ସ୍ବାଧିନତା ଦିବସ ପରେ ଜାତିୟ ପତାକା ର ସମ୍ମାନ

(ଉପସ୍ତାପନା;ଗୋପାଳ ଚନ୍ଦ୍ର:) ତୁହାକୁ ତୁହା ଜର କୁ ସର୍ଦି ଟା ଆହୁରି ବଢ଼ିଯାଇଥାଏ Iଦେହରେ ତାତିର ଖଇ ଫୁଟୁଥାଏ , ଗାଁ ବଇଦ କହୁଥିଲେ ହସ୍ପିଟାଲ ନନେଲେ ଅବସ୍ଥା ଆହୁରି ବିଗିଡିଯିବ I ଗୋଟେ ପଟେ ଭାରତ ମାତାର ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ଅନ୍ୟପଟେ କାଳିଆ ମା ର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥାଏ I ଚତୁର୍ଦିଗ ଅନ୍ଧାର ଦିଶୁଥାଏ କଣ କରିବ ସେ ଭାବିପାରୁନଥାଏ ,କେମିତି ମା କୁ ନେବ ହସ୍ପିଟାଲ .କୋଉଠୁ ଆଣିବ ଏତେ ଟଙ୍କା ?ଯେଉଁଠି ଦି ଓଳା ଖାଇବା ଯୋଗାଡ଼ କରିବା ତା ପାଖେ କଷ୍ଟକର I ତଥାପି ଆଶା ନହରାଇ ଘରୁ ବାହାରକୁ ପାଦ କାଢିଲା କାଳିଆ I ସାମ୍ନା ରେ ଦେଖିଲା କେହି ଜଣେ ସ୍କୁଲ ଆଗରେ ହାତରେ ଛୋଟ ଛୋଟ ପତାକା ଧରି ବସିଥାଏ ,ଏବଂ ଅନ୍ୟମାନେ ଭିଡ ଲଗାଇ ତା ଠାରୁ ଗୋଟାଏ ପତାକା ପାଇଁ 10/20 ଟଙ୍କା ଦେଇ ନେଇଯାଉଥାନ୍ତି I

ସେ ଲୋକ ର ପାଖକୁ ଗଲା କାଳିଆ ,ଅତି ବିସ୍ମୟ ଭାବେ ପଚାରିଲା ବାବୁ ଏ ସାମାନ୍ୟ କପଡା କାଗଜ ଖଣ୍ଡକ ର ଦାମ ଏତେ ଟଙ୍କା କଣ ପାଇଁ ବାବୁ ? ବ୍ୟକ୍ତି ଜଣଙ୍କ କହିଲେ ବାବୁରେ ଏ ସାମାନ୍ୟ କାଗଜ ପତାକା ନୁହେଁ ,ୟେ ତ୍ରିରଙ୍ଗା ପତାକା ,ଆମ ଜାତୀୟ ପତାକା ୟାକୁ ସମସ୍ତେ ସନମାନ ଦିଅନ୍ତି ସେଥିପାଇଁ ୟାର ମୂଲ୍ୟ ଏତେ I ପାଖରେ ପତାକା କିଣୁଥିବା ଜଣେ ଧୋବ ଧଉଳିଆ ବଡ଼ବାବୁ କାଳିଆ ର ଏପରି ଅବସ୍ଥା ଦେଖି ହାତରେ 10ଟଙ୍କିଆ ନୋଟ ଟେ ଧରାଇଦେଇ କହିଲେ ନେ ବାବୁ ,ଆଜି ପରା ସ୍ୱାଧୀନତା ଦିବସ I ବଡ ଖୁଶିରେ କାଳିଆ ଦୌଡିଲା ଘରକୁ ନିଜ ମା ପାଇଁ କିଛି ଖାଦ୍ୟ ନେଇକି ସେଇ ପଇସାରେ I ତା ପରଦିନ ସକାଳୁ ଉଠୁ ଉଠୁ କାଳିଆ ଦେଖିଲା ତା ଘର ଆଗ ଅଳିହା ଗଦାରେ ତ୍ରିରଙ୍ଗା ପତାକା ବହୁତ ପଡ଼ିରହିଛି I

ଖୁଶିରେ ତା ସୀମା ରହିଲାନି I ବାରମ୍ବାର ଠାକୁର ଙ୍କୁ ଧନ୍ୟବାଦ ଦେଉଥାଏ ଏତେ ଗୁଡ଼ାଏ ଦାମିକା ପତାକା ରାସ୍ତାରେ ପଡିଛି ତାକୁ ଆଜି ଗୋଟାକ 10ଟଙ୍କାରେ ବିକି ତା ମା କୁ ହସ୍ପିଟାଲ ନେଇଯିବ I ଅଳିହା ଗଦା ରୁ ସବୁଗୁଡ଼ାକ ଗୋଟାଇପକାଇ ସେହି ଜାଗାକୁ ଦୌଡିଲା ଯେଉଁଠି କଲି ସେ ବବୁଜଣଙ୍କ ବିକୁଥିଲେ I

କିନ୍ତୁ ଆଜି ତା ଠାରୁ କେହି ବି ଗୋଟାଏ କିଣିଲେନି ,ଶେଷରେ ବାଧ୍ୟ ହେଇ ସେପଟେ ଯିଏ ଯାଉଥାଏ ସମସ୍ତଙ୍କୁ କାଳିଆ ଅନୁରୋଧ କଲା ପତାକା କିଣିବାକୁ କେହି ଶୁଣିଲେନି ,ଗୋଟାକ ପତାକା 20 ଟଙ୍କା ବଦଳରେ 10 କହିଲା କେହି ନେଲେନି ,ଏମିତି 5ଟଙ୍କା ,2ଟଙ୍କା 1ଟଙ୍କା ର ଅଫର ବି ଦେଲା କିନ୍ତୁ କେହି ନେଲେନି

ବଡ ଗ୍ଳାନିରେ ସବୁଯାକ ପତାକାକୁ କାଳିଆ ଛାତିରେ ଚାପିଧରି ଏକ ଉଞ୍ଚ ଜାଗାକୁ ଚଢ଼ିଗଲା ,ଏବଂ ଯୁଆଡେ ତା ଆଖି ଦେଖିଲା ସବୁଆଡେ ତ୍ରିରଙ୍ଗା ପତାକା ଖଣ୍ଡ ବିଖଣ୍ଡିତ ଭାବରେ ପଡିଥାଏ I ମନେ ମନେ ଭାବୁଥିଲା କାଳିଆ କାଲି ତ ସେ ବାବୁ କହୁଥିଲେ ୟାର ମୁଲ ଅମୁଲ I ୟାକୁ ତ କାଲି ସମସ୍ତେ ଅଧିକ ପଇସା ରେ ଗହଳି ଲଗାଇ କିଣୁଥିଲେ କିନ୍ତୁ ଆଜି କାହିଁକି ନେଉନାହାନ୍ତି ? ଆଜି କଣ ୟେ ବାସି ହେଇଗଲା ?

ଭଲକି ଦେଖିଲା ପତାକାକୁ କାଳିଆ କାଇଁ ନାହିଁତ ,ରଙ୍ଗ ତ ସେମିତି ଅଛି ପୁରା ତାଜା I କାଲି 20ଟଙ୍କାରୁ ଆଜି ୟାର ମୂଲ୍ୟ ଏତେ କମିଗଲା କେମିତି ? ସତରେ କଣ ତ୍ରିରଙ୍ଗା ର ମୂଲ୍ୟ କେବଳ ଦିନ ଟିଏ ପାଇଁ ?କାଲି ଯେଉଁଠି ସବୁ ଜାଗାରେ ଉଞ୍ଚ ଆକାଶରେ ଫର ଫର ପତାକା ଉଡୁଥିଲା ,ସମସ୍ତେ ସଲ୍ୟୁଟ ମାରି ସନମାନ ଜଣାଉଥିଲେ ,ଆଜି କାହିଁକି ତଳୁ ଉଠାଇବାକୁ ବି ସମୟ ନାହିଁ ?

ସତରେ କଣ ଦିନଟିଏ ପାଇଁ ସମସ୍ତେ ଦେଶଭକ୍ତି ଦେଖାଇଥାନ୍ତି ଆଉ ତା ପରଦିନ ଅଳିହା ଆବର୍ଜନା ,ଡଷ୍ଟବିନ ରେ ଜାତୀୟ ପତାକାକୁ ପକାଇଦେଇଥାନ୍ତି ??ପ୍ରଶ୍ନ ତ ଅସରନ୍ତି ଥିଲା କିନ୍ତୁ ଉତ୍ତର ମିଳୁନଥିଲା ତାକୁ ??

Leave a Reply

Your email address will not be published. Required fields are marked *