ଶ୍ରୀ କୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିବା ଏହି ୫ଟି ରହସ୍ୟ ଜାଣିଲେ ଆପଣଙ୍କ ଭାଗ୍ୟ ବଦଳିଯିବ

ମହାଭାରତ ହେଉଛି ଏପରି ଏକ ଗ୍ରନ୍ଥ ଯାହାର କି ନୀତିବାଣୀ ଆମ ସମସ୍ତଙ୍କ ଦୈନଦିନ ଜୀବନରେ ସହାୟକ ହେଇଥାଏ I ଏହା କେବଳ ଏକ ଗ୍ରନ୍ଥ ନୁହେଁ ବିଶ୍ୱାସ କରାଯାଏ ସ୍ୱୟଂ ଶ୍ରୀକୃଷ୍ଣ ଙ୍କ ଜୀବନର ଅତ୍ୟନ୍ତ ଗୁଢ ରହସ୍ୟ ଯାହାକି ଆମକୁ ମୋକ୍ଷ ଦେବାରେ ସହାୟ ହେଇଥାଏ ତାହା ଏଥିରେ ବର୍ଣ୍ଣନା କରାଯାଇଛି I ତେବେ ମହାଭାରତ ରେ ଶ୍ରୀକୃଷ୍ଣ ଏମିତି ପାଞ୍ଚଟି ରହସ୍ୟ କହିଛନ୍ତି ଯାହାକି ସମସ୍ତଙ୍କର ଜାଣିବା ଉଚିତ I ଯେତେବେଳେ ଯୁଧିଷ୍ଠିର ରାଜଗାଦିରେ ବସିଲେ ସେତେବେଳେ ତାଙ୍କ ନିମନ୍ତ୍ରଣ ରକ୍ଷା କରି ଶ୍ରୀକୃଷ୍ଣ ସେଠାରେ ପହଂଚିଥିଲେ ଏବଂ ଯୁଧିଷ୍ଠିର ଙ୍କୁ ଏହି ପାଞ୍ଚଟି ରହସ୍ୟ ବିଷୟରେ କହିଥିଲେ I 1)ଜୀବନରେ ଯେତେ ସମ୍ଭବ ତୁଷାର୍ତ ମାନଙ୍କୁ ଜଳଦାନ କରନ୍ତୁ ,

ଶୋଷିଲା କୁ ଜଳଦାନ ସବୁଠାରୁ ମହତକାର୍ଯ୍ୟ I ଜଳଦାନ ଦ୍ୱାରା ଦେବାଦେବୀ ସନ୍ତୁଷ୍ଟ ହେଇଥାନ୍ତି ,ସେଥିପାଇଁ ପ୍ରତ୍ୟକ ଦେବାଦେବୀ ଙ୍କୁ ଜଳ ଅର୍ପଣ କରାଯାଇଥାଏ I 2)ଘରେ ଚନ୍ଦନ ରଖିବା ଦ୍ୱାରା ,

ଏହାର ପ୍ରଭାବ ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତିର ବିନାଶ ଘଟିଥାଏ ଏବଂ ପରିଵେଶ ଶାନ୍ତ ରହିଥାଏ I 3)ଘରେ ମହୁ ରଖିବା ଦ୍ୱାରା ଏହା ଅତ୍ୟନ୍ତ ଶୁଭ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଦରକାରୀ ହେଇଥାଏ I ଏହା ଘରକୁ ସକାରାତ୍ମକ ଶକ୍ତି କୁ ଆକର୍ଷିତ କରିଥାଏ I

4) ଘରେ କୌଣସି ବାଦ୍ୟଯନ୍ତ୍ର ଯେପରିକି ବୀଣା ,ବଂଶୀ ରଖନ୍ତୁ ଏହାଦ୍ୱାରା ମା ସରସ୍ବତୀ ଙ୍କ କୃପା ରହିବା ସହିତ ସବୁବେଳେ ବାକ୍ ଶକ୍ତି ର ସଂଯମତା ରହିଥାଏ I 5) ଘରେ ଶୁଦ୍ଧ ଗାଈଘିଅ ରଖନ୍ତୁ ,ଏବଂ ଏଥିରେ ସଞ୍ଜ ସକାଳେ ଦେବାଦେବୀ ଙ୍କୁ ଆଳତି ଦେବା ଦ୍ୱାରା ଘରେ ଶାନ୍ତି ରହିଥାଏ I

Leave a Reply

Your email address will not be published. Required fields are marked *