ଓଡିଶା ଆତଙ୍କବାଦୀ ର ବାପା ଏମିତି ଦେଲେ ଜବାବ ,ସାରା ଗଣମାଧ୍ୟମ ପ୍ରତିନିଧି ଚକିତ ହେଇଗଲେ

ଗତ କିଛିଦିନ ତଳେ ଓଡିଶାରୁ ଆତଙ୍କବାଦୀ ଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ ରେ ଦିଲ୍ଲୀ ରୁ ହବିବୁର୍ ରେହମାନ ଙ୍କୁ ପୋଲିସ ଗିରଫ କରିଛି I ଯାହାଙ୍କର ଘର ଓଡିଶା କେନ୍ଦ୍ରାପଡା ଜିଲ୍ଲାରେ I ହବିବୁର କୁ ତଦନ୍ତ ଚାଲିଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ ପାଇଁ କେନ୍ଦ୍ରାପଡା ରେ ଥିବା ତାଙ୍କ ଘରେ ପହଂଚି ଥିଲେ I କିନ୍ତୁ ଗଣମାଧ୍ୟମ କୁ ଥରାଇ ଦେଇଥିଲା ହବିବୁର୍ ରେହମାନ ଙ୍କ ବାପାଙ୍କ ବୟାନ I ସେ ସିଧାସଳଖ କହିଥିଲେ ମୁଁ ପ୍ରଥମେ ଭାରତୀୟ ,ମୋ ଦେଶ ଭାରତ,I ଓଡିଶା ପାଇଁ ମୁଁ ଗର୍ବ କରେ ,ପ୍ରଥମେ ମୋ ମାଟି ମା ,ପୁଅ ନୁହେଁ I

ସେ ପ୍ରାୟତଃ 11 ବର୍ଷ ଧରି ଓଡିଶା ଆସିନାହିଁ ,କେମିତି ଆତଙ୍କବାଦୀ ମାନଙ୍କ ସହିତ ଜଡିତ ହେଲା ତାହା ମତେ ଚକିତ କରୁଛି I ଯଦି ସେ ଆତଙ୍କବାଦୀ ସହିତ ଜଡିତ ଥିବ ତେବେ ତାକୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ I ଗୋଟେ ବାପା ହିସାବରେ କଷ୍ଟ ହେଲେ ମଧ୍ୟ ମୋ ମାଟି ପାଇଁ ମୁଁ ହସି ହସି ଗ୍ରହଣ କରିବି I ହବିବୁର୍ ରେହମାନ ହବିବୁର ରେହମାନର ବାପା ଙ୍କ ନାମ ମିର୍ ଅଏନୁର୍ ଉଦ୍ଦିନ୍‌।

Leave a Reply

Your email address will not be published. Required fields are marked *