ପ୍ରେମିକ ବିବାହ ନକରିବାରୁ ପ୍ରେମିକର ଘର ସାମ୍ନାରେ ଧାରଣାରେ ରେ ବସିରହିଛି ପ୍ରେମିକା

ଦୁଇ ଜଣ ଜାଙ୍କ ପରସ୍ପର କୁ ବହୁତ ଭଲ ପାଉଥିଲେ I ପ୍ରେମିକ ଜଣଙ୍କ ପ୍ରେମିକକୁ ବିବାହ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲା କିନ୍ତୁ ପରେ ପ୍ରେମିକ ଜଣଙ୍କ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲା I ଏଥିରେ ଯୁବତୀ ଜଣଙ୍କ ଭାଙ୍ଗିପଡି ପ୍ରେମିକ ର ଘର ସାମ୍ନାରେ ଗତ କଲି ରାତି ଠୁ ଏପର୍ଯ୍ୟନ୍ତ ବସି ରହିଛି ନ୍ୟାୟ ଆଶାରେ I କିନ୍ତୁ ପ୍ରେମିକ ର ଘର ଲୋକେ ରାତି ଅଧରୁ ଘରୁ ପଳାଇଛନ୍ତି ତାଲା ପକାଇ I ପ୍ରେମିକା ଜଣଙ୍କ କିନ୍ତୁ ନଛୋଡ ବନ୍ଧା ଯେ ପର୍ଯ୍ୟନ୍ତ ପ୍ରେମିକର ଘର ଲୋକେ ତାଙ୍କୁ ଗ୍ରହଣ ନକରିବେ ଏବଂ ପ୍ରେମିକ ତାଙ୍କୁ ବିବାହ ନକରିବ ସେ ପର୍ଯ୍ୟନ୍ତ ସେମିତି ବସିରହିଥିବେ ଘର ସାମ୍ନାରେ

Iଘଟଣାଟି ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ର ବାଗଡ଼ିଆ ଗ୍ରାମର I ପ୍ରେମିକା ଙ୍କ ଘର ହଣ୍ଡପା ଥନା ପାଟସରା ରେ I ଏନେଇ ଝିଅ ଜଣଙ୍କ କହିଛନ୍ତି ଯେ ସେ ପ୍ରେମିକ ଜଣଙ୍କ ତାଙ୍କୁ ଏଏଇ ଘରକୁ ନେଇଆସିଥିଲେ ବିବାହ କରି ସ୍ତ୍ରୀର ମର୍ଯ୍ୟାଦା ଦେବାକୁ କିନ୍ତୁ ପରିବାର ଲୋକଙ୍କ କଥାରେ ପଡି ତାଙ୍କୁ ବିବାହ ନକରି ଘରୁ ବାହାର କରିଦେଇଛନ୍ତି Iଏନେଇ ଥାନାରେ ଜଣାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ସେ ବାଧ୍ୟ ହେଇ ନ୍ୟାୟ ପାଇଁ ବସିରହିଛନ୍ତି I

Leave a Reply

Your email address will not be published. Required fields are marked *