ଘରେ ଖଣ୍ଡିଏ ନିମ୍ବ କାଠ ରଖିଦେବା ଦ୍ୱାରା ମିଳିଥାଏ ଏତେ ସବୁ ଆଶ୍ଚର୍ଯ୍ୟ ଜନକ ଫାଇଦା

ନିମ୍ବ ଗଛ ହେଉଛି ପ୍ରକୃତିର ମନୁଷ୍ୟ ସମାଜ ପ୍ରତି ଏକ ଉପହାର I ଏହା ପିତା ହେଇଥିଲେ ମଧ୍ୟ ଔଷଧୀୟ ଗୁଣ ଯୋଗୁଁ ଏହା ଦୁର୍ମୁଲ୍ୟ I ଏହାର ନରମ ପତ୍ର ଏବଂ ଫୁଲ କୁ ଖାଦ୍ୟ ଭାବରେ ଗ୍ରହଣ କରାଯାଇଥାଏ I ଯାହାଦ୍ୱାରା କୃମି ର ସର୍ବନାଶ ହେଇଥାଏ I ଏହାର ପତ୍ର ର ରସକୁ କୀଟନାଶକ ରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯାଇଥାଏ I ଚର୍ମ ରୋଗରୁ ମୁକ୍ତି ପାଇଁ ନିମ୍ବପତ୍ର ବ୍ୟବହାର କରାଯାଇଥାଏ I

ପ୍ରତ୍ୟକ ଦିନ ନିମ୍ବ ଗଛମୂଳରେ କିଛି ସମୟ ବସିବା ଦ୍ୱାରା ଏହାର ପବନରେ ଦେହ ସୁସ୍ଥ ରହିଥାଏ I ଯେଉଁ ନିମ୍ବ ଗଛ ସିଧାସଳଖ ବଢିଥାଏ ଏବଂ ପାଖରେ ଜଳ ସହିତ ଉଇ ହୁଙ୍କା ଏବଂ ସାପ ରହିଥାନ୍ତି ସେହି ନିମ୍ବ ଗଛ ଦାରୁ ଭାବେ ବ୍ୟବହାର କରାଯାଇଥାଏ I ନବକଳେବର ସମୟରେ ଏହି ଗଛରୁ ସ୍ୱୟଂ ଜଗନ୍ନାଥ ବଳରାମ ଏବଂ ସୁଭଦ୍ରା ଙ୍କ ଦାରୁ ତିଆରି ହେଇଥାଏ I

ସେଥିପାଇଁ ନିମ୍ବ ଗଛକୁ ଭଗବାନ ଙ୍କ ସହିତ ତୁଳନା କରାଯାଇଥାଏ ଏବଂ ସେଥିପାଇଁ ଏହାକୁ କେହି ଜାଳି ନଥାନ୍ତି I କିନ୍ତୁ ବିଜ୍ଞାନ ଅନୁଯାଇ ନିମ୍ବ କାଠ ଜାଳିବା ଦ୍ୱାରା ଏଥିରୁ ନିର୍ଗତ ଗ୍ୟାସ କୁ ମଣିଷ ଆଘ୍ରାଣ କରିବା ଦ୍ୱାରା ନଂପୁସକ ହେଇଥାଏ I

ସେଥିପାଇଁ ନିମ୍ବ କାଠ କୁ ଜାଳିବା ପାଇଁ ମନା କରାଯାଇଥାଏ I ନିମ୍ବ ଗଛରଏକ ଛୋଟ କାଠ ଘରେ ନିହାତି ଭାବରେ ରଖନ୍ତୁ ଏହାଦ୍ୱାରା ଘରୁ ସମସ୍ତ ନକାରାତ୍ମକ ଶକ୍ତି ଦୂର ହେଇଥାଏ I

Leave a Reply

Your email address will not be published. Required fields are marked *