ତ୍ରିରଙ୍ଗା ପତାକା ତିଆରି ହେବା ପଛରେ ରହିଛି ଏକ ଅଦ୍ଭୁତ କାହାଣୀ

ରାଷ୍ଟ୍ରୀୟ ଧୋଜ ତ୍ରିରଙ୍ଗାକୁ ଆମେ ସମ୍ମାନ କରିଥାଉ।ତ୍ରିରଙ୍ଗା ର ସମ୍ମାନ ରଖିବାକୁ କେତେଯେ ମହାପୁରୁଷ ଜୀବନ ଦେଇଛନ୍ତି ତାହାର କଳନା ନାହିଁ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେଉଁ ତ୍ରିରଙ୍ଗା କୁ ଆପଣ ଏତେ ଭଲ ପାଉଛନ୍ତି ସେହି ତ୍ରିରଙ୍ଗା କୁ ଡିଜାଇନ କେଉଁ ବ୍ୟକ୍ତି କରିଛନ୍ତି।

ଆଜି ଆମେ ସେହି ମହାନ୍ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯିଏ ଆମ ତ୍ରିରଙ୍ଗା ଏତେ ସୁନ୍ଦର ତିଆରି କରିଛନ୍ତି।ଆମ ଦେଶକୁ ସ୍ଵାଧୀନ ହେବା ପାଇଁ ବହୁତ୍ ସ୍ଵାଧୀନତା ସଂଗ୍ରାମୀ ଭାଗ ନେଇଥିଲେ। ସେଥି ମଧ୍ୟରୁ ଜଣେ ସଂଗ୍ରାମୀ ଥିଲେ ପିଙ୍ଗଲି ଭେଙ୍କୟା ।

ସେ ହିଁ ଏହି ତ୍ରିରଙ୍ଗା ପତାକା ଡିଜାଇନ କରିଥିଲେ।ଭାରତ ମାତା ପାଇଁ ଏଭଳି ମହାନ୍ କାମ କରିବା ବ୍ୟକ୍ତି ଭେଙ୍କୟା ଙ୍କ ଜନ୍ମ ଅଗଷ୍ଟ ୨ ତାରିଖ ରେ ପଡିଥାଏ।କିନ୍ତୁ ଆଜି ଯାଏ ତାଙ୍କୁ ସେପରି କୌଣସି ସମ୍ମାନ ମିଳି ପାରିନାହିଁ।
୧୪୨ ବର୍ଷ ପୂର୍ବର କଥା।୧୮୭୬ ଅଗଷ୍ଟ ୨ ତାରିଖ ରେ ଆନ୍ଧ୍ରପ୍ରଦେଶ ର ମଛଲିପଟ୍ ନମ୍ ନିକଟରେ ଏକ ଗାଁରେ ପିଙ୍ଗଲୀ ଭେଙ୍କୟା ଙ୍କ ଜନ୍ମ ହୋଇଥିଲା।

ସେ ୧୯ ବର୍ଷ ବୟସରେ ବ୍ରିଟିଶ୍ ଆର୍ମି ରେ ଯୋଗ ଦେଇ ତାଙ୍କର କ୍ୟାରିୟର ଶୁଭାରମ୍ଭ କରିଥିଲେ।

ବ୍ରିଟିଶ୍ ଆର୍ମି ରେ ଥିବା ସମୟରେ ଏକ ଯୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ସହ ତାଙ୍କର ଦେଖା ହୋଇଥିଲା।ମହାତ୍ମାଗାନ୍ଧୀଙ୍କ ସହ ଦେଖା ହେଲା ପରେ ତାଙ୍କ ମନରେ ଦେଶ ପ୍ରେମ ଜାଗିଥିଲା।ପରେ ସେ ମହାତ୍ମାଗାନ୍ଧୀଙ୍କ ପ୍ରେରଣାରେ ସ୍ଵାଧୀନତା ସଂଗ୍ରାମୀ ଭାବରେ ଯୋଗ ଦେଇଥିଲେ।ପାଞ୍ଚ ବର୍ଷ ଯାଏ ପ୍ରାୟ ୩୦ ଦେଶର ପତାକା ସମ୍ବନ୍ଧରେ ଗମ୍ଭୀରତାର ସହ ଗବେଷଣା କରିବା ପରେ ସେ ୧୯୨୧ ମସିହାରେ ପ୍ରଥମ ଥର ଭାରତୀୟ ପତାକାର ଡିଜାଇନ କୁ ଭେଙ୍କୟା ପ୍ରଥମେ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ।

ଏହି ପତାକାରେ ପ୍ରଥମେ ଦୁଇଟି ରଙ୍ଗ ଲାଲ୍ ଏବଂ ସବୁଜ ଥିଲା।ଏହି ଦୁଇଟି ରଙ୍ଗ ହିନ୍ଦୁ ଓ ମୁସଲମାନ ଙ୍କୁ ସୁଚାଉଥିଲା।ପରେ ଅନ୍ୟ ଧର୍ମର ଲୋକଙ୍କ ପାଇଁ ମହାତ୍ମାଗାନ୍ଧୀ ମଝିରେ ଧଳା ରଙ୍ଗ ରଖିବା ପାଇଁ କହିଥିଲେ।ପରେ ଏହି ପତାକା ରେ ଥିବା ଲାଲ୍ ରଙ୍ଗକୁ ବଦଳାଇ ନାରଙ୍ଗୀ ରଙ୍ଗ କରି ଦିଆଗଲା।ଓ ତ୍ରିରଙ୍ଗା ମଝିରେ ଦିଆଯାଇଥିବା ଚରଖା ଚିତ୍ରକୁ ସଂଶୋଧନ କରାଯାଇ ଅଶୋଖ ସ୍ଥମ୍ଭର ଚକ୍ରକୁ ରଖାଗଲା।

ଏବଂ ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ସମ୍ବିଧାନ ଏହାକୁ ରାଷ୍ଟ୍ରୀୟ ଧୋଜା ର ଅଧିକାର ଦେଇଥିଲା।ଦେଶ ସ୍ବାଧୀନ ହେବା ପରେ ଭାରତର ଆନ୍ ବାନ୍ ସାନ୍ ର ପ୍ରତୀକ ବନିପାରିଥିଲା ଏହି ତ୍ରିରଙ୍ଗା ପତାକା।ଏତେ ବଡ଼ ମହାନ୍ କାମ କରିବା ସତ୍ତ୍ବେ ବି ଭେଙ୍କୟା ଙ୍କ ଜୀବନ ଅଭାବ ଅନଟନ ରେ କଟୁଥିଲା।୧୯୬୩ରେ ବିଜୟ ବାଡାର ଏକ କୁଡ଼ିଆରେ ତାଙ୍କର ଦେହାନ୍ତ ହୋଇଥିଲା।୨୦୦୯ରେ ତାଙ୍କ ଉପରେ ଏକ ଡାକଟିକଟ ଜାରି ହେଲା।

Leave a Reply

Your email address will not be published. Required fields are marked *