ଆମେରିକା ଏବଂ ବ୍ରିଟେନ ବାଜପେୟୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ଜାତୀୟ ପତାକା କୁ ଅର୍ଦ୍ଧନମିତ କଲେ

ଭାରତ ରାଜନୀତିରେ ସେ ଥିଲେ ପିତାମହ ଭୀଷ୍ମ I ରାଜନୈତିକ ବିରୋଧି ଥାଇପାରନ୍ତି କିନ୍ତୁ ସେ ଏପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କର ଜଣେ ବି କେହି ରାଜନୈତିକ ବ୍ୟକ୍ତିଗତ ଶତ୍ରୁ ନଥିଲେ I ସମସ୍ତେ ତାଙ୍କୁ ହୃଦୟରୁ ବହୁତ ଭଲ ପାଉଥିଲେ ,ଯେଉଁଥିପାଇଁ ତାଙ୍କ ଦେହାନ୍ତ ପରେ ସାରା ବିଶ୍ୱ ସ୍ତବ୍ଧ ହେଇଯାଇଛି I ସେହି ମହାନ ନାୟକ ଙ୍କୁ ହରେଇଦେବାର ଗଭୀର ଦୁଃଖରେ ମ୍ରିୟମାଣ ହେଇପଡିଛି I ଭାରତ ରେ ସମସ୍ତ ସରକାରୀ ,ବେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା କୁ 7 ଦିନ ପର୍ଯ୍ୟନ୍ତ ଅର୍ଧ ନମିତ କରି କରି ରଖିବାକୁ ନିର୍ଦେଶ ଦିଆଯାଇଛି I ତେବେ କେବଳ ଭାରତ ନୁହେଁ ଆମେରିକା ଏବଂ ବ୍ରିଟେନ ମଧ୍ୟ ଅଟଳ ଜି ଙ୍କୁ ଗଭୀର ଶୋକ ଜଣାଇ ତାଙ୍କ ଜାତୀୟ ପତାକା କୁ ଅର୍ଦ୍ଧ ନମିତ କରିଛି I

ନୂଆଦିଲ୍ଲୀ ରେ ଥିବା ବ୍ରିଟିଶ ହାଇ କମିଶନ କାର୍ଯ୍ୟାଳୟରେ ୟୁନିୟନ ଜାକ୍‌ ଏବଂ ଆମେରିକାର ଦୂତାବାସ ରେ ତାଙ୍କ ଦେଶ ଜାତୀୟ ପତାକା କୁ ଅର୍ଦ୍ଧ ନମିତ କରାଯାଇଛି I

Leave a Reply

Your email address will not be published. Required fields are marked *