ଅଟଳ ଜି ଙ୍କ ଦେହାନ୍ତରେ ରାଜ୍ୟର ସମସ୍ତ ସ୍କୁଲ୍‌, କଲେଜ୍,ସରକାରୀ କାର୍ଯ୍ୟାଳୟ ଆସନ୍ତାକାଲି ବନ୍ଦ ରହିବ I

ସମସ୍ତଙ୍କୁ ଗଭୀର ଶୋକ ସନ୍ତପ୍ତ ରେ ଭସାଇଦେଇ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି ଭାରତର ଶ୍ରେଷ୍ଠ ଯୁଗ ପୁରୁଷ ଭାରତରତ୍ନ I ଦେଶର କୋଣ ଅନୁକୋଣ ରେ ତାଙ୍କୁ ହରାଇବାର ଗଭୀର ଶୋକ ରେ ସମସ୍ତେ ମ୍ରିୟମାଣ ହେଇପଡ଼ିଛନ୍ତି I ଦଳ ମତ ନିର୍ବିଶେଷ ରେ ସେ ଥିଲେ ସମସ୍ତଙ୍କର ଅତି ପ୍ରିୟ ଅଟଲଜୀ I ତାଙ୍କୁ ହରେଇବାର ଦୁଃଖରେ ଭାରତ ରେ 7ଦିନଯାଏଁ ଶୋକ ପାଳନ କରାଯିବା ସହିତ ସମସ୍ତ ଜାତୀୟ ପତାକା କୁ ଅର୍ଦ୍ଧନମିତ କରାଯିବା ପାଇଁ ନିର୍ଦେଶ ଦିଆଯାଇଛି I

ଏହାସହିତ ଭାରତ ରତ୍ନ ଅଟଳ ଜି ଙ୍କୁ ଶେଷ ସନମାନ ଜଣାଇ ଆସନ୍ତାକାଲି ଓଡ଼ିଶାର ସମସ୍ତ ବିଦ୍ୟାଳୟ ,ମହାବିଦ୍ୟାଳୟ ,ଏବଂ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି କରିବାକୁ ଘୋଷଣା କରାଯାଇଛି I

Leave a Reply

Your email address will not be published. Required fields are marked *