ଭାରତୀୟ ସେନାଙ୍କୁ ଠିକଣା ନଜଣାଇବାକୁ କାଶ୍ମୀର ବାସୀଙ୍କୁ ଅନୁରୋଧ କଲେ ଆତଙ୍କବାଦୀ

ସର୍ଜିକାଲ ଷ୍ଟ୍ରାଇକ ହେଉ କିମ୍ବା ସୀମା ପରା ଆତଙ୍କବାଦୀ ଙ୍କୁ ନିହତ କରିବା ହେଉ କାଶ୍ମୀର ରେ ଆମ ଯବାନ ମାନଙ୍କର ସଫଳ କାର୍ଯ୍ୟାନୁଷ୍ଠାନ ଲାଗିରହିଛି I ଏବେ ନିକଟ ଅତୀତ ରେ ସେନାର ସଫଳତା ପରେ ହୁଜ୍ଜିବୁଲ ର ଏକ ଆତଙ୍କବାଦୀ ତାରିକ ମୌଲବୀ, ହୁଜ୍ଜିବୁଲ କମାଣ୍ଡର ଉମର ଖୁବଏବ ର ଅନ୍ତିମ କ୍ରିୟା ରେ ଭୟଭୀତ ହେଇ ପାଗଳ ଙ୍କ ପରି ପ୍ରଳାପ କରୁଥିବାର ନଜର ଆସିଛି I ଏକ ଭିଡି଼ଓ ରେ କହୁଥିବା ଦେଖିବାକୁ ମିଳିଲା ସେ କାଶ୍ମୀର ବାସୀ ମାନଙ୍କୁ ତାଙ୍କର (ଆତଙ୍କବାଦୀ) ଗୋପନୀୟ ଠିକଣା ଯବାନ ମାନଙ୍କୁ ଜଣାନ୍ତୁ ନାହିଂ.

ସେ ଏଥିରେ କହୁଥିବା ଦେଖାଯାଇଥିଲା ଯେ ଯେଉଁ ଯବାନ ମାନଙ୍କୁ ଏଠାରେ ଚାଲି ମଧ୍ୟ ଆସେନାହିଁ ସେମାନେ କିପରି ତାଙ୍କର ବହୁ ଅନୁଭବ ଥିବା କମାଣ୍ଡର ମାନଙ୍କୁ ମାରିପାରୁଛନ୍ତି, ଏକଥା ମଧ୍ୟ କହିଥିଲା ଯେ ଯବାନ ମାନଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ ଆଉ କେହି ଅନୁଭବ ଥିବା କମାଣ୍ଡର ନାହାନ୍ତି, ଯେଉଁମାନେ ଅଛନ୍ତି ସେମାନଙ୍କର ଲଢେଇ କରିବାର ଅନୁଭବ ନାହିଂ I ତେଣୁ ଏବେ ସମୟ ଆସିଛି ଦୟାକରି ଭାରତୀୟ ସେନା\କୁ ଆମ ବିଷୟରେ ଜଣାନ୍ତୁ ନାହିଁ I ଏହି ଭିଡିଓ ରୁ ଜଣା ପଡୁଛି ଯେ ସେନା ର କାର୍ଯ୍ୟାନୁଷ୍ଠାନ ପରେ ଆତଙ୍କବାଦୀ ମାନଙ୍କର ମନୋବଳ ପୁରା ଭାଙ୍ଗିପଡିଛି I

Leave a Reply

Your email address will not be published. Required fields are marked *