ହେଲମେଟ ପିନ୍ଧିନଥିଲେ ବୋଲି ପୋଲିସ ବଡ଼ବାବୁ ଙ୍କ ଠାରୁ ଜୋରିମାନା ଆଦାୟ କଲେ ଟ୍ରାଫିକ ପୋଲିସ

ନିଜ ସୁରକ୍ଷା ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ,କିନ୍ତୁ ଯେଉଁମାନେ ହେଲମେଟ ପିନ୍ଧିନଥାନ୍ତି ,ସେମାନଙ୍କୁ ଜୋରିମାନା ଆଦାୟ କରିଥାଏ ପୋଲିସ କିନ୍ତୁ ଏହି ହେଲମେଟ ଯାଞ୍ଚ କୁ ନେଇ ଅନେକ ସମୟରେ ପୋଲିସ ଉପରକୁ ଆଙ୍ଗୁଳି ଉଠିଥାଏ ,ସମାଲୋଚନା ମଧ୍ୟ କରାଯାଇଥାଏ କି ପୋଲିସ କେବଳ ସାଧାରଣ ଲୋକଙ୍କ ଠାରୁ ଜୁଲୁମ କରି ଜୋରିମାନା ଆଦାୟ କରୁଥିବା ବେଳେ ବଡବଡିଆ ମାନଙ୍କୁ ଛାଡିଦେଉଛି i ଏପରିକି କିଛି ପୋଲିସ ମାନେ ମଧ୍ୟ ବିନା ହେଲମେଟ ରେ ଯାଉଥିଲେ ବି ତାଙ୍କ ଠାରୁ ଜୋରିମାନା ଆଦାୟ କରାଯାଏ ନାହିଁ i ଏହାକୁ କିନ୍ତୁ ଭୁଲ ପ୍ରମାଣିତ କରିଛନ୍ତି ଅନୁଗୁଳ ର ଜଣେ ପୋଲିସ କର୍ମଚାରୀ I ଆଇନ ଆଖିରେ ସମସ୍ତେ ସମାନ ,ଆଇନ ସମସ୍ତଙ୍କ ପାଇଁ ସମାନ ତାହା ସେ ଜଣାଇଦେଇଛନ୍ତି I ମିଳିଥିବା ସୂଚନା ଅନୁଯାଇ ଗତକାଲି ସନ୍ଧ୍ୟା ସମୟରେ ଅନୁଗୁଳ ଟ୍ରାଫିକ ଛକରେ ହେଲମେଟ ଚେକିଂ ଚାଲିଥିବା ବେଳେ ଯେଉଁମାନେ ହେଲମେଟ ପିନ୍ଧିନଥିଲେ ସେହିମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିଲା I

ଏହି ସମୟରେ ସେଠାରେ ଜଣେ ପୋଲିସ ଅଧିକାରୀ ବାଇକ ରେ ପହଂଚିଥିଲେ ବିନା ହେଲମେଟ I ସମସ୍ତଙ୍କ ନଜର ଥିଲା ସେହି ପୋଲିସ ଅଧିକାରୀ ଙ୍କ ଉପରେ ଯେ ତାଙ୍କ ଠାରୁ ଜୋରିମାନା ଆଦାୟ ହେବ କି ନାହିଁ I କିନ୍ତୁ କର୍ତବ୍ୟ ରେ ଥିବା କର୍ମଚାରୀ ଜଣଙ୍କ ସେ ପୋଲିସ କର୍ମଚାରୀ ଙ୍କୁ ଅଟକାଇ ଥିଲେ ଏବଂ କାହିଁକି ହେଲମେଟ ପିନ୍ଧିନାହାନ୍ତି ବୋଲି ତାଗିଦ କରିଥିଲେ ଯଦି ଆପଣ ହେଲମେଟ ନପିନ୍ଧିବେ ତେବେ ଅନ୍ୟମାନଙ୍କୁ କିପରି ସଚେତନ କରିବେ ବୋଲି ସେହି ପୋଲିସ କର୍ମଚାରୀ ଙ୍କୁ ନୀତିବାଣୀ ଶୁଣାଇଦେଇଥିଲେ ଦାଇତ୍ୱ ରେ ଥିବା ଟ୍ରାଫିକ କର୍ମଚାରୀ I ଏବଂ ତାଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ ରସିଦ ନଂ. ୦୯୪୮୮୫୧ରେ I ଘଟଣା ଟି ସମଗ୍ର ଅଞ୍ଚଳ ରେ ଚର୍ଚା ଧରିଛି I

Leave a Reply

Your email address will not be published. Required fields are marked *