟିଭି କୁ ପାନେ ଦେବା ପାଇଁ ସରକାର ଙ୍କ ଏହା ଚାଲ I ଯେହେତୁ ଓଟିଭି ନ 1 ଥିଲା ଏବଂ ନିଉଜ ଫିଉଜ ଶ୍ରେଷ୍ଠ ପ୍ରୋଗ୍ରାମ ଅଟେ I କେତେକ ଙ୍କ କହିବା ଅନୁସାରେ କୁନା ତ୍ରିପାଠୀ ଙ୍କୁ ଅଧ୍ୟକ୍ଷ ଦେଇ ନିଉଜ ଫିଉଜ ରୁ ବାହାରିଆସିବା ପାଇଁ ସରକାର ଙ୍କ ପ୍ରଲୋଭନ I

ଏହାକୁ ନେଇ ମଧ୍ୟ କିଛି ଚାନେଲ ପ୍ରସାରଣ କଲେ ଯେ ନିଉଜ ଫିଉଜ ରେ କୁନା ତ୍ରିପାଠୀ କାର୍ଯ୍ୟ କରିନପାରନ୍ତି I କୁନା ତ୍ରିପାଠୀ ମଧ୍ୟ ମିଡ଼ିଆ ଆଗରେ ଥ ଥ ମ ମ ହେଲେ I ସ୍ପଷ୍ଟୀକରଣ ଦେଇପାରିଲେ ନାହିଁ , ଛାଡ଼ିବେ କି ନାଇଁ I କିନ୍ତୁ ପରେ ନିଉଜ ଫିଉଜ ରେ ଦେଖାଯାଇଥିଲେ କୁନା ତ୍ରିପାଠୀ I ଆଶା କରାଯାଉଥିଲା ଯେ କୁନା ବାବୁ ପୂର୍ବ ପରି ବିଜେଡି କୁ ଏତେ ଶାଣିତ ଭାବରେ କଟାକ୍ଷ କରିନପାରନ୍ତି, ଯେହେତୁ ଏକ ଗୁରୁତ୍ବପୁର୍ଣ୍ଣ ପଦରେ ଅଛନ୍ତି I କୁନା ତ୍ରିପାଠୀ ମଧ୍ୟ ମିଡ଼ିଆ ଆଗରେ ଥ ଥ ମ ମ ହେଲେ I ସ୍ପଷ୍ଟୀକରଣ ଦେଇପାରିଲେ ନାହିଁ , ଛାଡ଼ିବେ କି ନାଇଁ I କିନ୍ତୁ ପରେ ନିଉଜ ଫିଉଜ ରେ ଦେଖାଯାଇଥିଲେ କୁନା ତ୍ରିପାଠୀ Iକିନ୍ତୁ ସମାନ୍ତରାଳ ଭାବେ ନିଉଜ ୱାର୍ଲଡ ଓଡ଼ିଶାରେ ରଥଯାତ୍ରା ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ରେ ଦେଖାଯାଇଥିଲେ କୁନାତ୍ରିପାଠୀ Iତେବେ ୟା ମଧ୍ୟରେ କିନ୍ତୁ ଓଟିଭି ଦ୍ୱାରା ଏକ ଭିଡିଓପ୍ରସାରଣ କରାଯାଇଛି ନିଉଜ ଫିଉଜ କୁ ନେଇକି I ଯେଉଁଥିରେ ନିଉଜ ଫିଉଜ ରେ ପରିବର୍ତନ ଅଣାଯିବ ବୋଲି କୁହାଯାଇଛି I କୁନା ତ୍ରିପାଠୀ ଙ୍କ ବଦଳରେ ହାସ୍ୟାଭିନେତା ହୃଷିକେଶ ଯୋଗ ଦେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ପ୍ରୋଗ୍ରାମ ରେ I ଏହା ସତ୍ୟ ଯେ କୁନା ତ୍ରିପାଠୀ ଙ୍କ ପରି ଏହି \ହାସ୍ୟାଭିନେତା ଙ୍କୁ ଦର୍ଶକ ଏତେ ସହଜରେ ଗ୍ରହଣ କରିପାରିବେ ନାହିଁ I ଏହା ମଧ୍ୟ ଦର୍ଶକ ଙ୍କ ମତାମତ ରୁ ସ୍ପଷ୍ଟ ଜଣାପଡିସରିଲାଣି I ତେବେ ହୃଷିକେଶ ଙ୍କ ଆଗମନକୁ ନେଇ ଯଦିଓ କୁନା ତ୍ରିପାଠୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ତେବେ ଯଦି କୁନାତ୍ରିପାଠୀ ନିଉଜ ଫିଉଜ ଛାଡ଼ନ୍ତି ତେବେ ଏହା ପାଣ୍ଡିଆନ ଙ୍କର ଏକ ବୃହତ ରାଜନୈତିକ ସଫଳତା ବୋଲି କୁହାଯିବ I

Leave a Reply

Your email address will not be published. Required fields are marked *