ଏକାକୀ ଏହି ପାଞ୍ଚଟି କାମ ଭୁଲ୍ ରେ ବି କରନ୍ତୁ ନାହିଁ

ସବୁବେଳେ କୁହାଯାଏ କି ନିଜ କାମ ନିଜେ କର ,କିନ୍ତୁ ଏମିତି କିଛି କାମ ଅଛି ଯାହାକୁ ଏକାକୀ କରିବା ଉଚିତ ନୁହେଁ I ଏହାଦ୍ୱରା ଅନେକ କ୍ଷତି ହେଇଥାଏ Iଯେମିତିକି ଯଦି କୌଣସି ପରିବାରରେ ଆମେ ଥିଲେ ଅନ୍ୟ ମାନଙ୍କ ଦୁଃଖରେ ଦୁଖୀ ନହେଇ ନିଜେ ଖୁଶି ମନାଇବା କିମ୍ବା ଏକାକୀ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଭଲ ନୁହେଁ Iସେହିପରି ଯଦି ଆପଣ ଏକ ଗ୍ରୁପ ସହିତ ଖାଦ୍ୟ ଖାଇବାକୁ ବସିଛନ୍ତି ତେବେ ସମସ୍ତେ ନଉଠିବା ପର୍ଯ୍ୟନ୍ତ ଏକାକୀ ଉଠନ୍ତୁ ନାହିଁ I

ଏହା ଦ୍ୱାରା ଅନ୍ୟମାନେ ଖରାପ ଭାବିଥାନ୍ତି ଏବଂ ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ଆସିଥାଏ କି ଆପଣଙ୍କୁ ସଂସ୍କାର ଜଣାନାହିଁ ବୋଲି I ସେହିପରି ଯଦି କୌଣସି ଅଜଣା ଜାଗା ବିଷୟରେ ଆପଣଙ୍କୁ ଜଣା ନାହିଁ ସେହି ଜାଗାକୁ ଏକାକୀ ନଯିବାଟା ହିଁ ଠିକ I ଯେଉଁଯାଗାରେ ବହୁ ନାରୀ ରହିଥାନ୍ତି ସେମାନଙ୍କ ପାଖକୁ ଏକାକୀ ନଯିବା ହିଁ ଉଚିତ ହେବ I ଏହାଛଡା ଯେଉଁ ଘରେ ବଢ଼ିଲା ଝିଅ ରହିଥାଏ ସେହି ଘରକୁ ମଧ୍ୟ ଏକାକୀ ପୁରୁଷ ଯିବା ଉଚିତ ନୁହେଁ I

ଏକାକୀ କୌଣସି ଯୁବା ଝିଅ କିମ୍ବା ପର ବଧୂ ସହିତ କଥା ହେବା ଉଚିତ ନୁହେଁ ଏହାଦ୍ୱାରା ସମାଜର ଲୋଲୁପ ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ I ଏବଂ ଆପଣଙ୍କ ସନମାନ ହାନି ହେଇଥାଏ I

Leave a Reply

Your email address will not be published. Required fields are marked *