ସୌଭାଗ୍ୟ ସାଜିଲା ଦୁର୍ଭାଗ୍ୟ ;ଖୁଣ୍ଟରୁ ପଡି ଅଣତାଲିମ ପ୍ରାପ୍ତ ଯୁବକ ମୃତ

ଗାନ୍ଧୀଜୟନ୍ତୀ ପୂର୍ବରୁ ସବୁ ଘରକୁ ବିଜୁଳି ଯୋଗାଇଦେବାକୁ ସୌଭାଗ୍ୟ ଯୋଜନା ଆରମ୍ଭ ହେଇଥିବା ବେଳେ ,ଆବଶ୍ୟକ କର୍ମଚାରୀ ଅଭାବରୁ ବିଭିର୍ଣ୍ଣ ଅଂଚଳରେ ଠିକାଦାର ଙ୍କ ଉପରେ ଏହି କାମ ନ୍ୟସ୍ତ କରାଯାଇଛି I ଠିକାଦାର ମାନେ ସେମାନଙ୍କର ଫାଇଦା ପାଇଁ ଅଣକୁଶଳୀ ବା ବିଦ୍ୟୁତ ବିଷୟରେ ଅନଭିଜ୍ଞ ଯୁବକ ଙ୍କୁ ସ୍ୱଳ୍ପ ଦରମାରେ ନିୟୋଜିତ କରାଇ ସେମାନଙ୍କର ମୁନାଫା କାମଉଛନ୍ତି I କିନ୍ତୁ ଏହି ସୌଭାଗ୍ୟ ଜଣେ ଯୁବକ ପାଇଁ ଦୁର୍ଭାଗ୍ୟ ଆଣିଦେଇଛି I ଘଟଣାଟି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଝାରସୁଗୁଡ଼ା ସହର ର Iଠିକାଦାର ଙ୍କ ଦ୍ୱାରା ନିଯୁକ୍ତ ଯୁବକ ରାଜେଶ ମୋରାଇ ରାଣୀ ବଗିଚା ଠାରେ ବିଜୁଳି ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ପାଇଁ ତଳକୁ ଖସି ପଡ଼ିଥିଲେ ଏବଂ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ Iସମ୍ପୃକ୍ତ ଠିକାଦାର ତାଙ୍କୁ ଉପଯୁକ୍ତ ସେଫଟି ସରଞ୍ଜାମ ଦେଇନଥିଲେ ଯାହାଫଳରେ ଏପରି ଏକ ଘଟଣା ଘଟିଗଲା I କିନ୍ତୁ ଚଂଚକତା କରି ସମ୍ପୃକ୍ତ ଠିକାଦାର ରାଜେଶ ର ବାପାଙ୍କୁ 20ହଜାର ଦେଇ ଶବ ସତ୍କାର କରାଇଦେବାରେ ସକ୍ଷମ ହେଇଥିଲେ ଏବଂ ପଛରେ 1ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶୃତି ଦେଇଥିଲେ

ଏବଂ ଥାନାରେ ଅଭିଯୋଗ କଲେ କିଛି ବି ମିଳିବନି ବୋଲି ଧମକ ଦେଇଥିଲେ ,ତେବେ ରାଜେଶ ଙ୍କ ବାପା ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ସମ୍ପୃକ୍ତ ଠିକାଦାର ଙ୍କୁ କଠୋର ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *