ବାସର ରାତିରେ ଖୋଲିଲା ସ୍ତ୍ରୀ ର ଅସଲ ଗୁମର :ନିଜ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ସ୍ଥାପନ ବେଳେ ଶ୍ରୀମତୀ ରୁ ସ୍ତ୍ରୀ ହେଇଗଲେ ଶ୍ରୀମାନ I

ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହେଇଥିଲେ ଏବଂ ପରମୁହୂର୍ତ୍ତରେ ଏହି ଆକର୍ଷଣ ଭଲପାଇବା ରେ ବଦଳିଯାଇଥିଲା I ଏତେ ଭଲପାଇବା ବଢିଯାଇଥିଲା ଯେ ଜଣେ ଜଣଙ୍କୁ ନଦେଖିଲେ ରହିପାରୁନଥିଲା I ଏଣୁ ଦୁହେଁ ଦୁହିଁଙ୍କର ପରିବାର କୁ ଜଣାଇ ବିବାହ କରିବାକୁ ନିଷ୍ପତି ନେଇଥିଲେ I କିନ୍ତୁ ଝିଅଟି ବାରମ୍ବାର କହୁଥିଲା ତମେ ମତେ ଧୋକା ଦେବନି ତ ?ଉତ୍ତର ରେ ପୁଅଟି କହୁଥିଲା ଏ ଜୀବନ କାହିଁକି ସାତ ଜୀବନ ପାଇଁ ମୁଁ ତୁମକୁ ଧୋକା ଦେଇପାରିବିନି I

ଝିଅ ଘର ଲୋକେ ସଫା ସଫା ଶୁଣାଇଦେଇଥିଲେ ଆମ ଝିଅ ଜୀବନରେ କେବେବି ମା ହେଇପାରିବନି ,ୟା ପରେ ଯଦି ତୁମର ରାଜି ତେବେ ବିବାହ ପାଇଁ ଆମର କୌଣସି ଆପତ୍ତି ନାହିଁ I ଯେହେତୁ ସେ ଝିଅକୁ ପୁଅଟି ବହୁତ ଭଲ ପାଉଥିଲା ତେଣୁ ଏହାକୁ ଏକ ସାଧାରଣ ମଜା କଥା ଭାବି ଗୁରୁତ୍ୱ ଦେଇନଥିଲେ I ବହୁ ଆଡମ୍ବର ସହକାରେ ବାଣ ରୋଷଣୀ ବାଜି ବାହାଘର ହେଲା Iକିନ୍ତୁ ବାସର ରାତିରେ ସ୍ୱାମୀ ଯେତେବେଳେ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କଲେ ସେତେବେଳେ ଜାଣିବାକୁ ପାଇଲେ ଯେ ସେ ଯାହାକୁ ବାହା ହେଇଛନ୍ତି ଏବଂ ଭଲ ପାଉଥିଲେ ସେ ଝିଅ ନୁହେଁ ଜଣେ କିନ୍ନର Iତାଙ୍କ ପାଦତଳୁ ମାଟି ଖସିଯିବା ଭଳି ଲାଗିଥିଲା ଏବଂ ଏନେଇ ପରେ ସେ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଘଟଣାଟି ମୁମ୍ବାଇ ଅଂଚଳର ଏବଂ ସ୍ୱାମୀଙ୍କ ନାମ ପ୍ରତୀକ I

Leave a Reply

Your email address will not be published. Required fields are marked *