କାଲିଠୁ ସାରା ଓଡ଼ିଶାରେ ବିଜୁଳି ହେଇପାରେ ଠପ୍ ,ତୀବ୍ର ରୂପ ନେବାକୁ ଯାଉଛି ବିଦ୍ୟୁତ କର୍ମଚାରୀଙ୍କ ମହା ଆନ୍ଦୋଳନ

ରାଜ୍ୟର ସମସ୍ତ ବିଦ୍ୟୁତ କର୍ମଚାରୀ ଙ୍କ ପ୍ରତିନିଧିତ୍ବ କରୁଥିବା ତିନୋଟି ମୁଖ୍ୟ ସଂଘଠନ ଯଥା OSEB ଏମ୍ପ୍ଲୟୀଜ ଫେଡେରେସନ ,OSEB ଶ୍ରମିକ ମହାସଂଘ ,ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ କୁ ନେଇ ଗଠିତ ଶ୍ରମିକ ଏକତା ମଞ୍ଚ ତରଫରୁ ଆଗାମୀ 13 ତାରିଖ ସୋମବାର ଦିନ ମହା ଆନ୍ଦୋଳନ କରାଯିବ ବୋଲି ଏକତା ମଞ୍ଚ ତରଫରୁ ଶ୍ରୀଯୁକ୍ତ ସଂଜୀବ ପ୍ରସାଦ ବେହେରା ଓଡିଶା Exclusive କୁ ସୂଚନା ଦେଇଛନ୍ତି I

ମିଳିଥିବା ସୂଚନା ଅନୁଯାଇ ବିଦ୍ୟୁତ ଶ୍ରମିକ ମାନଙ୍କର ପ୍ରଚଳିତ ମଜୁରୀ ନିର୍ଧାରଣ ପ୍ରକ୍ରିୟା 1970ମସିହାରୁ ତ୍ରିପାକ୍ଷିକ ଚୁକ୍ତି ହେଇଆସୁଥିବା ବେଳେ ବହୁ ପ୍ରତିକ୍ଷିତ ସପ୍ତମ ବେତନ କୁ ଉପରୋକ୍ତ ତିନୋଟି ମହାସଂଘ ଙ୍କ ସହିତ ଆଲୋଚନା ପରେ 11.6.2018 ରେ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ଦେଇଥିଲେ ସମସ୍ତ ବିଦ୍ୟୁତ ବିଭାଗରେ ଏହା ଲାଗୁହେବ ,

ଏବଂ ପରବର୍ତୀ ସମୟରେ କେବଳ ଓପିଟିସିଏଲ ଏବଂ ଓଏଚପିସି କର୍ମଚାରୀ ମାନଙ୍କର ବର୍ଦ୍ଧିତ ଦରମା ଦେଇ ଅନ୍ୟମାନଙ୍କର ଦେଇନାହାନ୍ତି I ଯଦିଓ ସରକାର ଚୁକ୍ତି ଅନୁଯାଇ ଓପିଟିସିଏଲ ଏବଂ ଓଏଚପିସି କର୍ମଚାରୀ ମାନଙ୍କର ବର୍ଦ୍ଧିତ ଦରମା ପ୍ରଦାନ କରିଛନ୍ତି ଏହା ସ୍ୱାଗତଯୋଗ୍ୟ କିନ୍ତୁ ନେସ୍କୋ ,ୱେସ୍କୋ ,ସାଉଥ କୋ ଏବଂ ସେସୁ କର୍ମଚାରୀ ଙ୍କ ସହିତ କୌଣସି କାରଣ ନଥାଇ ମଧ୍ୟ ଏପରି ଟାଳଟୁଳ ନୀତିକୁ ଏକତାମଞ୍ଚ ନିନ୍ଦା କରିଛି Iତୁରନ୍ତ ବଣ୍ଟନ କମ୍ପାନୀ ମାନଙ୍କର ବର୍ଦ୍ଧିତ ଦରମା ଦିଆନଗଲେ ଆଗାମୀ 13 ତାରିଖରୁ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ସହିତ ଆନ୍ଦୋଳନ କୁ ଓଲ୍ହାଇବାକୁ ସରକାର ଙ୍କୁ ଚେତାବନୀ ଦେବା ସହିତ ଆନ୍ଦୋଳନ ପାଇଁ ସଜବାଜ ହେଲେଣି I

ଯଦି ଏପରି ପରିସ୍ଥିତି ଲାଗିରହିବ ତେବେ ଦୁଇ କିମ୍ବା ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡିଶା ଅନ୍ଧକାର ହେଇଯିବ I ତେବେ ଦେଖିବାର ଅଛି ସରକାର ଶ୍ରମିକ ଏକତା ର ଦାବି ମାନିନେଉଛି ନା ଏହା ବିରାଟ ଆନ୍ଦୋଳନ ରେ ପରିଣତ ହେଉଛି I

ଶ୍ରମିକ ଏକତା ମଞ୍ଚ ତରଫରୁ ରମେଶ ଚନ୍ଦ୍ର ଶତପଥୀ ଙ୍କ ନେତୃତ୍ୱରେ ,OSEB ଶ୍ରମିକ ମହାସଂଘ ,OSEB ଏମ୍ପ୍ଲୟୀଜ ଫେଡେରେସନ ,ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଯତୀନ୍ଦ୍ର ରାୟ ,ଲଳିତ ପଟନାୟକ

,ରଜନୀ ଆଚାର୍ଯ୍ୟ ,ପ୍ରଶାନ୍ତ ମହାପାତ୍ର ,ସଂଜୀବ ବେହେରା ,ସତ୍ୟବାଦୀ ବାଗ ,ପ୍ରଣୟ ନାୟକ ,କୃଷ୍ଣ ପଟ୍ଟନାୟକ ସମସ୍ତ କର୍ମଚାରୀ ମାନଙ୍କର ନେତୃତ୍ୱ ନେଇ ଆଗାମୀ 13 ତାରିଖରେ ଆନ୍ଦୋଳନକୁ ଓଲ୍ହାଇବେ I

Leave a Reply

Your email address will not be published. Required fields are marked *